ପୋଡ଼ବାଡ଼ିରେ ସଡ଼କ ଦୁର୍ଘଟଣା, ଦୁର୍ଘଟଣାରେ 2 କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ରୀ ଗୁରୁତର ଅଛନ୍ତି…

ନମସ୍କାର ବନ୍ଧୁଗଣ । ଆଜିକାଲି ଅନେକ ଜାଗାରେ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଦିନକୁ ଦିନ ଦେଶରେ ସଡକ ଦୁର୍ଘଟଣା ଉଗ୍ର ରୂପ ନେବାରେ ଲାଗିଲାଣି । ଯାହା ଫଳରେ ପ୍ରତି ଦିନ ଶହ ଶହ ଲୋକଙ୍କର ଜୀବନ ଅକାଳ ରେ ଚାଲି ଯାଉଛି । ସଡକ ଦୁର୍ଘଟଣା ହେବା ପଛରେ କାରଣ ହେଉଛି ଗାଡି ଚାଳକ ଙ୍କ ଅବହେଳା ବା ଦାୟିତ୍ଵହିନତା କାରଣରୁ କିମ୍ବା ରାସ୍ତା ରେ କୌଣସି ତ୍ରୁଟି ଦେଖାଗଲେ ।

ତେବେ ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ସଡକ ଦୁର୍ଘଟଣା କୁ ନେଇ । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଆଜି ସଡକ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରୀ ଙ୍କ ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ 3 ଜଣ କଲେଜ ଛାତ୍ରୀ କଲେଜ ରୁ ପାଠ ସାରି ଘରକୁ ଫେରୁଥିବା ସମୟରେ ଅଚାନକ ପଛ ଆଡୁ ଗୋଟେ କଣ୍ଟେନର ଆସିଥିଲା ।

ଆଉ ତାଙ୍କ ଉପରେ ଚଢି ଯାଇଥିଲା । ଏହା ପରେ 3 ଛାତ୍ରୀ ଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲ କୁ ନିଆ ଯାଇଥିଲା । କିନ୍ତୁ ଏବେ ସୂଚନା ଅନୁସାରେ ଦୁଇ ଜଣ ଛାତ୍ରୀଙ୍କର ଅକାଳ ମୃତ୍ୟୁ ହୋଇ ଯାଇଛି । ଆଉ ଜଣେ ଛାତ୍ରୀ ଏବେ ଗୁରତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି । ଜୀବନ ଯାଇଥିବା ଦୁଇ ଜଣ ଛାତ୍ରୀ ଙ୍କ ନାଁ ହେଉଛି ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା ।

ଏମିତି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଲରମ୍ଭା ସ୍ଥିତ ପୋଡବାଡି ରେ । କୋଦୋବାହାଲ ଏହି 3 ଜଣ ଛାତ୍ରୀ ପାଠ ପଢନ୍ତି । ସେମାନେ ଘରକୁ ଫେରିବା ସମୟରେ ତାଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କର ଉତ୍ତେଜନା ପ୍ରକାଶ ପାଇଛି । ଅଞ୍ଚଳ ବାସୀ କହିଛନ୍ତି କି ଏହି ଟ୍ରକ ଚାଳକ ଜଣକ ମଦ ପିଇ ଗାଡି ଚଲାଉ ଥିଲେ ।

ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟି ଯାଇଛି । ତେବେ ଟ୍ରକ ଚାଳକ ଙ୍କୁ କଠୋର ଦଣ୍ଡ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ ଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ମାନେ । ତେବେ ଏଥିପ୍ରତି ପ୍ରଶାସନ ମଧ୍ୟ ଦାୟୀ କହିଲେ କିଛି ଭୁଲ ହେବ ନାହିଁ । ତେବେ ଟ୍ରକ ଚାଳକ କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରା ଯିବାକୁ ଦାବି କରା ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।