ଗଛ ପଛରେ ରହି ସହିଦ ଯବାନ Sushantଙ୍କ ଛାତିକୁ ମିଶିରି ବେଶରା ମାରିଲା ଗୁଳି ! ଏହି ମାଓବାଦୀ କୁ ଧରିଲେ ମିଳିବ 1 କୋଟି।

ନମସ୍କାର ବନ୍ଧୁଗଣ । ଆଜି ସାରା ଗାଁ, ପରିବାର, ରାଜ୍ୟ କାନ୍ଦୁଛି । କାରଣ ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶତ୍ରୁ ମାନଙ୍କ ଆକ୍ରମଣରେ ସହିଦ ହୋଇ ଯାଇଛନ୍ତି । ହେଲେ ଯିଏ ତାଙ୍କୁ ଛାତି କୁ ଗୁଳି କରିଛି ଓ ଯାହାଙ୍କ ପାଇଁ ତାଙ୍କର ଜୀବନ ଯାଇଛି ସେ ମଣିଷ ଟି ହେଉଛି ମିଶ୍ରି ବେଶାରା । ଏ ହେଉଛି ମାଓବାଦୀ ମାନଙ୍କର ଲିଡର । ଆଉ ନିଜେ ବନ୍ଧୁକ ଉଠାଇ ଅନେକ ସମୟରେ ଯବାନ ହେଉ କି ପୋଲିସ ଅଫିସର କାହାକୁ ବି ଛାଡେନି ।

ସମସ୍ତଙ୍କୁ ନିଜେ ଗୁଳି କରେ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ମାଓବାଦୀ ଉପରେ ରହିଛି 1 କୋଟି ର ପୁରସ୍କାର । ଯିଏ ୟାକୁ ଧରି ଦେବ ତାକୁ ମିଳିବ 1 କୋଟି । ଏଭଳି କିଛି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେପଟେ ଓଡିଶା ଛତିଶଗଡ, ଝାଡଖଣ୍ଡ ସହ 7ଟି ରାଜ୍ୟ ଖୋଜୁଛି ଏହି ମାଓବାଦୀ ମିଶିରି ବେଶାରା ଙ୍କୁ । ଯିଏ କି ଅନେକଙ୍କର ଜୀବନ ନେଇ ସାରିଲାଣି ।

କହି ରଖୁଚୁ ପୋଲିସ ଓ CRTF ଟିମ ଜଙ୍ଗଲରେ ମାଓବାଦୀ ଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଓ ଏନକାଉଣ୍ଟର ହୋଇଥିଲା । ଅଗଷ୍ଟ 8 ରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏନକାଉଣ୍ଟର ସମୟରେ ଗୁଳି ରେ ଆହତ ହୋଇଥିବା 2 ଯବାନ ସୁଶାନ୍ତ କୁମାର ଯିଏ କି ଓଡିଶାର ଥିଲେ ଏବଂ ଆଉ ଜଣେ ମୁନା ବୋଲି ଜଣା ପଡିଛି ।

ଦୁହିଙ୍କୁ ଗୁଳି ବାଜିବା ପରେ ତୁରନ୍ତ ସେମାନଙ୍କୁ ବିମାନରେ ରାଞ୍ଚୀ ନିଆ ଯାଇଥିଲା । ହେଲେ ସେଠାରେ ଓଡିଆ ପୁଅ ସୁଶାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ଚାଲି ଯାଇଛି । ସୁଶାନ୍ତଙ୍କର ଅକାଳ ବିୟୋଗ କାରଣରୁ ସାରା ରାଜ୍ୟରେ ଦୁଃଖ ଛାୟା ଖେଳି ଯାଇଛି । ସୁଶାନ୍ତଙ୍କର ପାର୍ଥିବ ଶରୀର ଓଡିଶାରେ ପହଞ୍ଚି ସାରିଛି ଓ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ ସରିଯାଇଛି ।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ରାଜ୍ୟ ରାଜଧାନୀ ରାଞ୍ଚୀ ଠାରୁ ପ୍ରାୟ 160 କିମି ଦୂରରେ ଥିବା ତାଣ୍ଟ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଶୁକ୍ରବାର ଦିନ ଏନକାଉଣ୍ଟର ହୋଇଥିଲା । ସେଠାରେ ମାଓବାଦୀ ଲିଡର ମିଶିରି ନିଜେ ରହିଥିଲା । ଦେଖିବାକୁ ସାଧାରଣ ଦେଖା ଯାଉଥିଲେ ବି ପାଖରେ ବନ୍ଧୁକ ରଖିଛି । ଆଉ 7ଟି ରାଜ୍ୟ ପାଇଁ ସେ ଏବେ ଟାର୍ଗେଟ ରେ ଅଛି ।

ଆଉ ଏବେ ସମୟ ସମୟରେ ଜାଗା ବି ବଦାଲଉଛି । ଝାଡଖଣ୍ଡ ଅଞ୍ଚଳରେ ଅନେକ ସମୟରୁ ରହି ଆସିଛି ମାଓବାଦୀ ମିଶିରି । ପୋଲିସ ଆଉ ଯବାନ ମାନେ ମିଳିତ ଭାବେ ଖୋଜୁଥିଲେ । 2022ରେ ଯେବେ ତାର କ୍ୟାମ୍ପ କୁ ଆଟାକ କରାଯାଇଥିଲା ସେହି ସମୟରେ ଖସି ଯାଇଥିଲା ମିଶିରି । ତାପରେ ଏଭଳି କିଛି ଦେଖିବାକୁ ମିଳିଛି ।

ଓଡିଆ ଯବାନ ପୁଅ ସୁଶାନ୍ତ ଙ୍କ ଛାତି କୁ ମିଶିରି ମାଓବାଦୀ ଗୁଳି ମାରିଛି ଯେଉଁଥିରେ ସେ ଟଳି ପଡିଲେ । ଏବେ ସାରା ରାଜ୍ୟରେ ଖେଳିଯାଇଛି ଶୋକର ବାଦଲ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।