ଆଖି ଧରା ସମସ୍ଯାର କାରଣ ଓ ନିରାକରଣ ! ଜାଣନ୍ତୁ ସଂପୂର୍ଣ୍ଣ ଚିକିତ୍ସାବିଧି- Doctor Surjya Kiran Patnaik

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଖି ଧରା ସମସ୍ଯା ! ତେବେ ବନ୍ଧୁଗଣ ବର୍ତ୍ତମାନ ଆଖି ଧରା ସମସ୍ଯାରେ ଅନେକ ପୀଡିତ ହେଉଛନ୍ତି । ତେବେ ଏହି ଆଖି ଧରା ରୋଗ କ’ ଣ ଓ କାହିଁକି ହୋଇଥାଏ ଚାଲନ୍ତୁ ଏହି ସମ୍ପର୍କରେ ଆଲୋଚନା କରିବା । ଋତୁ ପରିବର୍ତ୍ତନ ହେଲେ । ଶରୀରରେ ଅନେକ ପ୍ରକାର ସ୍ଵାସ୍ଥଗତ ସମସ୍ଯାମାନ ମଧ୍ୟ ଆସିଥାଏ । ବର୍ଷା ଋତୁରେ ଆଖି ଧରା ରୋଗ ପ୍ରାୟତଃ ଲୋକଙ୍କୁ ହେବାର ଜଣା ପଡିଥାଏ । ଏହା ସାଧାରଣ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ହୋଇଥାଏ ବୋଲି ଡାକ୍ତର କହିଥାନ୍ତି ।

ଆଖି ଧରାରେ ପୀଡିତ ବ୍ୟକ୍ତି ମାନଙ୍କର ଆଖି ଲାଲ ପଡିଯିବା, ଆଖିରୁ ପାଣି ଗଡିବା ଭଳି ଲକ୍ଷଣ ଦେଖା ଦେଇଥାଏ । ତେବେ ବାୟୁମଣ୍ଡଳରେ ପ୍ରାୟତଃ ଏଡିନୋ ଭାଇରସ ମାନେ ବୁଲିଥାନ୍ତି । ସେମାନେ ଯାହା ଆଖିକୁ ସଂକ୍ରମଣ କରିଥାନ୍ତି । ଫଳରେ ଆଖିରେ ଇଁଫେକସନ ହୋଇଯାଇଥାଏ । ସେମାନଙ୍କର ଆଖି ଧରା ହେଲା ବୋଲି ଆମେ ସାଧାରଣତଃ କହିଥାଉ ।

ଏହା ଏକ ଏପରି ସମସ୍ଯା ଯାହା କି ଦ୍ରୁତ ଗତିରେ ସଂକ୍ରମଣ ହୋଇଥାଏ । ଫଳରେ ଜଣଙ୍କର ଆଖି ହୋଇଥିବା ବେଳେ ତାହା ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକ ମାନଙ୍କୁ ମଧ୍ୟ ଶୀଘ୍ର ଡେଇଁଥାଏ । ଫଳରେ ଅନ୍ୟ ଲୋକ ମଧ୍ୟ ଆଖି ଧରାରେ ପୀଡିତ ହୋଇଯାଇଥାନ୍ତି । ଆଖି ଧରାରେ ପୀଡିତ ଅନେକ ଲୋକ ଅନେକତଃ କହିଥାନ୍ତି । ଯେ ଗୋଟେ ବ୍ୟକ୍ତିକୁ ଆଖି ଧରିଥିଲା । ମୁଁ ସେହି ବ୍ୟକ୍ତିଙ୍କୁ ଚାହିଁ ଦେଲି । ତେଣୁ ମୋତେ ମଧ୍ୟ ଆଖି ଧରା ହୋଇଗଲା ।

ହେଲେ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । ଯଦି ସେହି ରୋଗୀର ସଂସ୍ପର୍ଶରେ ଆପଣ ଆସିଥାନ୍ତି । କିମ୍ବା ତାହାର କୌଣସି ବ୍ୟବହୃତ ଜିନିଷକୁ ଛୁଇଁଥାନ୍ତି । ତେବେ ଯାଇ ସେହି ଭାଇରାଟି ଆପଣଙ୍କୁ ସଂକ୍ରମଣ କରିଥାଏ । ଫଳରେ ଆଖି ଧରିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଆଖି ଧରିଥାଏ । ତେବେ ସେହି ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଇଆଡୁ ସିଆଡୁ ଡ୍ରପ କିମ୍ବା ମଲମର ବ୍ୟବହାର କରନ୍ତୁ ନାହିଁ ।

ଆଖିରେ ମଧ୍ୟ ବାରମ୍ବାର ହାତ ଲଗାନ୍ତୁ ନାହିଁ । ଆଖିକୁ ସବୁବେଳେ ପରିଷ୍କାର ରଖନ୍ତୁ । ଏହା ସହ କଳା ଚଷମା ମଧ୍ୟ ପିନ୍ଧନ୍ତୁ । ତେବେ ଯଦି ଆପଣ ମଧ୍ୟ ଆଖି ଧରା ସମସ୍ଯାରେ ପୀଡିତ ଅଛି । ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିଜର ଚିକିତ୍ସା କରାଇ ନିଅନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ଠାରୁ ସେହି ଭାଇରସ ଅନ୍ୟ କାହାକୁ ଯେପରି ସଂକ୍ରମିତ ହୋଇ ନଯାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ