ମୋ ପୁଅ ସହ ମିଶିକି ଜାଗା କିଣିଥିଲା, ସାଙ୍ଗ ହୋଇ କି ରହିବେ ବୋଲି, ହେଲେ ମୋ ପୁଅକୁ ଏକା କରିକି ପଳେଇଲା I ମତେ ଫୋନ କରି କହିଥିଲା ସାନ ମା’ ମୁଁ ଯିବି ଘରକୁ ଜାଗା କିଣିଛୁ । ସାଙ୍ଗ ହୋଇ କି ରହିବା, ହେଲେ ଜାଗା ଅଛି ମୋ ପୁଅ ନାହିଁ, ଆଜି ସେ ଆମକୁ ଛାଡି ଚାଲିଗଲା I ହଁ ଦର୍ଶକ ବନ୍ଧୁ ଏମିତି କିଛି କହି କାନ୍ଦି ପକାଇଛନ୍ତି ସହିଦ ସୁଶାନ୍ତ ଖୁଣ୍ଟିଆ ଙ୍କ ସାନ ମା ମୀନାରାଣୀ ଖୁଣ୍ଟିଆ ।
ପୁତୁରା କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ସାନ ମା । ମୀନାରାଣୀ ଖୁଣ୍ଟିଆ କହିଛନ୍ତି ଯେ ” ଏଇ ଗୋଟେ ବର୍ଷ ଭିତରେ 3 ଭାଇ ମରିଗଲେ । ଆଗ ମଝିଆ, ତା ପରେ ବଡ ପୁଅ ଆଉ ଏବେ ସାନ ପୁଅ ଡକାଡକି ହୋଇ ଚାଲିଗଲେ । ଆମ ପୁଅ ଗୁଳି ରେ ସହିଦ ହୋଇଯିବ ବୋଲି ଆମେ ଜାଣି ନ ଥିଲୁ । ଏବେ 2 ମାସ ହେବ ତାର ବାହାଘର ହୋଇଥିଲା ।
ଗତ 2 ଦିନ ତଳେ ସେ ମୋ ସହ ଫୋନରେ କଥା ହୋଇଥିଲା ଆଉ ଆସିବ ବୋଲି କହୁଥିଲା । ଆଜି ହଠାତ ଆମେ ଖବର ପାଇଲୁ ସେ ଗୁଳି ରେ ନିହତ ହୋଇଛି ବୋଲି । ଏତେ ଦୁଃଖ ଭଗବାନ ଆମକୁ ଦେଉଛନ୍ତି ସହି ହେଉନି । ଘର ସମସ୍ଯା ପାଇଁ ସେ ଅଳ୍ପ ଦିନ ହେବ ଘର ଭଡା ନେଇ ରହୁଥିଲେ । ସେ ଅଗଷ୍ଟ 28 ରେ ଆସିବ ବୋଲି କହିଥିଲା ।
ଘରକୁ ଆସିଲେ ଘର କେମିତି ହେବ ସେ ବିଷୟରେ କଥା ହେବ ବୋଲି କହୁଥିଲା । ସେ ଚାକିରି ଛାଡି ଦେବ ବୋଲି କହୁଥିଲା । ଖାଲି ପେନସନ ଲାଗୁ ହେଲେ ଚାକିରି ଛାଡି ଦେବ ବୋଲି କହୁଥିଲା । ଝାଡଖଣ୍ଡ କୁ ସେ ବର୍ଷେ ହେଇନି ଟ୍ରାନ୍ସଫର ହୋଇ ଆସିଥିଲା । ସେ ସବୁବେଳ ଆମ ଘରକୁ ଆସେ । ମୋ ପୁଅକୁ ସେ ଏକା କରି ପଳେଇଲା ।
ମଝିଆ ପୁତୁରା ବାହାଘର 2 ମାସ ପରେ ମରିଗଲା । ଆଉ ବଡ ପୁତୁରା କୁ କ୍ୟାନ୍ସର ହୋଇଥିଲା । ଏଇ ଗୋଟେ ପୁତୁରା କୁ ଆମେ ଅନାଇ ରହିଥିଲୁ । ଅଧା ରହିଗଲା ମିଶି କି ରହିବାର କଥା । ଦୁଇ ଭାଇ ମିଶିକି ରହିବୁ ବୋଲି ସେ କହିଥିଲା । ଭଗବାନ ଧର୍ମ ସହିଲେନି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।