ଛତିଶଗଡ଼ରୁ ଭାସିଆସିଛି ରହସ୍ୟମୟ ଡଙ୍ଗା ! ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି…

ନମସ୍କାର ବନ୍ଧୁଗଣ । ଏବେ ଛତିଶଗଡ କଲମା ବ୍ୟାରେଜ ର ସବୁ ଗେଟ ଖୋଲି ଦେଇଛି । ଛତିଶଗଡ ଗେଟ ଖୋଲି ପାଣି ଛାଡିଛି ତାହା ନୁହେଁ ବରମ ଏ ରହସ୍ୟମୟ ଡଙ୍ଗା ମଧ୍ୟ ଛାଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପୁରା ପୁରୀ ଭୟଭୀତ ହୋଇଗଲେ । ପାଣି ବଢିବା ସହ ପୁଣି ରହସ୍ୟମୟ ଡଙ୍ଗା । ଏ ଡଙ୍ଗା କୁ ଘଣ୍ଟା ଘଣ୍ଟା ଧରି ଗଣମାଧ୍ୟମ ନିଜ ନିଜ କ୍ୟାମେରା ରେ ରେକର୍ଡ କରିଛନ୍ତି ।

ସେପଟେ ସ୍ଥାନୀୟ ଲୋକେ ଏହା ଗୋଟେ ଡଙ୍ଗା ନା କୌଣସି ବଡ ବସ୍ତୁ ନା ଜୀବ କିଛି ବି ଜାଣି ପାରିଲେ ନାହିଁ । ସ୍ଥାନୀୟ ଲୋକ ଭୟଭୀତ ହେବା ପରେ ସନ୍ଦେହ ମଧ୍ୟ କରିଲେ । ଶେଷରେ ଓଡ୍ରାଫ ଟିମ ଆସି ପହଞ୍ଚି ଥିଲା ଘଟଣା ସ୍ଥଳକୁ । କିନ୍ତୁ ଓଡ୍ରାଫ ଟିମ ମନରେ ସନ୍ଦେହ ଆସିଲା କି ଯଦି କୌଣସି ବସ୍ତୁ ଥିବ ତ କିଛି କଥା ନୁହେଁ କିନ୍ତୁ କୌଣସି ଜୀବ ଥିଲେ ସ୍ଥିତି କଣ ହେବ ?

ଏଭଳି ବି ଆଶଙ୍କା ବି ବଢିଲା । ଲୋକ ମାନଙ୍କର ଏହି ଡଙ୍ଗା କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଭିଡ ଲାଗିଥିଲା । ଆଉ ସେହି ସ୍ଥାନକୁ ସମସ୍ତେ ଦେଖୁଥିଲେ । ବାସ୍ତବରେ ସେ ବସ୍ତୁ ନା ତାହା ଗୋଟେ ଜୀବ । କଣ ରହିଛି କହି ସମସ୍ତେ ସନ୍ଦେହ କରୁଥିଲେ । କାରଣ ସେହି ବସ୍ତୁ ଟି ଭାସି ଆସିଛି ଛତିଶଗଡ ରୁ । ସେଥିପାଇଁ ମନରେ ଅନେକ ଆଶଙ୍କା ଦେଖା ଯାଇଥିଲା ।

ଛତିଶଗଡ କେବେ ଓଡିଶାର ଭଲ ଚାହୁଁ ଥିବ ତାହା କେହି ସହଜରେ ବିଶ୍ଵାସ କରୁ ନ ଥିଲେ । କାରଣ ଛତିଶଗଡ ସବୁ ଗେଟ ଖୋଲିବା ପରେ ଓଡିଶା ପାଇଁ ଯେଉଁ ବିପଦ ମାଡି ଆସିଛି ସେଥିପାଇଁ କାହିଁଙ୍କି ଏଭଳି ଗୋଟେ ବସ୍ତୁ କୁ ଛାଡିଛି ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ବଢିଲା । ଏହି ସ୍ଥିତିରେ ଓଡ୍ରାଫ ଟିମ ଜଳ ଭିତରକୁ ଯାଇ ଦେଖିଲା ବେଳକୁ ଏହା ଗୋଟେ ଡଙ୍ଗା ।

ଏହି ଡଙ୍ଗା ଟି ଫାଇଭର ରେ ତିଆରି ହୋଇଛି । ହେଲେ ଡଙ୍ଗା ଭିତରେ କଣ ରହିଛି ? ଛତିଶଗଡ ପକ୍ଷରୁ ସେଇ ଡଙ୍ଗା ଭିତରେ କଣ ପଠାଯାଇଛି କେହି କିଛି ଜାଣିପାରିଲେ ନାହିଁ । କାରଣ ଡଙ୍ଗା ଟି ଏତେ ବିଶାଳ ଥିଲା ଯେ ତାହାକୁ ଓଲଟାଇବା ସହଜ ନ ଥିଲା । ଏବେ ବି ଡଙ୍ଗା ସେମିତି ରହିଛି । ବାସ୍ତବରେ ତାହା ଗୋଟେ ଡଙ୍ଗା ନା କୌଣସି ବଡ ବସ୍ତୁ ତାହା ଏ ଯାଏଁ ନିଶ୍ଚିନ୍ତ ହେବା ଅସମ୍ଭବ ।

କାରଣ ଯେବେ ଯାଏଁ ସେହି ବସ୍ତୁ କୁ ଓଲଟା ଯାଇନି ସେ ପର୍ଯ୍ୟନ୍ତ ଜଣା ପଡିବ ନାହିଁ ପ୍ରକୃତରେ ତାହା କଣ ? ସେପଟେ ଓଡ୍ରାଫ ଟିମ ପକ୍ଷରୁ କୁହା ଯାଇଛି କି ତାହା ଗୋଟେ ବିଶାଳକାୟ ଡଙ୍ଗା । ଡଙ୍ଗା ଭିତରେ କଣ ଅଛି ତାହାକୁ ଓଲଟାଇବା ପରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।