ନିଜ ଇଚ୍ଛା ରେ ଦୁର୍ଘଟଣା କରିଥିଲେ ନା ଏମାନଙ୍କୁ କିଏ କହିଥିଲା ? ଦୁର୍ଘଟଣା ପାଇଁ କେଉଁଠୁ ଆସିଥିଲା କି ନିର୍ଦ୍ଦେଶ ? ଦୁର୍ଘଟଣା ପଛର ରହସ୍ୟ କଣ ଥାଇପାରେ ? ହଁ ଦର୍ଶକ ବନ୍ଧୁ ବାହନଗା ଟ୍ରେନ ଦୁର୍ଘଟଣା ପାଇଁ ଯେଉଁ ମାନେ ଦୋଷୀ ସେମାନଙ୍କୁ ଗିରଫ କରିଛି ସିବିଆଇ । ମୋଟ 3 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଏହି 3 ଜଣ ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡିଛି ବାହାନଗା ଦୁର୍ଘଟଣା ପାଇଁ ।

ସେମାନେ ହେଉଛନ୍ତି ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାନ ଓ ଟେକଶିଆନ ପପୁ କୁମାର । ତେବେ କଣ ପାଇଁ ଘଟିଲା ଏତେ ବଡ ଦୁର୍ଘଟଣା । ଏହା ପଛରେ ଆଉ କାହାର ହାତ ରହିଛି କି ? କିଏ କହିଥିଲା ଏମିତି କିଛି କରିବା ପାଇଁ ଏଭଳି ପ୍ରଶ୍ନ ପଚାରିବ ଏବେ ସିବିଆଇ । ଗିରଫ ହେବା ପରେ 5 ଦିନିଆ ରିମାଣ୍ଡରେ 3 ଅଭିଯୁକ୍ତ ଙ୍କୁ ନିଆ ଯାଇଛି । ଏବେ ଖାଲି ଜେରା କରିବା ସିବିଆଇ ।
ବିଭିନ୍ନ ଦିଗକୁ ନେଇ ଜେରା ହେବ । କିଏ ଦାୟୀ ଏଥିପାଇଁ ସେମାନଙ୍କର କଳା ଚିଠା ଖୋଲିବ ସିବିଆଇ । ଏମାନଙ୍କ ବିରୁଦ୍ଧରେ ଆପିସି ଦଫା 304 ଉଦେଶ୍ୟ ନ ଥାଇ ହତ୍ୟା, 201 ଅପରାଧ ପ୍ରମାଣ ନଷ୍ଟ ସହ ରେଲୱେ ଆକ୍ଟ 153 ଧାରା ଲାଗିଛି । ତେବେ ସୂଚନା ଅନୁଯାୟୀ ସିବିଆଇ ତଦନ୍ତ ପରେ ଜାଣିବାକୁ ପାଇଥିଲା କି 2 ଜୁନ 2 ରେ 4ଟା 20 ମିନିଟ ରୁ 4ଟା 50 ଯାଏଁ ରେଳ ଫାଟ 94 ର ଇଲେକ୍ଟ୍ରିନିକ ଲିଫଟିଙ୍ଗ ବେରିୟର ରେ କାର୍ଯ୍ୟ କରୁଥିଲେ ଗିରଫ ଅଭିଯୁକ୍ତ ଓ ଅନ୍ୟ ମାନେ ।

ରେଳ ଫାଟକ 94 ରେ ଥିବା ସରକିଟ କୁ ବଦଳାଇ ଥିଲେ ଅଭିଯୁକ୍ତ 3 ଜଣ । ଖରାପ ସରକିଟ କୁ ଆଣି ରେଳ ଫାଟକ 92 ରେ ଲଗାଇ ଥିଲେ । ଯାହା ପରେ ଏହାକୁ ଆଉ ଯାଞ୍ଚ କରି ନ ଥିଲେ । ଖାମ ଖିଆଲି ରେ ମରାମତି କରି ଦେଇ ନିଜ ନିଜ କାମରେ ଚାଲି ଯାଇଥିଲେ ଅଭିଯୁକ୍ତ । ଯଦି ଏମାନେ ସେତିକି ବେଳେ ଯାଞ୍ଚ କରିଥାନ୍ତା ତେବେ 300 ଲୋକଙ୍କର ମୃତ୍ୟୁ ଘଟି ନ ଥାନ୍ତା କି ଦୁର୍ଘଟଣା ଘଟି ନ ଥାନ୍ତା ।
ତେବେ ଏହା ଖାଲି ଅବହେଳା ପାଇଁ ହୋଇଛି ନା ଏହି ଅବହେଳା କୁ ଜାଣି ଜାଣି କରା ଯାଇଛି ଏ ନେଇ ସିବିଆଇ ଜେରା କରିପାରେ 3 ଅଭିଯୁକ୍ତ ଙ୍କୁ । ଯେଉଁ ମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ନିଆଯିବ କଠୋର ଦଣ୍ଡ । ଯଦି ପ୍ରମାଣିତ ହୋଇଯାଏ ଏହି 3ଜଣ ହେଉଛନ୍ତି ପ୍ରକୃତ ଅପରାଧୀ ତେବେ ଏମାନଙ୍କ ପାଇଁ ରହିଛି କଠୋର ଦଣ୍ଡ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।