ବୁଡିଗଲା ଡଙ୍ଗା ମରିଗଲେ 100ରୁ ଅଧିକ ଲୋକ । ବାହାଘରରୁ ଫେରୁଥିଲେ ନଦୀରେ ଓଲଟି ପଡିଲା ଡଙ୍ଗା । ଜଣକ ପରେ ଜଣେ ସବୁ ବୁଡିଗଲେ । ସମସ୍ତେ ଡଙ୍ଗା ସାହାର୍ଯ୍ୟ ରେ ବାହାଘର ରୁ ଯୋଗ ଦେଇ ଘରକୁ ଫେରୁଥିଲେ । ହେଲେ କଣ ହେବ ମଝି ନଦୀରେ ଜଗି ବସିଥିଲା ଯମ । ଯେବେ ଡଙ୍ଗା ଟି ମଝି ରେ ପହଞ୍ଚି ଥିଲା ସେତେବେଳ ଧୀରେ ଧୀରେ ଡଙ୍ଗାରେ ପାଣି ପସିବାକୁ ଆରମ୍ଭ କରିଲା । ଚାହୁଁ ଚାହୁଁ ଆଖି ଆଗରେ ପୁରା ଡଙ୍ଗା ଟି ବୁଡିଗଲା । କେହି କାହାରି କୁ ବଞ୍ଚାଇ ପାରିଲେ ନାହିଁ ।
ପାଣି ଭିତରେ ସମସ୍ତେ ବୁଡିବାକୁ ଲାଗିଲେ । ଫଳରେ 100ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଗଲା । କାରଣ କେହି ବି ପିନ୍ଧି ନ ଥିଲେ ଲାଇଭ ଜ୍ୟାକେଟ । ଏଭଳି ଏକ ହୃଦୟ ଦୋହଲାଇ ଦେଲା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ନାଇଜେରିଆ ରେ । ଯାହାର ଭିଡିଓ ରେ ଏବେ ଭାଇରାଲ ହେବାରେ ଲାଗିଛି କେମିତି ପାଣି ଭିତରେ ସମସ୍ତେ ବୁଡିବାକୁ ଲାଗିଛନ୍ତି ।
ଡଙ୍ଗା ଟି ପାଣି ଭିତରେ ପୁରା ଓଲଟି ପଡିଛି । ଆଖି ଆଗରେ ଚାଲି ଯାଉଛି ଜୀବନ । ଏଭଳି ଭୟଙ୍କର ଅଘଟଣ ଘଟିଛି ନାଇଜର ନଦୀ ରେ । ସୂଚନା ଅନୁଯାୟୀ ଗୋଟେ ଡଙ୍ଗା ରେ 300 ରୁ ଅଧିକ ବାହାଘର କାମ ସାରି ଘରକୁ ଫେରୁ ଥିଲେ । ବାହାଘର ରୁ ଫେରିବା ପରେ ସମସ୍ତଙ୍କ ମନ ବେଶ ଖୁସି ଥିଲା । ବାସ ଆଉ କିଛି ସମୟ ମଧରେ ନିଜ ନିଜ ଘରେ ପହଞ୍ଚି ଥାନ୍ତେ ସମସ୍ତେ ।
ହେଲେ କେହି ବି ଜାଣି ନ ଥିଲେ ସେମାନଙ୍କର ମୃତ୍ୟୁ ନଈ ମଝିରେ ଜଗି ବସିଛି । ସମସ୍ତେ ମଝି ନଦୀରେ ଲୀନ ହୋଇଯିବେ ବୋଲି କେହି ବି ଭାବି ନ ଥିଲେ । ବାହାଘରରୁ ଫେରିବାର କିଛି ସମୟ ପରେ ଡଙ୍ଗା ଟି ଭାରସାମ୍ୟ ହରାଇବାକୁ ଲାଗିଥିଲେ । ଫଳରେ ଆଖି ଆଗରେ 100 ଜଣଙ୍କର ମୃତ୍ୟୁ ହୋଇଗଲା । ଡଙ୍ଗା ଚାଳକ ଙ୍କ କହିବା ଅନୁଯାୟୀ ପାଣିରେ ଗୋଟେ ବଡ ଡାଳ ଡଙ୍ଗା ରେ ବାଜିବାରୁ ଏଭଳି କିଛି ହୋଇ ଯାଇଛି ।
ସେପଟେ ଖବର ପାଇବା ପରେ ନାଇଜେରିଆ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲା । ହେଲେ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । 100 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଲୋକଙ୍କୁ ଉଧାର କରା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।