ଚଳନ୍ତା ଅଟୋରେ ଥାଇ ସଜାଡିଲେ ପଙ୍କଚର ଚକା, ପୁରା ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ video

ବିଚ୍ ରାସ୍ତାରେ ଫୁଲ୍ ସ୍ପିଡରେ ମାଡି ଚାଲିଥିବା ବେଳେ ହଠାତ ପଙ୍କଚର ହୋଇ ଯାଇଥିଲା ଅଟୋ ର ଚକା । ଆପଣ ଜାଣିଥିବେ କି ରାସ୍ତାରେ ତୀବ୍ର ଗତିରେ ଯାଉଥିବା ବେଳେ ଗାଡି ଚକା ଯଦି ପଙ୍କଚର ହୁଏ ତେବେ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ଅଧିକ ରହିଥାଏ । ହେଲେ ଭାଇରାଲ ହେଉଥିବା ଏହି ଭିଡିଓଟି ଦେଖିଲେ ଆପଣ ନିଜ ଆଖିକୁ ବିଶ୍ବାସ କରି ପାରିବେନି । କାହିଁକି ନା ଅଟୋଟି ଫୁଲ୍ ସ୍ପିଡରେ ଚାଲିଥିଲେ ମଧ୍ୟ ଟାୟାର ପଙ୍କଚର ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା ।

ବରଂ ରାସ୍ତା ମଝିରେ ଅଟୋ ର ଟାୟାର ଚେଞ୍ଜ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଚର୍ଚ୍ଚା ଚାଲିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ରାସ୍ତା ଉପରେ ଏକ ଅଟୋ ଯାଉଥିବା ବେଳେ ହଠାତ ପଙ୍କଚୟ ହୋଇଯାଉଛି । ଏହାପରେ ଅନ୍ୟ ଦୁଇଟି ଚକାରେ ଅଟୋ କଣେଇ ହୋଇ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ଅଟୋ ଭିତରେ ଥାଇ ପଙ୍କଛର ଚକାଟିକୁ ଠିକ କରିବାରେ ଲାଗି ପଡିଛନ୍ତି ।

ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଅଟୋରୁ ଜଣେ ଯୁବକ ଏକ ଭଲ ଚକା ବଢେଇ ଦେଉଛନ୍ତି । ଆଉ ପଙ୍କଛର ଅଟୋ ଭିତରେ ଥିବା ଯୁବକ ଜଣକ ଚଳନ୍ତା ଅଟୋରେ ଥାଇ ଖରାପ ଚକା ବାହାର କରି ଭଲ ଚକା ଲଗାଇବାରେ ଲାଗି ପଡିଛନ୍ତି । ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି ।

ଏହି ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏମିତି ଭୟାନକ ସ୍ଥିତିରେ କେମିତି ଅଟୋ ର ଚକା ବଦଳା ଯାଉଛି ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । ହେଲେ ଡ୍ରାଇଭର ଜଣକ କୌଣସି ବିପଦକୁ ଖାତିର ନକରି ଚଳନ୍ତା ଅଟୋରୁ ଟାୟାର ବଦଳାଇ ଦେଉଛନ୍ତି । ଏହି ସମୟରେ ମଧ୍ୟ ଅଟୋର ଗତି ବେଶ ତୀବ୍ର ଥିବା ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓ ଦେଖିବା ପରେ ଏଭଳି ବିପଦପୂର୍ଣ୍ଣ କାମ ନ କରିବାକୁ ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି । ଆଉ କିଛି ୟୁଜର୍ସ ଅଟୋରେ ଥାଇ ପଙ୍କଚର ଚକା ସଜାଡୁଥିବା ଯୁବକଙ୍କ କୌଶଳକୁ ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।