ଯଦି ସ୍ଵାମୀ ସ୍ତ୍ରୀ ଏକାଠି ରହିଥିବା ବେଳେ ସ୍ଵାମୀ ଦ୍ଵିତୀୟ ବିବାହ କରନ୍ତି ତେବେ ତାଙ୍କ ପିଲାଙ୍କୁ କେତେ ସମ୍ପତି ମିଳିବ ?

ବନ୍ଧୁଗଣ ସମାଜରେ ପୈତୃକ ସମ୍ପତି କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ବିବାଦ ଦେଖିବାକୁ ମିଳିଥାଏ । ନିଜ ଭାଇ ହୁଅନ୍ତି କି ସାବତ ଭାଇ, ଏପରିକି ପୋଷ୍ୟ ସନ୍ତାନ ପାଇଁ ବିବାଦ ଦେଖିବାକୁ ମିଳିଥାଏ । ପୁରୁଷ ଜଣଙ୍କୁ ବିବାହ କରିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥାଏ ଏବଂ ସେମାନଙ୍କ ପିଲା କିଭଳି ପୈତୃକ ସମ୍ପତି ପାଇପାରିବ । ଏଭଳି ଅନେକ ଘଟଣା ସମାଜରେ ଘଟିବାର ଆପଣ ନିଶ୍ଚୟ ଦେଖିଥିବେ ବା ଶୁଣିଥିବେ ।

କିଭଳି ସମ୍ପତି ଭାଗ ହୁଏ ଓ କଣ ରହିଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ତେଲେଙ୍ଗାନା ସରକାର ଏକ ଜରୁରୀ ରାୟ ଶୁଣାଇଛନ୍ତି । ପୋଷ୍ୟ ସନ୍ତାନ ଜନ୍ମ ପରେ ସେ ପିଲା ତାଙ୍କ ଜନ୍ମିତ ପରିବାରର ଆଉ ସଦସ୍ୟ ନୁହନ୍ତି । ହିନ୍ଦୁ ଉତ୍ତରାଧିକାରୀ ନିୟମ ଅନୁଯାୟୀ ସହଦାୟିକ ସେହି ଶବ୍ଦ ସେହି ବ୍ୟକ୍ତିଙ୍କ ପାଇଁ ବ୍ୟବହାର ହୁଏ ।

ଛୁଆ ଜନ୍ମ ହେବା ପରେ ପୈତୃକ ସମ୍ପତିରୁ ଭାଗ ପାଇବାର ଅଧିକାର ରହିଛି । କିନ୍ତୁ ଆଦି କେହି ଛୁଆକୁ ପୋଷ୍ୟ ଭାବେ ଗ୍ରହଣ କରନ୍ତି ତେବେ ସେ ଜନ୍ମିତ ପରିବାରର ସମ୍ପତି ପାଇପାରିବେ ନାହିଁ । ତେଲେଙ୍ଗାନା ହାଇ କୋର୍ଟରେ ଏକ ମାମଲା 1977 ରୁ ବିଚାରଧିନ ଥିଲା । ପିଟିସନ ଦାୟର କରିଥିବା ବ୍ୟକ୍ତିଙ୍କୁ ଟାଙ୍କ ମାମୁଁ ପୋଷ୍ୟ ସନ୍ତାନ ଭାବେ ରହଣ କରିଥିଲେ ।

ଏକଥା ସେ ଯେବେ ଜାଣିବାକୁ ପାଇଲେ ନିଜ ପିତାଙ୍କ ସମ୍ପତି ପାଇବା ପାଇଁ ଦାବି କରିଥିଲେ କିନ୍ତୁ ବଞ୍ଚିତ ହୋଇଥିଲେ । କାରଣ ପୋଷ୍ୟ ସନ୍ତାନ ପୈତୃକ ସମ୍ପତିରୁ ଭାଗ ପାଇପାରିବେ ନାହିଁ । ଯଦି ପୋଷ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ ଛୁଆଙ୍କ ପରିବାର ସମ୍ପତି ଭାଗ କରିଥାନ୍ତି ତେବେ ଜନିତ ପିଲା ପୈତୃକ ସମ୍ପତି ଭାଗ ପାଇପାରିବେ । କିନ୍ତୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ଦାବି କରିପାରିବେ ନାହିଁ ।

ଅନ୍ୟ ପରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପରେ ତାଙ୍କ ଅଭିଭାବକ ଚାହିଁଲେ ଭାଗ ଦେଇପାରିବେ । ଭାରତୀୟ ସମ୍ବିଧାନ ଆଇନ ଅନୁଯାୟୀ ଯେ କୌଣସି ବ୍ୟକ୍ତି ନିଜ ସମ୍ପତିକୁ ନିଜ ଇଚ୍ଛାରେ ଦେଇପାରିବେ । ବାୟୋଲୋଜିକାଲ ପିଲାଙ୍କ କ୍ଷେତ୍ରରେ ଏହି ସମାନ ନିୟମ ଲାଗୁ ହୋଇଥାଏ । ସ୍ଵାମୀ-ସ୍ତ୍ରୀ ଏକାଠି ରହୁଥିବେ କିନ୍ତୁ ସ୍ଵାମୀ ଅନ୍ୟ ନାରିଙ୍କ ସହ ସମ୍ପର୍କରେ ରଖନ୍ତି ଆଉ ଏକ ସନ୍ତାନ ଜନ୍ମ ହୁଏ ତେବେ ଏହି କ୍ଷେତ୍ରରେ 2ଟି ଉପାୟ ଆପଣେଇଥାଏ ।

ହିନ୍ଦୁ ନିୟମ ଅନୁଯାୟୀ କେବଳ ପିତାଙ୍କ ସମ୍ପତିରୁ ପିଲା ଭାଗ ପାଇପାରିବେ କିନ୍ତୁ ପିତାଙ୍କ ପୈତୃକ ସମ୍ପତିରୁ ଭାଗ ମିଳିବ ନାହିଁ । ବିବାହାରୁ ଜନ୍ମ ହୋଇଥିବା ପିଲାଙ୍କ ଉପରେ ପିତା ଓ ପୈତୃକ ସମ୍ପତି ଉପରେ ଅଧିକାର ରହିଥାଏ । ପ୍ରଥମ ସ୍ତ୍ରୀଙ୍କ ଛାଡପତ୍ର ପରେ ଯଦି ତାଙ୍କର 2ଟି ସନ୍ତାନ ଥାଏ ଏବଂ ପ୍ରେମ କରିଥିବା ମହିଳାଙ୍କର ଗୋଟେ କି ଦୁଇଟି ସନ୍ତାନ ରହିବେ ତେବେ ପିତାଙ୍କ ସମ୍ପତିରେ ସମସ୍ତଙ୍କର ଭାଗ ସମାନ ରହିବ । ବାପା ଚାହିଁଲେ କାହାକୁ ଅଧିକ ସମ୍ପତି ଦେଇପାରିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।