ନମସ୍କାର ବନ୍ଧୁଗଣ । ଆମ ସମାଜରେ ଏବେ ବି ନାରୀ ମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ହେଉଛି । ଯାହା ପାଇଁ କେତେ ଯେ ନବ ବଧୁ ଙ୍କ ଜୀବନ ଚାଲି ଯାଉଛି ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ପ୍ରତିଦିନ ସୋସିଆଲ ମିଡିଆରେ ହେଉ ବା ଟିଭି ରେ ହେଉ ନାରୀ ମନାଙ୍କୁ ଅନେକ କଥା ସାମ୍ନା କୁ ଆସୁଛି । ଯାହାକୁ ନେଇ ଘୋର ନିନ୍ଦା ଓ ପ୍ରତିବାଦ ମଧ୍ୟ କରା ଯାଉଛି । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଦୁଃଖଦାୟକ ଖବର ଆସି ପହଞ୍ଚିଛି ।
ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସୂଚନା ଅନୁଯାୟୀ ଆଳି ଥାନା ଆନ୍ତର୍ଗତ ବାଳକାଟି ପଞ୍ଚାୟତ ରାଣୀ ପୋଖରୀ ଗାଁ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବୋହୂ କୁ ଘର ଭିଉତରେ ପୁରାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ଏଲେ ବୋହୂ ଜଣକ ଚିତ୍କାର କରିଥିଲା ।
ତା ପରେ ଗାଁ ଲୋକ ଆସି ବୋହୂ କୁ ଉଧାର କରିଥିଲେ । ଖାଲି ଶାଶୁ ଶ୍ଵଶୁର ନୁହେଁ ସ୍ଵାମୀ ମଧ୍ୟ ତାଙ୍କୁ ମାଡ ମାରିଥିଲେ । ତା ପରେ ଭେଣେଇ କେମିତି ଘରେ ପଶି ମାଡ ମାରିଛନ୍ତି ନିଜ ଶାଳି କୁ ତାହା ବଖାଣିଛନ୍ତି ନୂଆବୋହୂ । କୌଶଳ କ୍ରମେ ନିଜକୁ ବଞ୍ଚାଇବା ପାଇଁ ଗାଁ କୁ ଧାଇଁ ଯାଇଥିଲେ ବୋହୂ । ତା ପରେ ଗ୍ରାମବାସୀ ଉଧାର କରିଥିଲେ । ତେବେ ମହିଳା ଜଣଙ୍କୁ ଉଧାର କରି ଆଳି ଥାନାରେ ଛାଡି ଥିବା ଜଣା ପଡିଛି ।
ବେବିନା ଙ୍କ ସ୍ଵାମୀ ଯେଉଁ ଦୁଇ ଜଣଙ୍କ ସହଯୋଗ ନେଇ ନିଜ ସ୍ତ୍ରୀ ଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ଅଟକ ରଖିକି ଗାଁ ଲୋକେ ପୋଲିସ କୁ ହସ୍ତାନ୍ତର କରିଛନ୍ତି । ନେଇ ପୀଡ଼ିତା ଙ୍କ ପରିବାର ତରଫରୁ ଆଳି ଥାନାରେ ଅଭିଯୋଗ କରିବା ପରେ ଆଳି ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଅଟକ ରଖିକି ତଦନ୍ତ କରୁଥିବା ଜଣା ପଡିଛି ।
ବେବିନା ଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀ ବାରମ୍ବାର ତାଙ୍କ ଉପରେ ଅତ୍ୟାଚାର କରୁଥିଲେ । କିନ୍ତୁ ଗତ କାଲି ରାତି ରେ ଦୁଇ ଜଣ ଯୁବକଙ୍କ ସହଯୋଗରେ ଜୀବନର ମାରି ଦେବାକୁ ଆକ୍ରମଣ କରିବାର ଅଭିଯୋଗ କରିଛନ୍ତି ବେବିନା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।