ପ୍ରଥମ ଥର ପାଇଁ ଜନ୍ମଦିନ ପାଳିଥିଲି ହେଲେ ଜାଣିନଥିଲି ଏତେ କମ ଦିନ ପାଇଁ ମୁଁ ଏ ଦୁନିଆକୁ ଆସିଥିଲି ।

ମୋର ପ୍ରଥମ ଜନ୍ମ ଦିବସ ପରେ ମୁଁ ଆଜି ମସାଣି ରେ ଜଳି ଯାଉଛି । ସେଦିନ ମୁଁ କେକେ ଆଗରେ କ୍ୟାଣ୍ଡେଲ ଜଳୁଥିଲା ଆଉ ଆଜି ମୁଁ ମସାଣି ରେ ଜଳୁଛି । ମୋର ଏଟା ପ୍ରଥମ ଓ ଶେଷ ଜନ୍ମ ଦିନ ଥିଲା । ବହୁତ କମ ଦିନ ପାଇଁ ମୁଁ ଏ ଦୁନିଆକୁ ଆସିଥିଲି । ଏଇ ଗତ ସପ୍ତାହ ରେ ମୋର ଜନ୍ମ ଦିନ ବେଶ ଧୂମ ଧାମ ରେ ପାଳିତ ହୋଇଥିଲା । ହେଲେ ମୋର ଜନ୍ମ ଦିନ ଯେ ଶେଷ ଜନ୍ମ ଦିନ ଥିଲା ତାହା କେବେ ଭାବି ନ ଥିଲି ।

ବହୁତ ଧୂମ ଧାମରେ ଓର କେକ କଟା ହୋଇଥିଲା । ଆଉ ଏବେ ମୁଁ ଜୁଇ ରେ ଜଳି ଯାଇଛି । ହଁ ଦର୍ଶକ ବନ୍ଧୁ ଗଞ୍ଜାମ ରେ ବସ ର ଭୟଙ୍କର ଦୁର୍ଘଟଣା ରେ 12 ଜଣଙ୍କର ଜୀବନ ଚାଲି ଯାଇଛି । ଖବର ମୁତାବକ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରେ ଗତ କାଲି ମିନି ବସ ଓ କୋଏସଆର୍ଟିଷ୍ଟ ବସ ମଧ୍ୟ ରେ ଜୋରଦାର ଧକ୍କା ହୋଇଥିଲା । ଯେଉଁଥି ରେ ମିନି ବସ ଟି ସଂପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିଲା ।

ଯାହାଙ୍କ ମଧ୍ୟରେ ରହି ଯାଇଥିଲା ଏକ ବର୍ଷର ଶିଶୁ ଟି । ମାଉସୀ ସୋନାଲି କୁ ଶାଶୁଘରେ ଛାଡି ଘରକୁ ଫେରୁଥିବା ବେଳେ ରାସ୍ତା ମଝିରେ ହୋଇଥିଲା ଜୋର୍ଦାର ଦୁର୍ଘଟଣା । ଆଉ ଯାହା ମଝିରେ ଚାଲି ଯାଇଛି ବଡ ଓ ସାନ ଭଉଣୀ ଙ୍କ ଜୀବନ । ବଡ ଭଉଣୀ ଙ୍କ ପୁଅ ଆଦ୍ୱିକ ଓ ସାନ ଭଉଣୀ ରୂପାଲି ଏହି ଦୁର୍ଘଟଣା ରେ ଶିକାର ହୋଇ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

ଗତ ସପ୍ତାହ ତଳେ ଆଦ୍ୱିକ ର ଜନ୍ମ ଦିନ ବେଶ ଧୁମ ଧାମରେ ପାଳନ ହୋଇଥିଲା ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଥମ ଜନ୍ମ ଦିନ ଆଦ୍ବିକ ର ଆଜି ଶେଷ ଜନ୍ମ ଦିନ ହୋଇ ଯାଇଛି । ଅତିଥିଙ୍କ ସମାରୋହରେ ଆଦ୍ବିକ ର ଜନ୍ମ ଦିନ ପାଳିତ ହୋଇଥିଲା । ଭୋଜି ଭାତ ମଧ୍ୟ ଆୟୋଜନ ହୋଇଥିଲା ।

ଏହା ପରେ ମାଉସୀ ବାହାଘରକୁ ଆସିଥିଲା ମା ସହ ଆଦ୍ୱିକ । ଆଉ ଆଜି ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡି ଚାଲି ଯାଇଛି ଆଦ୍ବିକ । ମା ର ହାତ ଧରି ଆରପାରିକୁ ଚାଲି ଯାଇଛି ଆଦ୍ୱିକ । ଯାହାକୁ ଘର ଲୋକେ ମନେ ପକାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।