ରେଳ ରାକ୍ଷସର ରକ୍ତ ସ୍ନାନ ପରେ ଭୟଭୀତ ବାହାନଗା ର ଅଞ୍ଚଳ ବାସୀ । ଆଉ ରେଳ ଦୁର୍ଘଟଣା ରେ ପ୍ରାଣ ହରାଇ ଥିବା 288 ଜଣଙ୍କର ଆତ୍ମା ର ଶାନ୍ତି ପାଇଁ ଆଜି ବାହାନଗା ଗ୍ରାନ ବାସୀ ଲଣ୍ଡା ହେଉଛନ୍ତି । ହଁ ଦର୍ଶକ ବନ୍ଧୁ ବାହାନଗା ଟ୍ରେନ ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କର ଅମର ଆତ୍ମା ର ସଦଗତି ପାଇଁ ଆଜି ସ୍ଥାନୀୟ ଜନ ସାଧାରଣ ଙ୍କ ତରଫରୁ ଦଶାହ କର୍ମ ଆୟୋଜନ କରା ଯାଉଛି ।
ସ୍ଵର, ବାହାନଗା, ବାଲେଶ୍ବର ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଘଠନ ପକ୍ଷରୁ ରେଳ ଦୁର୍ଘଟଣା ର ରକ୍ତ ସ୍ନାନ ପରେ ସେମାନେ ମୁଣ୍ଡନ ହେବେ । ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କୁ ଉଧାର କରିଥିବା ବ୍ୟକ୍ତି ମାନେ ଆଜି ମୁଣ୍ଡନ କର୍ମ ରେ ସାମିଲ ହେବେ । ଆଜି ସେମାନେ ଲଣ୍ଡା ହୋଇ ଦଶାହ କର୍ମ କରିବେ । ସେହିପରି ଆସନ୍ତା କାଲି ସକାଳ 5ଟା ରେ ବିଶ୍ଵା ଶାନ୍ତି ମହା ଯଜ୍ଞ ଅନୁଷ୍ଠିତ ହେବ ।
କାଲି ଅଷ୍ଟ ପ୍ରହରୀ ନାମ ଯଜ୍ଞ ହେବ । ଆଉ ସକାଳ 9 ଟା ରେ ଅଖଣ୍ଡ ଗାୟତ୍ରୀ ଯଜ୍ଞ ଓ 10 ଟା ରେ ସର୍ବ ଧର୍ମ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ସାମୁହିକ ବେଦ ପାଠ ଓ ଦୀପ ଦାନ କାର୍ଯ୍ୟ କ୍ରମ ରହିଛି । ଏହା ସହ ଦଶାହ ସେବନ ଲାଗି ମଧ୍ୟ ବ୍ୟବସ୍ଥା କରା ଯାଇଛି । ସେହିପରି ଜୁନ 13 ତାରିଖ ଦିନ ସକାଳ 5 ଟା ରେ ସୋଭା ଯାତ୍ରା, 6ଟା ରେ ବିଶ୍ଵ ଶାନ୍ତି ଗାୟତ୍ରୀ ମହା ଯଜ୍ଞ, 11 ଟା ରେ ସାମୁହିକ ପ୍ରସାଦ ସେବନ ଲାଗି ମଧ୍ୟ ବ୍ୟବସ୍ଥା ରହିଛି ।
ସେଦିନ ମଧ୍ୟାହ୍ନ 3ଟା ରେ ବିଶୁଣୁପୁର ରତୁରମ୍ଭା ଅନ୍ତର୍ଜାତୀୟ ସଂଘ ପକ୍ଷରୁ 5800 ଦୀପ ଦାନ କରା ଯିବାର ବ୍ୟବସ୍ଥା ରହିଛି । ତେବେ ବନ୍ଧୁଗଣ ବାହାନଗା ର ଯେଉଁ ଟ୍ରେନ ଦୁର୍ଘଟଣା ଜୁନ 2 ରେ ଘଟି ଯାଇଛି ଆଉ ଯେଉଁ 288 ଜଣଙ୍କର ଜୀବନ ଚାଲି ଯାଇଛି ସେମାନଙ୍କର ଆତ୍ମା ର ସଦଗତି ନିମନ୍ତେ ବାହାନଗା ବାସୀ ଆଜି ଲଣ୍ଡା ହେବେ । ତେବେ ଜୁନ 2 ରେ ଯେଉଁ କାଳ ରାତି ମାଡି ଆସିଥିଲା ତାହାକୁ କେହି ଚାହିଁଲେ ମଧ୍ୟ ଭୁଲି ପାରିବେ ନାହିଁ ।
ସେଦିନର କାଳ ରାତି ମନେ ପକାଇଲେ ଆଜି ବି ଛାତି ଥଋ ଉଠୁଛି ଆଉ ଲୋକଙ୍କ ମନରେ ଏବେ ଯାଏଁ ବି ଭୟ ଯାଇନି ଯେଉଁ ମାନେ ସେଦିନର ଦୃଶ୍ୟ କୁ ଅଙ୍ଗେ ନିଭାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।