“ମୋର ଗୋଟିଏ ବୋଲି ପୁଅ ବିରଳ ରୋଗରେ ପଡିଛି, ଓଡ଼ିଶାବାସୀ ଟିକେ ସାହାଯ୍ୟ କଲେ ମୋ ପୁଅ ବଞ୍ଚିଯିବ”

ନମସ୍କାର ବନ୍ଧୁଗଣ । ଅନେକ ସମୟରେ ଲକ୍ଷେ ପିଲା ମଧ୍ୟରୁ ଗୋଟିଏ ପିଲାକୁ ଏକ ବିରଳ ରୋଗ ହୋଇଥାଏ । ଯାହା ପାଇଁ ପିଲାର ଜୀବନ ବିପଦରେ ପଡିଯାଏ । ଏମିତି ଏକ ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭୁବନେଶ୍ବର ରେ । ମୌସୁମୀ ନାମକ ଜଣେ ମହିଳାଙ୍କ ପୁଅ ହେଉଛନ୍ତି ଦୀପଙ୍କର । ଦୀପଙ୍କର ଏକ ବିରଳ ରୋଗର ଶିକାର ହୋଇଛି ଯାହାକୁ ନେଇ ଏବେ ଏହି ଖବର ଟି ଲୋକଲୋଚନ କୁ ଆସିଛି ।

ଦୀପଙ୍କର ମା ମୌସୁମୀ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ମୌସୁମୀ କହିଛନ୍ତି ଯେ ” ଯେବେ ମୋ ପୁଅ ଜନ୍ମ ହୋଇଥିଲା ସେତେବେଳେ ମୁଁ ବହୁତ ଖୁସି ଥିଲି । କିନ୍ତୁ ଯେବେ ପୁଅକୁ 9 ମାସ ହେଲା ସେ କଥା କହୁ ନ ଥିଲା ହେଲେ ଚାଲୁଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ପୁଅର ସ୍ପିଚ କ୍ଳାସ ଅଢେଇ ବର୍ଷରୁ ଆରମ୍ଭ କରିଲୁ 5 ବର୍ଷ ଯାଏଁ ।

କିନ୍ତୁ କିଛି ବି ପରିବର୍ତ୍ତନ ହେଲାନି । ପୁଅର ଶାରୀରିକ ବିକାଶ ହେଲାନି କି କଥା କହି ପାରିଲାନି କି ଚାଲି ପାରିଲାନି । ଏହା ପରେ ପୁଣି ଥାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁଅକୁ ବିରଳ ରୋଗ ହେବାର ଜାଣିଲୁ । ଏହା ପରେ ପୁଅକୁ ଏମ୍ସ ମେଡିକାଲ ନେଇକି ଗଲୁ । ସେଠାରେ ସଂପୂର୍ଣ୍ଣ ଟେଷ୍ଟ ହେବା ପରେ ବିରଳ ରୋଗ ବାହାରିଲା ଯେଉଁ ରୋଗ ଲକ୍ଷେ ଛୁଆ ମଧ୍ୟରୁ ଜଣଙ୍କୁ ହୁଏ ।

ଏହି ରୋଗର ମେଡ଼ିସିନ ନାହିଁ କି ଭଲ ହୋଇ ପାରିବନି ବୋଲି ଡାକ୍ତର କହିଲେ । ଏହା ପରେ ଆମେ କିମ୍ସ ମେଡିକାଲ ର ଡାକ୍ତର ମଧ୍ୟ ସେଇ କଥା କହିଲେ କି ପୁଅକୁ ମସକ୍ୟୁଲୋ ଦିସପ୍ରିଙ୍ଗ ୱୀଥ DMD ହୋଇଛି ଯାହା ଏକ ବିରଳ ରୋଗ ଯାହାର କୌଣସି ଚିକିତ୍ସା ନାହିଁ କି ଛୁଆ ରହି ପାରିବନି । ଡାକ୍ତର କହୁଛନ୍ତି ପୁଅର ଚିକିତ୍ସା ପାଇଁ 33 କୋଟି ଟଙ୍କା ଦରକାର ।

33 କୋଟି ଟଙ୍କା ହେଲେ ମୋ ଛୁଆ ଭଲ ହୋଇଯିବ । ପୁଅ କିଛି କହିପାରେ ନାହିଁ କିନ୍ତୁ ମୁଁ ବୁଝିପାରେ । ମୁଁ ପୁଅର ସବୁ କାମ କରେ । ମୋର ଗୋଟିଏ ବୋଲି ପୁଅ ବିରଳ ରୋଗରେ ପୀଡିତ ଅଛି । ଓଡିଶା ବାସୀ ଙ୍କୁ ମୁଁ ଅନୁରୋଧ କରୁଛି ଟିକେ ସାହାର୍ଯ୍ୟ କରନ୍ତୁ । ମୋ ପୁଅ ବଞ୍ଚିଯିବ । ମୁଁ ଚାହୁଁଛି ସରକାରଙ୍କର ଯାହା ବି ସୁବିଧା ଅଛି ମୋ ପୁଅକୁ ମିଳୁ ।

ମୋତେ ଓଡିଶା ବାସୀ ଆର୍ଥିକ ସାହାର୍ଯ୍ୟ କରନ୍ତୁ । ମୁଁ ଚାହୁଁଛି ମୋ ପୁଅ ଭଲ ହୋଇଯାଉ । ମୋତେ ସହାୟତା କରନ୍ତୁ ଓଡିଶା ବାସୀ । ମୋର ଫୋନପେ ନମ୍ବର 977668122″ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।