କାନ୍ଦୁଛନ୍ତି ସସ୍ମିତାଙ୍କ ମା’, କେମିତି ବଦଳିଗଲା ମୋ ନିରିହ ଝିଅ ?

ଗାଁ ରେ ନିଜ ଝିଅକୁ ଖୋଜୁଛନ୍ତି ମା । ଝିଅର ଅଭିଯୋଗ କୁ ନେଇ ଦ୍ଵନ୍ଦ ରେ ସାହି ଭାଇ । କାହାର ରହିଗଲା ଭୁଲ କିଏ କରୁଛି ପଶ୍ଚାତାପ  । ହଁ ଦର୍ଶକ ବନ୍ଧୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଆଗ ରେ ମାତ୍ର 19 ବର୍ଷ ବୟସରେ ଅନେକ ସ୍ଵପ୍ନ ନେଇ ବାଲେଶ୍ଵର ରୁ ଭୁବନେଶ୍ଵର କୁ ଆସୁଥିଲେ ସସ୍ମିତା ଜେନା । ଯିଏ କି ଦିନେ ଭିକ୍ଷା ବୃତ୍ତି କରୁଥିଲେ । ଆଉ ତାଙ୍କ କଣ୍ଠରେ ମା ସରସ୍ବତୀ ବିଜେ କରିଛନ୍ତି । ଯାହାଙ୍କ କଣ୍ଠର ସୁମଧୁର ସ୍ଵର ଏବେ ଓଡିଶା ବାସୀ କ ମନ କୁ ଛୁଇଁ ଯାଇଛି ।

ନିରୀହ ସସ୍ମିତା ଙ୍କ ସ୍ଵପ୍ନ ରେ ଏବେ ପ୍ରତିବନ୍ଧକ ସାଜିଛି ତାଙ୍କର ଭିତ୍ତି ହୀନା ଅଭିଯୋଗ । ଯେଉଁ ଅଭିଯୋଗ ନିଜର ଓ ନିଜକୁ ପରିଚୟ ଦେଇଥିବା ବ୍ୟକ୍ତିଙ୍କର ଆଜି ସମ୍ମାନ ହାନି ହୋଇଛି । ଆଉ ଏହି ସବୁ ଘଟଣା ସସ୍ମିତା ଙ୍କ ମା ଜାଣିବା ପରେ ବହୁତ କଷ୍ଟ ହୋଇଛି । ସସ୍ମିତା ଙ୍କ ମା ଜାଣିପାରୁ ନାହାନ୍ତି କାହାର ରହିଛି ଭୁଲ । ସେଥିପାଇଁ ମା କହୁଛି ଝିଅକୁ ଗାଁ କୁ ଫେରି ଯିବାକୁ ।

ଗୋଟେ ପଟେ ରିପୋର୍ଟର ରାହୁଲ ସସ୍ମିତା ଙ୍କ ଭଙ୍ଗା ଘରକୁ ଯାଇ ଭଙ୍ଗା କୁଡିଆ ଘରକୁ ଲୋକଲୋଚନ କୁ ଆଣିଥିଲେ ଆଜି ତାଙ୍କ ବିରୁଦ୍ଧରେ ଝିଅ ଆଣିଥିବା ଅଭିଯୋଗକୁ ସସ୍ମିତା ଙ୍କ ମା ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଆଉ ନିଜର ଜନ୍ମ କଲା ଝିଅ ଏପରି ବଦଳି ଯାଇ ଥିବାର ଦେଖି ତାକୁ ମଧ୍ୟ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ସସ୍ମିତା ଙ୍କ ମା ।

ଏବେ ସସ୍ମିତା ଙ୍କ ମା କଣ କରିବେ କାହାକୁ ଦୋଷ ଦେବେ । କିଏ ତାଙ୍କ ଉପରେ ହେବ ଦୋଷୀ କିଛି ବିଚାର କରିପାରୁ ନାହାନ୍ତି । ଆଉ ଅନ୍ୟ ପଟେ ସସ୍ମିତା ଙ୍କୁ ଗାଁ ଲୋକେ ଫୋନ କରୁଛନ୍ତି ଝିଅ ତୁ ଗାଁ କୁ ଫେରି ଆ । କାରଣ ତୋର ଭୁକ ଠିକ କରିବାର ଶକ୍ତି ନାହିଁ । କାହା କଥାରେ ପଡି ସସ୍ମିତା ଏମିତି କରୁଛନ୍ତି ତାହା ମଧ୍ୟ କାହାକୁ ଜଣା ନାହିଁ ।

ହେଲେ ସସ୍ମିତାଙ୍କ ଏଭଳି ଅଭିଯୋଗ ରିପୋର୍ଟର ରାହୁଲ ଙ୍କ ଉପରେ କେତେ ପ୍ରଭାବ ପକାଇଛି କେବଳ ତାଙ୍କୁ ଜଣା ଅଛି । ସେଥିପାଇଁ ତ ରାହୁଲ ଅପମାନ ସହି ବି ପଶ୍ଚତାପ କରୁଛନ୍ତି ଆଉ ଅଭିଯୋଗ ପରେ ବି ସେ ସସ୍ମିତା ଙ୍କୁ ଆଶୀର୍ବାଦ ଦେଉଛନ୍ତି ।