କନଫର୍ମ ଟିକେଟ କୁ ନେଇ ରେଳ ବିଭାଗ ଆଣିଛି ନୂଆ ନିୟମ ।

ଟିକେଟ କ୍ୟାନ୍ସଲକୁ ନେଇ ରେଳ ବିଭାଗର ନୂଆ ନିୟମ ଏବେ ଜାରି ହୋଇଛି । ଟିକେଟ କ୍ୟାନ୍ସଲ କରିଲେ କିଭଳି ଫେରି ପାଇବେ ଟଙ୍କା ? କନଫର୍ମ ଟିକେଟ କ୍ୟାନ୍ସଲ ନେଇ କଣ ରହିଛି ନୂଆ ନିୟମ ? ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ସବୁ ବର୍ଗ ର ଲୋକ ଦୂର ଯାତ୍ରା ପାଇଁ ରେଳଯାତ୍ରା କରିଥାନ୍ତି । କୌଣସି ଜାଗାକୁ ଯିବା ପୂର୍ବରୁ ଯୋଜନା ଅନୁଯାୟୀ ଲୋକ ମାନେ ପୂର୍ବରୁ ଟିକେଟ କରିଥାନ୍ତି । କିନ୍ତୁ ଶେଷ ମୁହୂର୍ତ୍ତରେ ଯଦି ଯୋଜନା ବଦଳି ଯାଇଥାଏ କିମ୍ବା କୌଣସି କାରଣରୁ ଲୋକେ ଟିକେଟ ବାତିଲ କରିବାକୁ ବାଧ୍ୟ ହୋଇଥାନ୍ତି ।

ଯଦି ଆପଣଙ୍କ ଟିକେଟ କନଫର୍ମ ହୋଇଛି ତେବେ ଟଙ୍କା ଫେରି ପାଇବେ ନାହିଁ । ଏଭଳି ସ୍ଥିତିରେ ଟିକେଟ ଟଙ୍କା ଜମା ଋଫଣ୍ଡ ପାଇ ପାରିବେ ନାହିଁ । ଟିକେଟର ପୁରା ଟଙ୍କା ଆପଣଙ୍କୁ ହରାଇବାକୁ ପଡିବ । ତେବେ ଅନେକ ଥର କିଛି ଲୋକ ଅନଲାଇନରେ ଜଲ୍ଦି ଜଲ୍ଦି ରେ ଟିକେଟ ବୁକିଙ୍ଗ କରିବା ସମୟରେ ସଠିକ ନାମ ଟାଇପ ପରିବର୍ତ୍ତେ ଭୁଲ କରିଥାନ୍ତି ଯାହା ପାଇଁ ଯାତ୍ରା କରିପାରନ୍ତି ନାହିଁ ।

ଅନେକ ସମୟରେ ଏଭଳି କାରଣ ପାଇଁ ଯାତ୍ରୀ ଏମାନେ ବହୁ ଅସୁବିଧାର ସମୁଖିନ୍ନ ହୋଇଥାନ୍ତି । ଶେଷରେ ବାଧ୍ୟ ହୋଇ ଟିକେଟ ବାତିଲ କରିବାକୁ ପଡିଥାଏ । ତେବେ ଏଭଳି କିଚିତ ଟିକେଟ ରହିଛି ଯାହା ପାଇଁ ବାତିଲ କରିବା ପରେ ମଧ୍ୟ ଟଙ୍କା ଫେରସ୍ତ ପାଇ ପାରିବେ । ଯଦି ଆପଣ କନଫର୍ମ ତତ୍କାଳ ଟିକେଟ ବାଇଲ କରନ୍ତି ତେବେ କୌଣସି ଟଙ୍କା ପାଇ ପାରିବେ ନାହିଁ ।

ଏହା ସହ ଟ୍ରେନର ଚାଟ ପ୍ରସ୍ତୂତ ହେବା ପରେ ଯଦି ଆପଣ କନଫର୍ମ ଟିକେଟ ବାତିଲ କରନ୍ତି ତେବେ ଢି ଟଙ୍କା ଫେରି ପାଇ ପାରିବେ ନାହିଁ । ଯଦି ଆପଣଙ୍କ ଟିକେଟ ନିଶ୍ଚିନ୍ତ ହୋଇଛି ଓ ଶେଷ ମୁହୂର୍ତ୍ତରେ ନ ଯିବାକୁ ଚାହୁଁ ଛନ୍ତି ତେବେ ପରିବାର ଲୋକଙ୍କ ନାମରେ ଟିକେଟ ସ୍ତାନାନ୍ତରଣ କରିପାରିବେ । ତେବେ ଏହି ଟିକେଟ ସ୍ଥାନାନ୍ତର ପାଇଁ ଷ୍ଟେସନ ଟିକେଟ କାଉଣ୍ଟର ର ସାହାର୍ଯ୍ୟ ନେବାକୁ ପଡିବ ।

ଟ୍ରେନ ଛାଡିବାର 24 ଘଣ୍ଟା ପୂର୍ବରୁ ଟିକେଟ କାଉଣ୍ଟରର ଯାତ୍ରୀ ବିବରଣୀ ପରିବର୍ତ୍ତନ କରିପାରିବେ । ଯଦି ଆପଣ କାଉଣ୍ଟର ରୁ ବା ଅନଲାଇନ ଟିକେଟ ବୁକ କରିଛନ୍ତି ତେବେ ଏଥିରେ ନାମ ପରିବର୍ତ୍ତନ କରିବାକୁ ଷ୍ଟେସନ କାଉଣ୍ଟର ଯିବାକୁ ହେବ । ଏଥିପାଇଁ ଟିକେଟ ପ୍ରିଣ୍ଟ ଆଉଟ ଓ ସେହି ବ୍ୟକ୍ତିଙ୍କ ଓରିଜିନାଲ ଆଇଡି ସହ ଯାହାଙ୍କ ନାମ ପଞ୍ଜୀକରଣ ପାଇଁ ତାଙ୍କର ଫୋଟୋ ସହ ଟିକେଟ କାଉଣ୍ଟର କୁ ଯିବାକୁ ହେବ ।

ଏହାପରେ ଅନଲାଇନ ବା ଟିକେଟ କାଉଣ୍ଟରକୁ ନିଆ ଯାଇଥିବା ଟିକେଟରେ ନାମ ଚେଞ୍ଜ କରାଯିବ । ଯାହା ଫଳରେ ଆପଣ ଟଙ୍କା ଫେରସ୍ତ ନ ପାଇପାରନ୍ତି କିନ୍ତୁ ପରିବାରର ଅନ୍ୟ ସଦସ୍ୟ ଯାତ୍ରା କରିପାରିବେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।