କଣ୍ଢେଇ କହିଲା କିଲର କିଏ ? ବଲାଙ୍ଗୀର ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାସ ସତ ହେଲା ସନ୍ଦେହ ଆଉ କଣ୍ଢେଇ କହି ଦେଲା ହତ୍ୟାକାରୀ କିଏ ? ହଁ ଦର୍ଶକ ବନ୍ଧୁ ନାବାଳିକା ଯୁକ୍ତ2 ର ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣାର ମାତ୍ର 24 ଘଣ୍ଟା ରେ ସତ୍ଯାସତ୍ଯ ସାମନାକୁ ଆଣିବାରେ ସଫଳ ହୋଇଛି ପୋଲିସ । ହତ୍ୟା ହେବାର ମାତ୍ର 24 ଘଣ୍ଟା ମଧ୍ୟରେ ପ୍ରକୃତ ହତ୍ୟାକାରୀ କୁ ପୋଲିସ ଆରେଷ୍ଟ କରି କୋର୍ଟ ଚାଲାଣ କରିବାକୁ ନେଇ ପୁରା ଜିଲ୍ଲା ରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି ।
ସୂଚନା ଅନୁଯାୟୀ ବଲାଙ୍ଗୀର ର ପ୍ରେମିକ ୱ୍ହିଲର ଟେଡି ପାଇଁ ଟେନସନ ରେ ଥିଲା । ମିଲନ ପାଖରୁ ପାଇଥିବା ଉପହାର ଟେଡି କୁ ଫେରାଇ ଦେଉଥିଲେ ନାବାଳିକା ପ୍ରେମିକା ଶେଷାଦ୍ରି । କିନ୍ତୁ ଏଥିପାଇଁ ରାଗି ଯାଇଥିଲା ଅଭିଯୁକ୍ତ ପ୍ରେମିକ । ପ୍ରେମିକ ପ୍ରଥମେ ପ୍ରେମିକା ବୁ ବହୁତ ବୁଝାଇଆ ଥିଲା । ଏମିତିକି ସମ୍ପର୍କ ଅତୁଟ ରଖିବା ପାଇଁ ପ୍ରେମିକ ପ୍ରେମିକା କୁ ଅନୁରୋଧ ମଧ୍ୟ କରିଥିଲା ।
କିନ୍ତୁ ରିଲେସନ ଅଧିକ ନ ବଢାଇ ବ୍ରେକପ କରିବା ଲାଗି ବାରବାର କହିଥିଲେ ଶେଷାଦ୍ରି । ଖାଲି ଏତିକି ନୁହେଁ ବରଂ ମିଲନ ଦେଇଥିବା କଣ୍ଢେଇ କୁ ଫେରାଇ ଦେବାକୁ ସେ ବାରମ୍ବାର କହିଥିଲେ । ତେଣୁ ରାଗି ଯାଇ ଶେଷାଦ୍ରୀ ଙ୍କ ମୁଣ୍ଡ କୁ କାନ୍ଥ ରେ ବାଡେଇ ଦେଇଥିଲା ପ୍ରେମିକ ମିଲନ । କିନ୍ତୁ ମିଳନର ରାଗ ଏତିକିରେ କମି ନ ଥିଲା । ଶେଷାଦ୍ରି ଅଚେତ ହେବା ପରେ ଧାରୁଆ ଅସ୍ତ୍ର ଶସ୍ତ୍ର ରେ ଆକ୍ରମଣ କରିଥିଲା ମିଲନ ।
ପୋଲିସ ଶେଷାଦ୍ରି ଙ୍କ ବାପା ଙ୍କ ସାର୍ଟ ଓ ଧାରୁଆ ଅସ୍ତ୍ର ଜବତ କରିଛି । ଯେଉଁଥି ରେ ରକ୍ତ ର ଛିଟା ଲାଗିଥିଲା । ମିଲନ ଏବେ ପୋଲିସ କୁ ହତ୍ୟା କେଉଁ ଜାଗାରେ କରିଥିଲା ? ହତ୍ୟା ପରେ କେମିତି ଫେରାର ହୋଇଥିଲା ମିଲନ ? ଅନ୍ୟ 2 ଜଣ ବନ୍ଧୁ ମିଲନ କୁ କେମିତି ସହଯୋଗ କରିଥିଲେ ? ଏ ସବୁ ବଖାନୁଛି ଅଭିଯୁକ୍ତ ମିଲନ ।
ହତ୍ୟା ପରେ ମିଲନ ଫେରାର ମାରିଥିଲେ ବି ଏବେ ପୋଲିସ ହାତରେ ଧରା ପଡିଛି । ମିଲନ ଧରା ପଡିଛି କିନ୍ତୁ ତାର 2 ବନ୍ଧୁ ଏବେ ବି ଫେରାର ଅଛନ୍ତି । ଗତ 13 ରେ ହୋଇଥିବା ଏହି ହତ୍ୟାକାଣ୍ଡ କୁ ନେଇ ପୁରା ବଲାଙ୍ଗୀର ଜିଲ୍ଲା ରେ ବଢିଥିଲା ଚର୍ଚ୍ଚା । ଏମିତି କି ଏହି ଘଟଣା କାହିଁକି ଘଟିଲା ସେ ନେଇ ପୋଲିସ ସୂଚନା ପାଇ ନ ଥିଲା । ହେଲେ କଣ୍ଢେଇ ରେ ଲେଖା ହୋଇଥିବା କାରଣରୁ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚି ପାରିଥିଲା । ଏପଟେ ଝିଅର ହତ୍ୟାକାରୀ କୁ ଫାଶୀ ଦିଆଯାଉ ବୋଲି ଶେଷାଦ୍ରି ଙ୍କ ମା ଦାବି କରିଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।