କୋଚିଙ୍ଗ ସେଣ୍ଟ୍ର ରେ ଘଟିଲା ଘଟଣା । ଛାତ୍ର ଛାତ୍ରୀ ମାନେ ପାଠ ପଢି ସାରି ସୋଇଥିବା ବେଳେ କାମୁଡି ଦେଲା ସାପ । ଅକାଳ ରେ ଚାଲି ଯାଇଛି ତିନି ନିରୀହ ନିଷ୍ପାପ ଛାତ୍ର ଛାତ୍ରୀ ଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ଏଭକି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବୋରୀୟା ଥାନା ନିଶ୍ଚିନ୍ତପୁର ଜାଲି ରେ । ମୃତକ ଙ୍କ ମଧ୍ୟରେ 2 ଜଣ ଛାତ୍ରୀ ଥିବା ବେଳ ଆଉ ଜଣେ ଛାତ୍ର ଥିଲେ । ଆଉ ଜଣେ ଛାତ୍ର ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି ।

ମୃତ ଛାତ୍ର ଛାତ୍ରୀ ମାନେ ହେଉଛନ୍ତି ରାଜା ନାୟକ, ସ୍ନେହାଶ୍ରୀ ନାୟକ, ଏଲିନ ନାୟକ । ସେହିପରି ଗୁରୁତର ଥିବା ଛାତ୍ର ଜଣକ ହେଉଛନ୍ତି ଆକାଶ ନାୟକ । ସୂଚନା ଅନୁଯାୟୀ ରାତି ରେ ପାଠ ପଢି ସାରି କୋଚିଙ୍ଗ ସେଣ୍ଟର ରେ ସୋଇଥିଲେ ଛାତ୍ର ଛାତ୍ରୀ । ସୋଇଥିବା ବେଳେ ସେମାନଙ୍କୁ ସାପ କାମୁଡି ଥିବା ଜଣା ପଡିଛି । ତେବେ କେଉଁ ସାପ କାମୁଡିଛି ତାହା ବର୍ତ୍ତମାନ ଯାଏଁ ଜଣା ପଡି ନାହିଁ ।
ତେବେ ଚିତି ସାପ କାମୁଡି ଥିବା ବୋଲି ଅନୁମାନ କରା ଯାଉଛି । ରାତି ପ୍ରାୟ 3ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ପରିବାର ଲୋକଙ୍କୁ ସକାଳ 7:30 ରେ ଖବର ଦିଆ ଯାଇଥିଲା ବୋଲି ଅଭିଯୋଗ ହୋଇଛି । ମୃତ ଏଲିନା ଙ୍କ ମା କହିଛନ୍ତି ଯେ ଗତ କାଲି ସନ୍ଧ୍ୟାରେ ସେ ତାଙ୍କ ଝିଅ ଙ୍କ ସହ ଫୋନରେ କଥା ହୋଇଥିଲେ ।

ଆସନ୍ତା 30 ରେ ସେ ଝିଅ ପାଖକୁ ଦେଖା କରିବାକୁ ଯିବେ ବୋଲି କହିଥିଲେ । କିନ୍ତୁ ଆଜି ସକାଳୁ ଖବର ଆସିଲା ବେଳକୁ ଝିଅ ଆଉ ନାହିଁ । ଏଲିନା ଙ୍କ ସମ୍ପର୍କୀୟ ଜଣକ କହିଛନ୍ତି ଯେ ରାତି 3ଟା ରୁ ଏହି ଘଟଣା ଘଟିଥିଲା । କିନ୍ତୁ ପରିବାର ଲୋକଙ୍କୁ କିଛି ଖବର ଦିଆ ଯାଇ ନ ଥିଲା । ସେମାନେ ବାହାର ଲୋକଙ୍କ ଠାରୁ ଖବର ପାଇଲେ ବୋଲି କହିଛନ୍ତି ।
କୋଚିଙ୍ଗ ସେଣ୍ଟର ର କୌଣସି ସଦସ୍ୟ ଙ୍କୁ ମେଡିକାଲ ରେ ଦେଖିବାକୁ ପାଇ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ଏଲିନା ଙ୍କ ସମ୍ପର୍କୀୟ ଜଣକ । ତେବେ କେନ୍ଦୁଝର ରେ ଯେଉଁ ଭଳି ଭାବେ କୋଚିଙ୍ଗ ସେଣ୍ଟର ଖୋଲା ଯାଉଛି ଆଉ ଏଭଳି ଅଘଟଣ ଘଟୁଛି । ତାହା ପ୍ରତି ପ୍ରଶାସନ କେବେ ଦ୍ରୁଷ୍ଟି ନେବ ତାହା ଦେଖିବାକୁ ବାକି ରହିଲା । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।