ନମସ୍କାର ବନ୍ଧୁଗଣ । ଆପଣ ମାନେ ନିଶ୍ଚୟ ଜନ ପ୍ରତିନିଧି ଦେଖିଥିବେ କିନ୍ତୁ କେବେ ଏମିତି ଜନ ପ୍ରତିନିଧି ଦେଖି ନ ଥିବେ ଯିଏ ଭୋଟ ପାଇଁ ଭୋଟର ଙ୍କ ଗୋଡ ଧରି ପାରନ୍ତି ଆଉ ଦରକାର ପଡିଲେ ସିଏ ଲଢେଇ ମଧ୍ୟ କରି ପାରନ୍ତି । ଇଏ ଏମିତି ଜଣେ ଜନ ପ୍ରତିନିଧି ଯିଏ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ ଶିଖିଛନ୍ତି । ଇଏ ଏମିତି ଜଣେ ଜନ ପ୍ରତିନିଧି ଯିଏ ଲୋକଙ୍କ ପାଇଁ ବର୍ଷା ପାଣି ମାଡ ଖାଇ ଦାଣ୍ଡରେ ବସିଛନ୍ତି । ଲଗାଣ ବର୍ଷା କାରଣରୁ ସ୍ଥିତି ପୁରା ସଙ୍ଗିନ ।
କେଉଁଠି ମାଟି ଘର ଭନଗି ଆହତ ହେଲାଣି ତ ଆଉ କିଏ ପାଲ ତଳେ ମୁଣ୍ଡ ଗୁଞ୍ଜିଲାଣି । ଏ କଥା ଜାଣିବା ପରେ ନିଜ ଘରେ ଆଉ ରହି ପାରିଲେନି ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ । ବର୍ଷା ଝଡ କୁ ଖାତିର ନ କରି ଜଣେ ଲୋକ ପ୍ରତିନିଧି ଭାବେ ବାହାରି ଆସିଲେ । ଯୋଗ୍ୟ ହିତାଧିକାରୀ ଙ୍କୁ ସରକାରି ଆବାସ ଯୋଗାଇ ଦେବା ପାଇଁ ବ୍ଲକ ଠାରୁ ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କୁ ଗୁହାରି କରି ଥକି ପଡିଲେ ।
କିନ୍ତୁ କେହି ବି ତାଙ୍କ କଥା ଶୁଣିଲେ ନାହିଁ । ଜନତାଙ୍କ ପାଇଁ କେମିତି ଲଢେଇ କରାଯାଏ ତାଙ୍କୁ ବେଶ ଭଲ ଭାବେ ଜଣା । ଜିଦ କରି ବସିଛନ୍ତି ଅନିମା ଆଉ କହିଛନ୍ତି ମୋ ଅଞ୍ଚଳ ବାସୀଙ୍କୁ ତୁରନ୍ତ ସରକାରୀ ଆବାସ ଯୋଗାଇ ଦିଆଯାଉ । ତେବେ ଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡା ର ବିଲେଇମରା ଗାଁ ର 26 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ । ଦିନେ ଭୋଟ ପାଇଁ ଭିତର ଙ୍କୁ ଗୁହାରି କରୁଥିଲେ ଆଜି ସେହି ଭୋଟର ଙ୍କ ପାଇଁ ବର୍ଷା ମାଡ ଖାଇ ଦାଣ୍ଡରେ ବସିଛନ୍ତି ।
ବୋଧ ହୁଏ ଅନିମା ବୁଝିଛନ୍ତି ଏମାନେ ସେହି ଜନତା ଯିଏ ତାଙ୍କ ଉପରେ ଦିନେ ଭରସା କରି ମୋହର ମାରିଥିଲେ । ଯେତେବେଳେ ଅଞ୍ଚଳ ବାସୀ ବର୍ଷା ମାଡରେ ଭିଜୁଛନ୍ତି ସେତେବେଳେ ଜଣେ ଜଣ ପ୍ରତିନିଧି ଭାବେ କେମିତି ଶାନ୍ତିରେ ନିଶ୍ଵାସ ମାରିଥାନ୍ତେ ଅନିମା । ସ୍ଥାନୀୟ ଲୋକେ ବି ମ୍ୟାଡମଙ୍କୁ ବୁଝାଉଛନ୍ତି ଆଉ କହୁଛନ୍ତି ଆପଣ ବର୍ଷାରୁ ଉଠି ଆସନ୍ତୁ କିନ୍ତୁ ସେ ମାନୁ ନାହାନ୍ତି ।
ପ୍ରଶାସନ ଶୁଣିବ କି ନ ଶୁଣିବ ତାହା ତ ପରର କଥା କିନ୍ତୁ ଜଣେ ଜନ ପ୍ରତିନିଧି ଠିକ ଅନିମା ଙ୍କ ପରି ହେବା କଥା । ଏ ଦୃଶ୍ୟ ଦେଖିବା ପରେ ହୁଏ ତ କେହି କହି ପାରନ୍ତି କି ପୂର୍ବରୁ ଜିଲ୍ଲା ପରିଷଦ ମ୍ୟାଡମ କୁଆଡେ ଯାଇଥିଲେ କି ? ସବୁ ପରେ ବି ଜଣେ ଲୋକ ପ୍ରତିନିଧି ମହିଳା ହୋଇ ମଧ୍ୟ ଜନତା ଙ୍କ ପାଇଁ ଦାଣ୍ଡ ଦୁଆରେ ବସିଛନ୍ତି ।
ଯେଉଁଠି ଲୋକେ ବର୍ଷା କାରଣରୁ କବାଟ ବନ୍ଦ କରି ରହିଛନ୍ତି ସେଠାରେ ଅନିମା ଙ୍କ ଭଳି ଜନ ପ୍ରତିନିଧି ଜନତା ଙ୍କ ହକ ପାଇଁ ବର୍ଷା ରେ ଲଢେଇ ଜାରି କରିଛନ୍ତି । ଯାହାକୁ ନେଇ ଲୋକେ କହୁଛନ୍ତି ଜନ ପ୍ରତିନିଧି ହେବ ତ ଅନିମା ଙ୍କ ଭଳି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।