ସତରେ କଣ ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ ? ସାମ୍ନାକୁ ଆସିଲା ବିଶେଷଜ୍ଞଙ୍କ ମତ, ସାପଙ୍କ ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅନେକ ଫିଲ୍ମରେ ଦେଖିବାକୁ ମିଳେ ନାଗୁଣୀ ନାଗ ମୃ-ତ୍ୟୁ-ର ପ୍ରତିଶୋଧ ନେଇଥାଏ । 90 ଦଶକରେ ନାଗ ନାଗୁଣୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ତେଣୁ ଅନେକ ଲୋକଙ୍କ ବିଶ୍ବାସ କି, ନାଗକୁ ମାରିଦେଲେ ନାଗୁଣୀ ତା’ର ପ୍ରତିଶୋଧ ନେଇଥାଏ । ତେବେ ଏନେଇ କିନ୍ତୁ ଭିନ୍ନ ମତ ଦିଅନ୍ତି ବିଶେଷଜ୍ଞମାନେ । ଅଷ୍ଟ୍ରେଲିଆର ପ୍ରସିଦ୍ଧ ଭିକ୍ଟୋରିଆ ସଂଗ୍ରହାଳୟରେ ସାପ ସଂଖ୍ୟା ଅଧିକ ରହିଛି ଏବଂ ସେଠାରେ ସାପ ସମ୍ବନ୍ଧିତ ଅଧ୍ୟୟନ କରାଯାଏ ।

ଅନେକ ସମୟରେ ତାଙ୍କ ୱେବସାଇଟରେ ସେମାନେ ନିଜ ଅଧ୍ୟୟନ ବିଷୟରେ ଅଫଲୋଡ କରନ୍ତି । ନାଗ ନାଗୁଣୀ ଯୁଗଳ ଭାବେ ଗତି କରନ୍ତି ବୋଲି କୁହାଯାଏ । କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି କି, ସାପମାନେ କେବଳ ପ୍ରେମ ସମ୍ପର୍କ ସମୟରେ ଏକାଠି ରୁହନ୍ତି । ବଡ ସାପମାନେ ସାନ ସାପଙ୍କୁ ନିଜର ଖାଦ୍ଯ ଭାବେ ଗ୍ରହଣ କରିଥାନ୍ତି । ଆପଣ ଫିଲ୍ମରେ ଦେଖିଥିବେ କି ସାପ ଆସେ ଓ ପାତ୍ରରେ ଥିବା କ୍ଷୀର ପିଇଥାଏ ।

କିନ୍ତୁ ବାସ୍ତବରେ ସରୀସୃପମାନେ ଦୁଗ୍ଧଜାତୀୟ ଦ୍ରବ୍ଯ ହଜମ କରିପାରିବେ ନାହିଁ । ତେଣୁ କ୍ଷୀର ପିଇବାରେ ସେମାନଙ୍କର ବିଶେଷ ଇଚ୍ଛା ନଥାଏ । ତଥାପି ଅନେକ ସମୟରେ ଶୋଷରେ ଥିବା ହେତୁ ସେମାନେ କ୍ଷୀର ପିଇଥାନ୍ତି । ଆଜି ଯାଏଁ ଅନେକ ଲୋକ ବିଶ୍ବାସ କରନ୍ତି କି, ବିପଦ ଥିବାବେଳେ ମା’ ସାପ ନିଜ ଛୁଆକୁ ଗିଳି ଦେଇଥାଏ ଏବଂ ପରେ ଛୁଆକୁ ବାହାର କରିଥାଏ ।

କିନ୍ତୁ ବାସ୍ତବରେ ସାପ ଯଦି କାହାକୁ ଗ୍ରାସ କରେ ତା’ର ହଜମକାରୀ ରସ ଯୋଗୁଁ ଶୀଘ୍ର ଭିତରକୁ ଚାଲି ଯାଇଥାଏ । ଫଳରେ ଭିତରେ ଥିବା ଜୀବ ମରି ଯାଇଥାଏ । ବିଶ୍ବାସ ରହିଛି କି ସାପର ଯଦି ମୁଣ୍ଡ କଟିଯାଏ ତେବେ ସେ ସୁର୍ଜ୍ୟୋଦୟ ପର୍ଯ୍ୟନ୍ତ ବଞ୍ଚି ରୁହେ । ବାସ୍ତବରେ କିନ୍ତୁ ଶରୀରରୁ ମୁଣ୍ଡ କଟିବାର କିଛି ସମୟ ଯାଏଁ ସାପ ବଞ୍ଚି ଥାଏ । ଆମେ ଅନେକ ଫିଲ୍ମରେ ଦେଖୁଚୁ କି, ନାଗର ମୃ-ତ୍ୟୁ ପରେ ନାଗୁଣୀ ପ୍ରତିଶୋଧ ନେଇଥାଏ ।

ବାସ୍ତବରେ କିନ୍ତୁ ସାପ ମାନଙ୍କର କୌଣସି ସାମାଜିକ ବନ୍ଧନ ନଥାଏ କିମ୍ବା ସେମାନେ ଆକ୍ରାମଣକାରୀଙ୍କୁ ଚିହ୍ନନ୍ତି ନାହିଁ । ହେଲେ ଅନେକ ଫିଲ୍ମ ମାନଙ୍କରେ ଏଭଳି ଦୃଶ୍ୟ ସବୁ ଦେଖିବାକୁ ମିଳିଥାଏ ଯେଉଁଠି ସାପ ପ୍ରତିଶୋଧ ନେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।