ମୋ ବଡ ପୁଅ ଯଦି ଭୁବନେଶ୍ୱରରେ ଥାନ୍ତା, ମୁଁ କେତେ ଥର ଝାରପଡା ଜେଲ ଯାଇଆସିଥାନ୍ତି !

ନମସ୍କାର ବନ୍ଧୁଗଣ । ଆପଣ ମାନେ ସୁର ରାଉତରାୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କାମ ପାଇଁ ଯେତିକି ଚର୍ଚ୍ଚା ରେ ରୁହନ୍ତି ନାହିଁ ତା ଠାରୁ ଅଧିକ ନିଜର ଭାଷଣ ପାଇଁ ଅଧିକ ଚର୍ଚ୍ଚା ରେ ରୁହନ୍ତୁ । ସୁର ଭାଇ ଅନେକ ସମୟରେ କିଛି ଏମିତି କଥା କାହାକୁ ନା କାହାକୁ ନେଇ କହିଥାନ୍ତି ଯାହାକୁ ଜନ ସାଧାରଣ ଖୁବ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ବାପା ପୁଅ ଚାକିରି ଛାଡି ତାଙ୍କ ସହ ଜନତାଙ୍କ ସେବାରେ ଲାଗି ପଡିବାର ନିସ୍ପତି ନେଇଛନ୍ତି ।

ଏହାରି ମଧ୍ୟରେ ସୁର ଭାଇ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୁର ରାଉତରାୟ କହିଛନ୍ତି ଯେ ” ମୋର 2ଟି ପୁଅ । ଜଣେ ହେଉଛନ୍ତି ଆମେରିକାରେ ଡାଇରେକ୍ଟର । ତା ଘର, ଗାଡି, ପରିବାର ଯେମିତି ରହୁଛନ୍ତି ଯଦି ଓଡିଶା କି ଭୁବନେଶ୍ଵର ହୋଇଥାନ୍ତା ତେବେ ED, ଇନକମ ଟ୍ୟାକ୍ସ ରେଡ ହୁଅନ୍ତାଣୀ ଆମ ଘରେ । ତାର କିଛି ସୀମା ନାହିଁ ।

ମୁଁ କେତେ ଥର ଝାରପଡା ଜେଲ ଆସନ୍ତିଣୀ । ମୁଁ ତ ଖଣ୍ଡିଆ ସାଇକେଲ ଧରି ରାଜନୀତି ଆରମ୍ଭ କରିଥିଲି । ସେ ତ ଖଣ୍ଡିଆ ଧରିବେ ନାହିଁ । ସେ ପୁରା ରେଡି ହୋଇ ଆସୁଛନ୍ତି । ମୋ ପୁଅ ହେଉଛି ଓଡିଆ ଟୋକା । ସେ ଦକ୍ଷିଣ ଆମେରିକା ରେ ଗତ 3 ଦିନ ତଳେ ଲିଙ୍ଗରାଜ ପତାକା, ଜାତୀୟ ପତାକା, ଜଗନ୍ନାଥ ପତାକା ଉଡାଇ କି ଆସିଛି । ସେ 192ଟି ଦେଶକୁ ଗଲାଣି ଜାହାଜ ନେଇକି ।

ସେ ଏୟାର ଇଣ୍ଡିଆ ରେ କ୍ଯାପଟେନ ଅଛି । ଏମିତି ରିସ୍କ ଦେଖୁଛ ମୋ ପୁଅକୁ ନେଇ । ମୋ ବଡ ପୁଅ ସବୁ ପାହାଡ ଚଢୁଛି । ଏଭରେଷ୍ଟ ସହ । କଲିଜା ଦରକାର । ମୋ ଠାରୁ ସେମାନେ ବେଟର କରିବେ । ଆମେ ଟାଇଗର ଭଳିଆ କାମ କରୁଥିଲୁ । ସେମାନେ ପୁରା ସିଂହ ଭଳି କାମ କରିବେ । କିଛି ଅସୁବିଧା ନାହିଁ । 2029 ରେ ମୋ ପୁଅ ଦଳ କୁ ଆସିବ ।

ତାଙ୍କୁ ମୁଁ ସ୍ଵାଧୀନତା ଦେଇଛି ସେମାନେ ଯାହା କରିବେ ସେମାନେ କରିବେ । ମୁଁ ଦିନକୁ 18 ଘଣ୍ଟା ଖଟୁଥିଲି । ମୋର ଖାଲି ବୁଲି କି କାମ କରିବା । ଖାଲି ସେଟିଙ୍ଗ କରେ ମୁଁ କେଉଁଠି କେତେ ଦିଆଯିବ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।