ଟାଇଟନ ଭିତରକୁ ଯିବାକୁ ଡରୁଥିଲା ପୁଅ ,ହେଲେ ଏବେ ଚାଲିଗଲା ବାପ ଓ ପୁଅଙ୍କ ଜୀବନ

ଯେମିତି ପୁଅ ଭୟ କରୁଥିଲା ସେମିତି ଚାଲିଗଲା ଜୀବନ । ଟାଇଟାନିକ ଭଗ୍ନାବଶେଷ ଦେଖିବା ହେଲା କାଳ । ଭୟ କରି ବି ବାପା ସହ ଯାଇଥିଲା ପୁଅ । ଗଭୀର ଜଳରେ ଶୁଭିଥିଲା ରହସ୍ୟମୟ ଶବ୍ଦ । ଆଉ ତାପରେ ଚାଲିଯାଇଛି 5 ଜଣଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ସମୁଦ୍ର ଭିତରକୁ ଯିବା ପୂର୍ବରୁ ଭୟଭୀତ ହୋଇ ପୁଅ ମନା କରୁଥିଲା ଯିବାକୁ । ହେଲେ ବାପାଙ୍କ ସହ ଯାଇଥିଲା । ଟାଇଟନ ରେ ଯାଇଥିବା 5 ଜଣ ଯାତ୍ରୀ ଥିଲେ ଆଡ ବଡ ଧନୀ ।

2 କୋଟି ଲେଖାଏଁ ଖର୍ଚ୍ଚ କରି ଟାଇଟନ ଜାହାଜରେ ବାହାରିଥିଲେ ଟାଇଟାନିକ ର ଭଗ୍ନାବଶେଷ ଦେଖିବାକୁ । 12 ହଜାର ଫୁଟରୁ ଉର୍ଦ୍ଧ ଗଭୀର ଜଳ ତଳକୁ ଯିବାର ଥିଲା । ଆଉ ସେଥିପାୟନ ଓସେନ ଗେଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟାଇଟନ ନାମକ ବୁଡାଜାହଜରେ ବସିଥିଲେ 5 ଯାତ୍ରୀ । ଆଉ ଗଭୀର ଜଳକୁ ପ୍ରବେଶ କରିଥିଲା ଟାଇଟନ ବୁଡାଜାହଜ ।

ଆଉ 5 ଜଣଙ୍କ ଭିତରେ ଥିଲେ ପାକିସ୍ତାନର ସେହାଜାଦା ଦାଉଦ ଓ ସୁଲେମାନ ଦାଉଦ । ଉଭୟ ବାପା ପୁଅ ଥିଲେ । ତେବେ ଟାଇଟାନିକ ର ଭଗ୍ନାବଶେଷ ଦେଖିବାକୁ ପୁଅର ବହୁତ ଆଗ୍ରହ ଥିଲା କିନ୍ତୁ ଜାହଜରେ ବସିବା ପୂର୍ବରୁ ପୁଅ ବହୁତ କାନ୍ଦିଥିଲା । ଆଉ ବାପାକୁ କହିଥିଲା କିନ୍ତୁ ବାପା ବୁଝାଇ ଟାଇଟନ ରେ ବସାଇ ଦେଇଥିଲେ । କିନ୍ତୁ ପୁଅ ଯେଉଁଥି ପାଇଁ ଡରିଥିଲା ସେମିତି କିଛି ଘଟିଗଲା । ଆଉ ଚାଲିଗଲା 5 ଜଣଙ୍କ ଜୀବନ ।

ଟାଇଟାନିକ ଭଗ୍ନାବଶେଷ ଦେଖିବାକୁ ବାହାରିଥିବା ବୁଡାଜାହଜ ସହ 2 ଘଣ୍ଟା ପରେ ସମ୍ପର୍କ ବିଛିନ୍ନ ହୋଇଥିଲା । ଆଉ ତା ପରେ କେହି ଜାଣି ପାରିଲେ ନାହିଁ ଗଭୀର ସମୁଦରେ ଟାଇଟନ ସହ କଣ ଘଟିଲା ? ଆଉ ସେହି ସମୟରେ ରହସ୍ୟମୟ ଶବ୍ଦ ଶୁଭିଥିଲା । ଯାହା କି ସମୁଦ୍ର ଭିତରେ ଲଗା ଯାଇଥିବା ମାଇକ୍ରୋ ଫୋନରୁ ଜଣା ପଡିଛି । ଆଉ ତାପରେ ଚାଲି ଯାଇଥିଲା ବୁଡାଜାହଜରେ ସମସ୍ତଙ୍କ ଜୀବନ ।

ବୁଡାଜାହଜ ସହ ସବୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଜାହଜରେ ଥିବା ଅକ୍ସିଜେନ ମଧ୍ୟ ଶେଷ ହୋଇ ଯାଇଥିଲା । ଫଳରେ 5 ଜଣଙ୍କର ମୃତ୍ୟୁ ଘଟିଥିଲା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଉଧାରକାରୀ ଟିମ କୁ ଟାଇଟନ ଜାହଜର ଭଗ୍ନାବଶେଷ ମିଳିଛି । ଟାଇଟାନିକ ଭଗ୍ନାବଶେଷ ପାଖରେ ଟାଇଟନ ଜାହଜର ଭଗ୍ନାବଶେଷ ପାଇଛି ଉଧାରକାରୀ ଟିମ ।

ଏହା ପରେ ବିଶେଷଜ୍ଞ ଟିମ ଯାଞ୍ଚ କରିବାରେ ଲାଗିଛନ୍ତି । ତେବେ କଣ ଥିଲା ସେହି ରହସ୍ୟମୟ ଶବ୍ଦ ଯାହା ପରେ ପରେ ଚାଲିଗଲା 5 ଜଣଙ୍କ ଜୀବନ । ପାଖାପାଖି 3 କିମି ଗଭୀର ସମୁଦ୍ର ଭିତରେ ଏତେ ବଡ ଘଟଣା ଘଟିଗଲା ଯାହା କୁ ବହୁତ କଷ୍ଟରେ ଠାବ କରିଥିଲେ ଉଧାରକାରୀ ଟିମ । ଯାହାକୁ ନେଇ ଏବେ ବି ତଦନ୍ତ ଚାଲିଛି କି କାହିଁକି ଏମିତି ଅଘଟଣ ଘଟିଗଲା ।