ଖୁଣ୍ଟ ଭାଙ୍ଗିକି ତଳେ ପଡିଛି ଖିନଭିନ ହୋଇ ଟାଇଲ ପଡିଛି । ମାଙ୍କଡା ପଥର ଗୁଣ୍ଡ ହୋଇ ରହିଛି । ଏସବୁ ଦୃଶ୍ୟ ଦେଖିବା ପରେ କିଛି ବୁଝା ପଡୁ ନ ଥିବ । ହଁ ଦର୍ଶକ ବନ୍ଧୁ ଏ କରୁଣ ଚିତ୍ର ପଛରେ ଯେଉଁ କାହାଣୀ ଅଛି ତାହା ଜଣାଇଲେ କାହାର ବି ଆଖିରୁ ଲୁହ ଆସିବ । ଏ ଦୃଶ୍ୟ ହେଉଛି କେନ୍ଦୁଝର ବନକଣ୍ଠ ଭୁଇଆ ଜୁଆଙ୍ଗପୀଡା ଫରେଷ୍ଟରେଞ୍ଜ କାଞ୍ଜିପାଣି ଫରେଷ୍ଟ ସେକ୍ସନରେ ଦୃଶ୍ୟ ।

ଗୋଟେ ଦନ୍ତା ହାତୀ ଏ ଅଞ୍ଚଳରେ ଏମିତି ଉତପାତ କରୁଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଏମିତି ବି ସ୍ଥିତି ହେଲାଣି କି ଲୋକେ ହାତୀ ଭୟ ରେ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି । କଳା ମଚମଚ ପିଚୁ ରାସ୍ତା ତିଆରି ହୋଇଛି ଗାଁ ଭିତରୁ । ହେଲେ ଗାଁ କହିଲେ ଦେଖିବାକୁ ମିଳୁଛି ମେଞ୍ଚା ମେଞ୍ଚା କାଠ ଗୁଣ୍ଡ ।
ଭଙ୍ଗା ମାଙ୍ଗଡା ପଥର ଦେଖିବାକୁ ମିଳିଛି । ଏହି ଗାଁ ର ଅବସ୍ଥା ପୁରା ବେହାଲ । ଆଜିକୁ ଠିକ 7 ବର୍ଷ ତଳେ 7ଟି ପରିବାରକୁ ନେଇ ଗଢି ଉଠିଲା ଏହି ଗାଁ । ପ୍ରଥମେ ଏହି ଗାଁ ରେ ରାସ୍ତା ନ ଥିଲା । ହେଲେ ପ୍ରଶାସନକୁ ଗୁହାରି କରି ଶେଷରେ ଗାଁ କୁ ରାସ୍ତା ଟିଏ ହେଲା । ଗାଁ ଲୋକେ ଭାବିଥିଲେ ଏବେ ବିକାଶ ହେବ ।

ସରକାରୀ ସୁବିଧା ପାଇବେ ଆଉ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ । ହେଲେ ସବୁ ସ୍ଵପ୍ନ ସ୍ଵପ୍ନରେ ରହିଗଲା । ଏବେ ଦନ୍ତା ହାତୀ ଉତପାତ ରେ ଅସ୍ତବ୍ୟସ୍ତ ଗାଁ ଲୋକେ । ଦିନ ହେଉ କି ରାତି ହେଉ ଗାଁ ପାଖରେ ଡେରା ପକାଇଲା । ଘର ଭାଙ୍ଗିଲା ଖାଦ୍ୟ ନଷ୍ଟ କରିଲା ଦନ୍ତା ହାତୀ ।
ସ୍ଥିତି ଏମିତି ହେଲା ହେଲା ଯେ ଲୋକେ ଦିନ ଦିନ ହୋମ ପାଇପ ଭିତରେ ଲୁଚିଲେ । ଶେଷରେ ଉପାୟଶୂନ୍ୟ ହୋଇ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଦୀର୍ଘ 25 ବର୍ଷ ହେଲା ଯେଉଁ ଠାରେ ରହୁଥିଲେ କେବେ କେବେ ଯାଉଥିଲେ ଗାଁ ଲୋକେ । ହେଲେ ସେଠାରେ କେବେ ଘର କରିବାକୁ ସାହସ କରନ୍ତିନି ।
କାରଣ ପ୍ରତି ମୁହୂର୍ତ୍ତରେ ରେ ଦନ୍ତା ର ଭୟ ଲାଗି ରହିଛି । ବାରମ୍ବାର ଅଭିଯୋଗ ପରେ ବି ବନ ବିଭାଗ କିଛି ବୁଝିଲା ନାହିଁ । ତେବେ ଏବେ ସରକାରୀ ସହାୟତା କୁ ଅନାଇ ବସିଛନ୍ତି ଗାଁ ଲୋକେ । ସେପଟେ ହଟାଇ ଯେମିତି ଗାଁ ରେ ପଶିପାରିବ ନାହିଁ ସେ ନେଇ ସୋଲାର ଫ୍ରେନସିକ ଓ ଫ୍ରେଞ୍ଚ କରାଯାଉଥିବା କହିଛନ୍ତି କେନ୍ଦୂଝର ବନ ବିଭାଗକାରୀ ।
ସରକାରି ନିୟମ ଅନୁଯାୟୀ ବନ୍ୟ ଜନ୍ତୁ ଲୋକଙ୍କ କ୍ଷତି କରିଲେ ସେମାନଙ୍କୁ ସରକାରୀ ଭାବରେ ସାହାର୍ଯ୍ୟ କରେ । ହେଲେ ଏଠାରେ ଦନ୍ତା ହାତୀ ପୁରା ଗାଁ କୁ ଛାରଖାର କରିଦେଲା କିନ୍ତୁ କିଛି ସାହାର୍ଯ୍ୟ ମିଳିଲା ନାହିଁ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।