ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଯେତେବେଳେ କୌଣସି ସ୍ଥାନ ଗସ୍ତରେ ଯାଆନ୍ତି ତାଙ୍କ ସହ ଯାଉଥିବା କାରକେଡ଼ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ହେଲେ ଆପଣ ଜଣାଇଛନ୍ତି କି ଏହି କାରକେଦ ଚାଲିବା ପୂର୍ବରୁ ତନତନ କରି ଚେକିଂ କରା ଯାଇଥାଏ । କାରକେଡରେ ସାମିଲ ଥିବା ସବୁ ଗାଡି ତଳ ଉପର, ଭିତର ବାହାର କରି ଚେକ୍ କରାଯାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ତାଙ୍କ କାରକେଡ଼ ଚେକିଂ ବେଳର ଦୃଶ୍ୟ ସାମ୍ନାକୁ ଆସିଛି ।

ବିଭିନ୍ନ ସ୍କ୍ବାଡ ତାଙ୍କ କାରକେଡ ଚେକ୍ କରୁଥିବାର ଦେଖାଯାଇଛି । ପ୍ରତିଟି ଗାଡିର ତଳଭାଗକୁ ଦର୍ପଣ ଭଳି ଏକ ଯନ୍ତ୍ର ସାହାଯ୍ୟରେ ଚେକ୍ କରାଯାଇଛି । କାର ତଳେ କୌଣସି ସନ୍ଦେହଜନକ ଜିନିଷ ରହିଛି କି ନାହିଁ ଏହା ସାହାଯ୍ୟରେ ଜଣା ପଡିଥାଏ । ଗାଡି ଭିତର ସିଟ୍ ଠାରୁ ଆରମ୍ଭ କରି ବନେଟ ପର୍ଯ୍ୟନ୍ତ ସବୁକିଛିକୁ ଯାଞ୍ଚ କରାଯାଉଛି । ଦେଶର ଭିଭିଆଇପିଙ୍କ ଦୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଏ ଓ ତନାଘନା କରାଯାଏ ।
ପ୍ରତି ଥର କାରକେଡ଼ ବାହାରିବା ପୂର୍ବରୁ ଏହାର ଭଲଭାବେ ଯାଞ୍ଚ କରାଯାଏ । କାରକେଡ଼ ଯାଞ୍ଚ ପାଇଁ ଡଗ୍ ସ୍କ୍ବାଡ ଓ ବମ୍ ସ୍କ୍ବାଡ ରହିଛନ୍ତି । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଯେପରି କୌଣସି ସମସ୍ୟା ଯେପରି ନହୁଏ ସେଥିପାଇଁ କାରକେଡ଼ରେ ବ୍ୟବହୃତ ସମସ୍ତ ଗାଡି ଗୁଡିକୁ ଯତ୍ନ ସହକାରେ ଗୋଟି ଗୋଟି କରି ଯାଞ୍ଚ କରାଯାଏ ।

କାର ଗୁଡିକର ଡିକି ଏବଂ ସିଟ୍ କଭର ଆଦିକୁ ଭଲଭାବେ ଯାଞ୍ଚ କରାଯାଉଛି । ସବୁକିଛି ଯାଞ୍ଚ କରିବା ପରେ ଯେତେବେଳେ ସଂପୂର୍ଣ୍ଣ ଭାବେ ଅନୁଭବ ହୁଏ କି ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଠିକ ଅଛି ତା’ପରେ ଯାଇ ସେହି ଗାଡି ଗଡିବା ପାଇଁ ଅନୁମତି ମିଳିଥାଏ । ହେଲେ ଏହା ପୂର୍ବରୁ କାର୍ ର ପ୍ରତିଟି ପାର୍ଟକୁ ଯାଞ୍ଚ କରା ଯାଇଥାଏ । ସମସ୍ତ ସ୍କ୍ବାଡ ଗୁଡିକ ନିଜ କାମ କରୁଛନ୍ତି ।
କୌଣସି ସ୍ଥାନରେ ଭିଭିଆଇପିଙ୍କ ଉପରେ ଆତଙ୍କୀ ହମଲାକୁ ରୋକିବା ପାଇଁ କିମ୍ବା କୌଣସି ଅସମାଜିକ ବ୍ୟକ୍ତି ଯଦି ସମସ୍ଯା ସୃଷ୍ଟି କରିବାକୁ ଚାହୁଁଥାନ୍ତି ତେବେ ସେ ସବୁକୁ କିପରି ରୋକା ଯାଇପାରିବ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।