ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମଣିଷର ରାଶି, ଗ୍ରହ, କୁଣ୍ଡଳୀ ଅନୁଯାୟୀ ତାର ବ୍ୟକ୍ତିତ୍ବ, ସ୍ଵଭାବ ବିଷୟରେ ଜଣା ପଡିଥାଏ । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ପ୍ରତେକ ଦିନର ବି ଏକ ଅଲଗା ମହତ୍ଵ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଆପଣ ସପ୍ତାହର ଯେଉଁ ଦିନରେ ଜନ୍ମ ହୋଇଥାନ୍ତି ସେହି ହିସାବ ରେ ଆପଣ ନିଜ ବିଷୟରେ ଅନେକ କଥା ଜାଣି ପାରିବେ ।
ଏବେ ଆସନ୍ତୁ ଜାଣିବା ସପ୍ତାହ ରେ କେଉଁ ଦିନ ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର କଣ ଚରିତ୍ର, ସ୍ଵଭାବ ହୋଇଥାଏ । ଆସନ୍ତୁ ଜାଣି ନେବା ଦିନ ଅନୁଯାୟୀ ଆପଣଙ୍କ ଜୀବନରେ କିଛି ଗୁପ୍ତ ରହସ୍ୟ ବିଷୟରେ ବିସ୍ତାର ଭାବେ ।
1- ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ନେଇଥାନ୍ତି ସେମାନେ ସମାଜରେ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଏମାନଙ୍କର ପାରିବାରିକ ଜୀବନ ଭଲ ରୁହେ ନାହିଁ । ଏମାନଙ୍କୁ ସର୍ବଦା କଠିନ ସ୍ଥିତିର ସାମ୍ନା କରିବାକୁ ପଡେ । ଏମାନେ ହସମୁଖ ହୋଇଥାନ୍ତି । ଏମାନେ ବହୁତ ମିଠା କଥା କହିଥାନ୍ତି । ଏମାନଙ୍କର ମନ ଚଞ୍ଚଳ ରହିଥାଏ ।
2- ମଙ୍ଗଳବାରରେ ଜାତ ବ୍ୟକ୍ତି କ୍ରୋଧୀ, ଅନୁଶାସନ ପ୍ରିୟ, ଊର୍ଜାରେ ପୂର୍ଣ୍ଣ ଓ ନୂଆ ବିଚାରର ସମର୍ଥନ କରିବା ଭଳି ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଗ୍ରହର ବିଶେଷ ପ୍ରଭାବ ରହିଥାଏ । ଏମାନେ ନିଜର ପ୍ରଶଂସା ଶୁଣିବାକୁ ବହୁତ ଇଚ୍ଛା ରଖିଥାନ୍ତି ।
3- ବୁଧବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମାନ ହେବା ସହ କଥାବାର୍ତ୍ତା କରିବାରେ ମାହିର ହୋଇଥାନ୍ତି । ଏମାନେ ନିଜ ପରିବାର ପ୍ରତି ସମର୍ପିତ ହେବା ସହ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନଙ୍କୁ ବହୁତ ଭାଗ୍ୟଶାଳୀ ମାନାଯାଏ । ଏମାନେ କୌଣସି ସମସ୍ୟାରେ ଫସିଲେ ବି ସହଜରେ ବାହାରି ଯାଇଥାନ୍ତି ।
4- ଯେଉଁ ବ୍ୟକ୍ତି ଗୁରୁବାରରେ ଜନ୍ମ ହୋଇଥାନ୍ତି ସେମାନେ ମହତ୍ଵ ଆକାଂକ୍ଷା ଗଭୀର ସ୍ଵଭବର ହୋଇଥାନ୍ତି । ଏମାନେ ନିଜର ଭାବନାକୁ ଅନ୍ୟ ଆଗରେ ପ୍ରକାଶ କରିଥାନ୍ତି । ଏହି କାରଣରୁ ଲୋକେ ଏମାନଙ୍କ ପ୍ରତି ଆକ୍ରୁଷ୍ଟ ହୋଇଥାନ୍ତି ।
5- ଶୁକ୍ରବାର ଦିନ ଜାତ ବ୍ୟକ୍ତି ଅଧିକ ଖର୍ଚ୍ଚ କରିଥାନ୍ତି । ଯାହା ଦ୍ଵାରା ଏମାନଙ୍କର ଆର୍ଥିକ ସନ୍ତୁଳନ ବିଗିଡି ଯାଇଥାଏ । ଏମାନେ କଳା କ୍ଷେତ୍ରରେ ଅଲଗା ପରିଚୟ ବନାଇଥାନ୍ତି । ପ୍ରେମ ମାମଲାରେ ଏମିତି ଗୋଟେ ଜାଗାରେ ରହିପାରନ୍ତି ନାହିଁ । ବୈବାହିକ ଜୀବନ ସଫଳ ହୋଇଥାଏ ।
6- ଯେଉଁ ଲୋକ ଶନିବାରରେ ଜନ୍ମ ହୋଇଥାନ୍ତି ସେମାନେ ଅଳସୁଆ ଓ ସଙ୍କୋଚ ସ୍ଵଭାବର ହୋଇଥାନ୍ତି । ଏମାନେ କୌଣସି କାମ କରିବା ପାଇଁ ଯୋଜନା ବନାଇଥାନ୍ତି କିନ୍ତୁ ତାହା କାର୍ଯ୍ୟକାରୀ କରିପାରନ୍ତି ନାହିଁ । ସାଙ୍ଗ ସାଥି ବନାଇବାରେ ଏମାନେ ସତର୍କ ରହିଥାନ୍ତି ।
7- ଯେଉଁ ବ୍ୟକ୍ତି ରବିବାରରେ ଜାତ ହୋଇଥାନ୍ତି ଭାଗ୍ୟଶାଳୀ ହୋଇଥାନ୍ତି । କଳା ଓ ଶିକ୍ଷା କ୍ଷେତ୍ରରେ ମାନ ସମାନ ପାଇଥାନ୍ତି । ଘର ପରିବାରକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ଏମାନେ ଦୀର୍ଘ ଆୟୁଷ ସମ୍ପନ୍ନ ହେବା ସହ ବୁଝି ବିଚାରୀ କଥା କହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ , ଧନ୍ୟବାଦ ।