ନମସ୍କାର ବନ୍ଧୁଗଣ । ପ୍ରଭାକର ଚୌଧୁରୀ 2010 ବ୍ୟାଚ ର IPS ଅଧିକାରୀ । 8 ବର୍ଷରେ 15 ଜିଲ୍ଲା ର ମଙ୍ଗ ସମ୍ଭାଳି ଥିବା ଏହି ଅଧିକାରୀଙ୍କର 18 ଥର ଟ୍ରାନ୍ସଫର ହେଲାଣି । ଅଧ ଘଣ୍ଟା ରେ ବଡ ଧରଣର ହିଂସା କୁ ରୋକିଥିଲେ ପ୍ରଭାକର । ହେଲେ 4 ଘଣ୍ଟା ଭିତରେ ଟ୍ରାନ୍ସଫର ହୋଇଗଲେ । ପ୍ରଭାକର ଉତ୍ତର ପ୍ରଦଶର ଏପରି ଜଣେ IPS ଅଧିକାରୀ ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ ଚାଲିଛି ।
ଉତ୍ତର ପ୍ରଦେଶର ବରେଲି ଜିଲ୍ଲା ଯେଉଁଠି ବଡ ବଡ ଡିଜେ ଗାଡି ନେଇଓ ଶୋଭାଯାତ୍ରା ରେ ବାହାରି ଥିଲେ କାଉଡିଆ । ତାଙ୍କର ଜିଦ ମୁସଲମାନ ବସ୍ତି ଦେଇ ଯିବେ । ସେଦିନ ବାହାରିବାକୁ ଥିଲା ମୋହରମ ପାଇଁ ଶୋଭାଯାତ୍ରା । ଏଥିପାଇଁ ସଂଖ୍ୟା ଲୋଭ ଗୋଷ୍ଠୀ ଅନୁମତି ନେଇ ସାରିଥିଲେ । କିନ୍ତୁ ଏପଟେ କଡା ନଜର ରଖିଥିଲା ପୋଲିସ ପ୍ରଶାସନ । ସେହି ପଟେ ଦେଇ କାଉଡିଆ ଯିବାକୁ ଜିଦ ଧରିଲେ ।
ଦୀର୍ଘ ସମୟ ଧରି ଆଇପିଏସ ପ୍ରଭାକର ସେମାନଙ୍କୁ ବୁଝା ସୁଝା କରିଥିଲେ । ହେଲେ ସେମାନେ ନିଜ ଜିଦ ରେ ଅଟଳ ରହି ଆଗକୁ ବଢି ଥିଲେ । ଏକ ନିଶ୍ଚିନ୍ତ ହିଂସା କୁ ରୋକିବାକୁ ବାଧ୍ୟ ହୋଇ କାଉଡିଆ ଙ୍କ ଉପରେ ଲାଠି ଚାର୍ଜ କରିଥିଲେ ପ୍ରଭାକର । କିଛି ସମୟ ମଧ୍ୟରେ ପୁରା ସ୍ଥିତି ଶାନ୍ତ ପଡି ଯାଇଥିଲା । ହେଲେ ପ୍ରଭାକରଙ୍କ ପାଇଁ ଆସି ଯାଇଥିଲା ବଦଳି ଅର୍ଡର । ନିଜ ଘରେ ପହଞ୍ଚିବା ପୂର୍ବରୁ ପ୍ରଭାକରଙ୍କୁ ବରେଲୀ ରୁ ଟ୍ରାନ୍ସଫର କରାଯାଇ 32 ବାହିନୀ PAC ସେନା ବାହିନୀ ଭାବେ ନିଯୁକ୍ତ କରି ଦିଆଗଲା ।
ଏହି ଘଟଣା ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଦେଶର ଜନତା । ଆଇପିଏସ ପ୍ରଭାକରଙ୍କର ଭଲ କାମ ପାଇଁ କଣ ଏଭଳି ଶାସ୍ତି ଦିଆ ଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବାସୀ । ପ୍ରଭାକର ଜଣେ ଚାଷୀ ପରିବାରର ରୁ ଆସିଛନ୍ତି । 5 ଜଣ ଝିଅଙ୍କ ମଧ୍ୟରୁ ଗୋଟେ ପୁଅକୁ ମଣିଷ କରିବାକୁ ବାପା ବହୁତ କଷ୍ଟ କରିଛନ୍ତି ।
ପିଲାଦିନୁ ପ୍ରଭାକର ପଢାରେ ବେସ ମାହିର ଥିଲେ । ସେ LLB ଶେଷ କରିବା ପରେ UPSC ପାଇଁ ଚେଷ୍ଟା କରିଥିଲେ । ଆଉ ପ୍ରଥମ ଚେଷ୍ଟାରେ ସେ ଆଇପିଏସ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । ଆଉ ସବୁଠାରୁ ବଡ କଥା ହେଲା ର୍ତାଙ୍କ ସରଳ ଜୀବନ ଶୈଳୀ । ଚାକିରି ର 13 ବର୍ଷ ବୀତି ଯାଇଥିଲେ ମଧ୍ୟ ତାଙ୍କ ଜୀବନ ଶୈଳୀ ଖୁବ ସରଳ । ନା ଅଛି ଜାକଜକ୍ୟ ନା ଅଛି ବଡ ପଣିଆ ।
ତାଙ୍କ ଘରେ ଦାମୀ ଜିନିଷ କି ଚାକର ନାହାନ୍ତି । ପ୍ରଭାକର ସାଧା ସିଧା ଜୀବନ ବଞ୍ଚିବାରେ ବିଶାଶ ରଖନ୍ତି । ଅନ୍ୟାୟ କୁ କେବେ ବି ସହୁ ନ ଥିବା ଏହି ଦବଙ୍ଗ ଆଇପିଏସ ଙ୍କୁ 8 ବର୍ଷରେ 18 ଥର ବଦଳି କରାଯିବାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଧରିଛି ।