ଦିନେ ହାତରେ ଶଙ୍ଖା ମୁଣ୍ଡରେ ସିନ୍ଦୁର ପିନ୍ଧି ମିଛି ମିଛିକା କ୍ୟାମେରା ଆଗରେ ଅଭିନୟ କରୁଥିଲେ ଆମ ସମସ୍ତଙ୍କର ପ୍ରିୟ ତନୁଜା ଖୁଡୀ । ଆଉ ଆଜି ସତରେ ତନୁଜା ଖୁସି ବାହା ହୋଇଛନ୍ତି । ଯିଏ ତାରା ତାରିଣୀ ସିରିଏଲ ଦେଖିଛି ସିଏ ତନୁଜା ଖୁଡୀ ଙ୍କ ଅଭିନୟ କୁ ବେଶ ପ୍ରଶଂସା କରିଛି । ସତରେ ଏକ ରିୟାଲିଟି ସୋ ରୁ ନିଜ କ୍ଯାରିୟର ଆରମ୍ଭ କରିଥିବା ତନୁଜା ଆଜି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ।
ହଁ ଦର୍ଶକ ବନ୍ଧୁ ତାଙ୍କର ପ୍ରକୃତ ନାଁ ହେଉଛି ରଞ୍ଜିତା । କିନ୍ତୁ ସେ ତନୁଜା ଖୁଡୀ ନାମରେ ବେଶ ପରିଚିତ । ଆଜି ସେ ଋଲରେ ବାହା ହୋଇଛନ୍ତି । ଅଭିନୟ କରୁ କରୁ ରିୟଲ ଲାଇଫରେ ସେ ଆଜି ବିବାହ କରିଛନ୍ତି । ଆଜି ରଞ୍ଜିତା ସେନାପତି ହାତକୁ ଦୁଇ ହାତ ହୋଇଛନ୍ତି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ତାରା ତାରଣୀ ର ତନୁଜା ଖୁଡୀ ଙ୍କ ଅଭିନୟ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।
ଆଉ ଏହି ଚରିତ୍ରରେ ସେ ବିବାହିତା ନାୟିକା ଭାବେ ଅଭିନୟ କରିଥିଲେ । ଆଜି ସତରେ ସେ ବାହା ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ଅଞ୍ଚଳର ରଞ୍ଜିତା ଭଦ୍ରକ ବ୍ଲକ ପରହୋଟି ଅଞ୍ଚଳରେ ବିବାହ କରିଛନ୍ତି । ସେ ପ୍ରଯୋଜକ ବାପୁନ ଙ୍କୁ ବିବାହ କରିଛନ୍ତି । ବାପୁନ ପୂର୍ବରୁ ଏକ ସିନେମା ପ୍ରଯୋଜନା କରିଥିଲେ । ଆଉ ଏବେ କିଛି ସିରିଏଲ ମଧ୍ୟ ପ୍ରଯୋଜନ କରୁଛନ୍ତି । ୟଙ୍ଗ ପ୍ରଯୋଜକ ଭାବେ ତାଙ୍କର ବେଶ ନାଁ ରହିଛି । ତେବେ ଏହି ବିବାହ ର ଅନୁଭୁତି କୁ ନେଇ ସିରିଏଲରେ ପ୍ରତିଫଳିତ ହେବ ବୋଲି କୁହା ଯାଉଛି ।
ଆମେ ସବୁ ଜାଣିଛୁ ସମସ୍ତେ ପ୍ରେମ କରି ବାହା ହୁଅନ୍ତି । ଆଉ ରଞ୍ଜିତା ଙ୍କ କହିବା କଥା ଆଗେ ଯେଉଁ ଦିନ ଠାରୁ ବାପୁନ ଙ୍କୁ ଦେଖିଥିଲେ ସେଦିନ ରୁ ତାଙ୍କୁ ନିଜର ଭାବି ନେଇଥିଲେ । ଆଉ ତା ପରେ ଏବେ ଭଲ ପାଇଲେ । ଆଉ ଏପଟେ ବାପୁନ କହିଛନ୍ତି ଆମ ଉଭୟଙ୍କର ଲଭ କମ ଆରେଞ୍ଜ ଅଧିକ ରହିଛି । ବାପୁନ କହିଛନ୍ତି ଏ ପୂର୍ବରୁ ଅନେକ ପ୍ରଯୋଜନ କରିଛନ୍ତି ।
ଆଉ ଆଗକୁ ମଧ୍ୟ ନୂଆ ପ୍ରୋଜେକ୍ଟ ରେ ତାଙ୍କ ସ୍ତ୍ରୀ ରଞ୍ଜିତା ସେନାପତି କାମ କରିବେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ନୂଆ ପ୍ରୋଜେକ୍ଟ ରେ ରଞ୍ଜିତା ସେନାପତି କେତେ ସଫଳ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରଞ୍ଜିତା ସେନାପତି ଙ୍କ ବିବାହ ର ବିବରଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।