ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୁଣ ହେଉଛି ଆମ ସମସ୍ତଙ୍କର ଦୈନଦିନ ଜୀବନରେ ସାଧାରଣ ଭାବେ ବ୍ଯବହ୍ରୁତ ହେଉଥିବା ଏକ ସାଧାରଣ ଜିନିଷ ଅଟେ । ଯାହାକୁ ଲୋକମାନେ ନିଜ ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ପାଇଁ ସାଧାରଣ ଭାବେ ବ୍ୟବହାର କରିଥାନ୍ତି । ହେଲେ ଏହା କଣ ଆପଣଙ୍କୁ ଜଣା ଅଛି କି ? ଏହି ସାଧାରଣ ଲୁଣ ଆପଣଙ୍କ ଜୀବନରେ କେତେ ଗୁଡିଏ ଅସାଧାରଣ କାର୍ଯ୍ୟ କରିବାରେ ମଧ୍ୟ ସାହାଜ୍ଯ କରିଥାଏ । ତେବେ ଲୁଣ ର ସେହି ଉପଚାର ବିଷୟରେ ଚାଲନ୍ତୁ ଆଲୋଚନା କରିବା ।
ଯାହା ଦ୍ଵାରା ଆପଣ ଆପଣଙ୍କର ଭାଗ୍ୟର ଉଦୟ କରିପାରିବେ । ଘରକୁ ଲିପାପୋଛା କରୁଥିବା ସମୟରେ ପୋଛା ମାରିବାକୁ ଯାଉଥିବା ପାଣିରେ 1 ଚାମଚ ଲୁଣ ମିଶାଇ ଦିଅନ୍ତୁ । ଦେଖିବେ ଘରେ ଉପରେ ଥିବା ସମସ୍ତ କୁନଜର ଆପଣଙ୍କ ଘରୁ ଚାଲିଯିବ । ସପ୍ତାହକୁ ୨ ରୁ ୩ ଥର ପାଣିରେ ଲୁଣ ପକାଇ ଘରେ ପୋଛା ମାରନ୍ତୁ । ଏହା ଘର ପାଇଁ ବହୁତ ଭଲ ହୋଇଥାଏ । ଏହି ଉପାୟରେ ଘରର ବାସ୍ତୁଦୋଷ ମଧ୍ୟ ଭଲ ରହିଥାଏ ।
ଘରର ମୁଖ୍ୟଦ୍ଵାରର ଡାହାଣ ପଟେ ଏକ ନାଲି କପଡାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ । କୃଷ୍ଣପକ୍ଷ ଚତୁର୍ଦ୍ଧଷୀ ତିଥିରେ ଯଦି ଏହି ଉପାୟଟି ଆପଣ କରନ୍ତି । ପୁଣି ଥରେ ଆର କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ସେହି ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ନୂଆ ଲୁଣପୁଟୁଳି ପୁଣି ଥରେ ସେହି ସ୍ଥାନରେ ରଖନ୍ତୁ । ଏହି ଉପାୟ କିଛି ଥର କ୍ରମାଗତ ଭାବେ କରିବା ଦ୍ଵାରା ଘରେ ଥିବା ଅଶୁଭ ଶକ୍ତି ବା ଖରାପ ନକରାତ୍ମକ ଶକ୍ତି ଦୂର ହେବ । ଘରେ ସକାରାତ୍ମକ ଊର୍ଜାର ବାତାବରଣ ଦେଖିବାକୁ ମିଳିବ ।
ଆପଣ ଏକ କାଚ ବା ପ୍ଲାଷ୍ଟିକ ଡବାରେ କିଛି ଲୁଣ ଭର୍ତ୍ତି କରି ସେଥିରେ କିଛି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ । ଏପରି ଏକ ଡବା ନେଇଥିବେ । ଯେଉଁ ଡବାରେ ଲୁଣ ବାହାରକୁ ସଂପୂର୍ଣ୍ଣ ଫୁଟିକି ଦେଖା ଯାଉଥିବ । ସେହି ଲୁଣ ଭର୍ତ୍ତି ଡବାକୁ ଆପଣ ଆପଣଙ୍କର ଟଙ୍କା ଭର୍ତ୍ତି ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଘରର ଆର୍ଥିକ ଅବସ୍ତାରେ ସୁଧାର ଆସିବ ।
ଘରେ ଅଯଥା ଟଙ୍କା ଖର୍ଚ ହେବ ନାହିଁ । ଘରର ପରିବାର ସଦସ୍ୟଙ୍କ ଆୟ ଆଗ ଅପେକ୍ଷା ଏହି ଉପାୟ କରିବା ପରେ ଅଧିକ ଉତ୍ତମ ରହିବ । ଏହି ଉପାୟ କରିବା ଦ୍ଵାରା ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ନିଜର ଶୁଭକୃପା ଦ୍ରୁଷ୍ଟି ପକାଇବେ ।
ତେବେ ଲୁଣର ଏହି ଉପାୟମାନ ମଧ୍ୟରୁ ଆପଣ ନିଜର ପସନ୍ଦ ମୁତାବକ ଉପାୟ ଘରେ ନିହାତି ଭାବରେ କରି ଏହାର ଚମତ୍କାରୀତା ଦେଖନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ