ବିଶ୍ଵ ର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ, କଣ ଆପଣ ଜାଣିଛନ୍ତି ଏହା କେଉଁଠି ଅଛି ?

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରୁଥିବେ । ନୂଆ ଜାଗା କୁ ଯାତ୍ରା କରିବାକୁ ହେଲେ ସମସ୍ତଙ୍କର ପ୍ରଥମ ପସନ୍ଦ ଟ୍ରେନ ହିଁ ହୋଇଥାଏ । କାରଣ ଟ୍ରେନ ଜଲ୍ଦି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇଥାଏ । ଟ୍ରେନର ଝରକା ପାଖରେ ସିଟ ରେ ବସି ଲୋକେ ପ୍ରକୃତିର ଉପଭୋଗ କରିଥାନ୍ତି । ଟ୍ରେନ ରେ ବସି ଲୋକ ମାନେ ଅନେକ ଆନନ୍ଦ ମଧ୍ୟ ପାଇଥାନ୍ତି । ଟ୍ରେନରେ ସବୁ ପ୍ରକାରର ସୁବିଧା ଯାତ୍ରୀ ମାନଙ୍କ ପାଇଁ କରା ଯାଇଥାଏ ।

ଟ୍ରେନ ବାବଦରେ ଅନେକ ଖବର ଆପଣ ପ୍ରତିଦିନ ପାଉଥିବେ । ଆଜି ଆମେ ଆପଣଙ୍କୁ କହିବୁ ବିଶ୍ଵର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ ବାବଦରେ । ଲିଭାଲପୁର ରୋଡ ରେଲୱେ ଷ୍ଟେସନ ଯାହା ଇଂଲଣ୍ଡ ରେ ରହିଛି । ସେପ୍ଟେମ୍ବର 15 1830 ମସିହାରେ ଏହାକୁ ନିର୍ମାଣ କରା ଯାଇଥିଲା । ବର୍ତ୍ତମାନ ଏହି ଷ୍ଟେସନ 193 ବର୍ଷ ପୁରୁଣା ହୋଇ ଗଲାଣି ।

ସବୁଠାରୁ ବଡ କଥା ହେଲା ପୁନଃ ନିର୍ମାଣ ନ ହୋଇ ମଧ୍ୟ ଏହି ଷ୍ଟେସନର ବିଲଡିଙ୍ଗ ଯେମିତି ଥିଲା ସେମିତି ଅଛି । ଆଉ ତାର ଚାଳକ ବି କମ ହୋଇନି । ଲିଭାଲପୁର ରୋଡ ଷ୍ଟେସନ ଲିଭାଲପୁର ଓ ମାଞ୍ଚେଶ୍ଵର ରେଲୱେ ର ଅଂସ ଭାବେ ତିଆରି ହୋଇଥିଲା । 1975ରେ ଏହାକୁ ବନ୍ଦ କରି ଦିଆଯିଥିଲା । ଆଜି ଏହି ରେଲୱେ ଷ୍ଟେସନର ବିଲଡିଙ୍ଗ ବିଜ୍ଞାନ ଓ ମ୍ୟୁଜିୟମ ଭାବେ କାମ କରୁଛି ।

ସେହିପରି ଦ୍ଵିତୀୟ ରେଲୱେ ଷ୍ଟେସନ ମଧ୍ୟ ଇଂଲଣ୍ଡରେ ରହିଛି । ଏହାର ନାଁ ହେଉଛି ରୋଡ ଗ୍ରୀନ ରେଲୱେ ଷ୍ଟେସନ । ଆଉ ତାହା ମଧ୍ୟ ସେପ୍ଟେମ୍ବର 15 1830 ରେ ଆରମ୍ଭ ହୋଇଥିଲା । ସେବେ ଠାରୁ ଏହି ଷ୍ଟେସନ ଲୋକଙ୍କୁ ସେବା ଯୋଗାଇ ଆସୁଛି । ଏଲେ ଏହାର ବିଲଡିଙ୍ଗ ପୂର୍ବ ଭଳି ନାହିଁ । ଏହାକୁ 1970 ରେ ପୁନଃ ନିର୍ମାଣ କରା ଯାଇଛି ।

ଏତେ ସମୟ ଧରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁ ଥିବାରୁ ଏହାକୁ ବିଶ୍ଵର ସବୁଠାରୁ ପୁରୁଣା ରେଲୱେ ଷ୍ଟେସନ କୁହା ଯାଉଛି । ଯଦି ବିଶ୍ଵ ର ସବୁଠାରୁ ରେଲୱେ ଷ୍ଟେସନ କଥା କହିବା ତେବେ ଏହା ଆମେରିକାର ନିୟୁୟର୍କ ସହରରେ ରହିଛି । ଯାହାର ନାଁ ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନାଲ । ଏହି ଷ୍ଟେସନ 1903-13 ମଧ୍ୟରେ ନିର୍ମାଣ ହୋଇଥିଲା ।

ଏଥିରେ 46ଟି ପ୍ଲାଟଫର୍ମ ରହିଥିବାରୁ ଏହାକୁ ବିଶ୍ଵର ବଡ ରେଲୱେ ଷ୍ଟେସନ କୁହା ଯାଉଛି । ଭାରତର ସବୁ ଠାରୁ ପୁରୁଣା ରେଲୱେ ଷ୍ଟେସନ ର ନାଁ ହେଉଛି ହାୱଡା ଜଙ୍କସନ । ଯାହା ପଶ୍ଚିମବଙ୍ଗ ରେ ରହିଛି । ଏହାକୁ 1852 ମସିହାରେ ତିଆରି କରା ଯାଇଥିଲା ।