ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସର୍ପାଘାତରେ ଚାଲିଗଲା ମହିଳା କାଉଡିଆଙ୍କ ଜୀବନ ! ତେବେ ବନ୍ଧୁଗଣ ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲୁଅଛି । ସମସ୍ତ ଶିବ ଭକ୍ତ ଶ୍ରଦ୍ଧାଭାବର ସହ ଶ୍ରାବଣ ମାସର ସୋମବାର ଦିନ ଆସି ଶିବ ମନ୍ଦିରରେ ପାଣି ଢାଳୁଛନ୍ତି । ତେବେ ସମସ୍ତଙ୍କ ପରି ସରସ୍ଵତୀ ନାକ ଏକ ମହିଳା ମଧ୍ୟ ଶ୍ରାବଣ ମାସର ସୋମବାରରେ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିବା ପାଇଁ ଯାଇଥିଲେ । ହେଲେ ଶିବ ମନ୍ଦିରରେ ପାଣି ଢାଳୁ ଢାଳୁ ତାଙ୍କ ସହ କିଛି ଏପରି ଘଟିଯିବ ବୋଲି ସେ କେବେବି ଏହି କଥା ସ୍ଵପ୍ନରେ ଭାବିନଥିବେ ।

ତେବେ ସରସ୍ଵତୀ ରାଣା ଘାଟ ଥାନା ସ୍ଥିତ ମୁକୁନ୍ଦପୁର ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସେ ଗଙ୍ଗା ଜଳରେ ସ୍ନାନ କରି ତା’ ପାଖରେ ଥିବା ପ୍ରଭୁ ମହାଦେବଙ୍କ ମନ୍ଦିରରେ ପାଣି ଢାଳିଥିଲେ । ପାଣି ଢାଳିବା ପରେ ମହିଳା ଜଣଙ୍କ ମନ୍ଦିର ନିକଟରେ ଥିବା ଏକ ଗଛ ନିକଟକୁ ନିଜର ମନୋସ୍କାମନା ଜଣାଇବାକୁ ଯାଇଥିଲେ । ହେଲେ ସେହି ସମୟରେ ସେହି ଗଛରୁ ଏକ ବିଷାକ୍ତ ସାପ ଆସି ଉକ୍ତ ମହିଳା ଜଣଙ୍କୁ ଛୋଟ ମାରିଥିଲା ।
ସାପର ଚୋଟରେ ମହିଳା ଜଣଙ୍କ ସେହିଠାରେ ଟଳି ପଡିଥିଲେ । ସାପଟି ଚୋଟ ମାରି ପୁଣି ଥରେ ନିଜର ରହିଥିବା ଗଛକୁ ଚାଲି ଯାଇଥିଲା । ଯାହାକୁ ଦେଖି ମନ୍ଦିରରେ ଥିବା ଶହଶହ ଭକ୍ତ ବହୁ ମାତ୍ରାରେ ଭୟଭୀତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ କିପରି ମହିଳା ଜଣଙ୍କର ପ୍ରାଣକୁ ବଞ୍ଚାଇ ହେବ ସେଥିପାଇଁ ସମସ୍ତେ ତତ୍ପର ହୋଇଉଠିଥିଲେ । ପରେ ପରେ ସର୍ପାଘାତରେ ପୀଡିତ ଉକ୍ତ ମହିଳା ସରସ୍ଵତୀଙ୍କୁ ମେଡିକାଲକୁ ନିଆ ଯାଇଥିଲା ।

ହେଲେ ଡାକ୍ତର ସେଠାରେ ସରସ୍ଵତୀଙ୍କୁ ମୃ-ତ ଘୋଷଣା କରିଥିଲେ । ଯାହାର ଖବର ପାଇ ସରସ୍ଵତୀଙ୍କ ପରିବାର ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରି ଘଟଣା କଲିକତା ସହରରେ ଦେଖିବାକୁ ମିଳିଛି । ପ୍ରଭୁ ଶିବଙ୍କ ମନ୍ଦିରକୁ ପାଣି ଢାଳିବାକୁ ଯାଇ ଏପରି ସର୍ପାଘାତରେ ନିଜର ପ୍ରାଣ ହରାଇଥିବା ମହିଳାଙ୍କ ଖବରରେ ସ୍ଥାନୀୟ ଏରିଆରେ ଶୋକର ଛାୟା ଖେଳିଯାଇଛି ।
ତେବେ ଉକ୍ତ ମୃ-ତ ମହିଳାଙ୍କର ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହିଭଳି ଖବରର ଅପଡେଟ ଲାଗି ଆମ ସହ ଯୋଡି ହୋଇରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ