IPL ର ସଫଳ ସ୍ପିନର Sunil Narine ଙ୍କ ରସିକିଆ ପ୍ରେମ କାହାଣୀ, ଭାରତୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ କରନ୍ତି ବିବାହ !

IPL ଖେଳୁ ଖେଳୁ ଭାରତୀୟ ଝିଅଙ୍କୁ ଫସେଇ ବାହା ହେଲେ । କିଛିଦିନ ଏକାଠି ରହିବା ପରେ ତାଙ୍କୁ ଛାଡି ଆଉ ଜଣଙ୍କୁ ବାହା ହେଲେ । ବିଦେଶୀ ଖେଳାଳିମାନେ ଭାରତୀୟ ସୁନ୍ଦରୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏଭଳି ଅନେକ ଉଦାହରଣ ରହିଥିବା ବେଳେ ସାମ୍ନାକୁ ଆସିଛି ସଫଳ ସ୍ପିନର ସୁନୀଲ ନାରିନଙ୍କ କାହାଣୀ । ତାଙ୍କ ପ୍ରେମ କାହାଣୀ ଅନେକ ପୁରୁଣା ହୋଇ ସାରିଥିଲେ ମଧ୍ୟ ଏ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି ।

ଟି-20 ଇତିହାସରେ ସଫଳ ବୋଲର କୁହା ଯାଉଥିବା ୱେଷ୍ଟଇଣ୍ଡିଜ ଖେଳାଳି ସୁନୀଲ ନାରିନ ମଇଦାନରେ ପ୍ରତିପକ୍ଷ ବ୍ୟାଟରଙ୍କୁ ଚକମା ଦେବାରେ ଯେମିତି ମାହିର ସୁନ୍ଦରୀ ଯୁବତୀଙ୍କ ହୃଦୟ କିଣିବାରେ ବି ସେମିତି ମାହିର । ଦୀର୍ଘ ବର୍ଷ ଧରି କଲିକତା ନାଇଟ ରାଇଡ଼ର୍ସ ତରଫରୁ ମ୍ଯାଚ ଖେଳି ଆସୁଥିବା ସୁନୀଲ ନାରିକ ଦୁଇ ଦୁଇଟି ବିବାହ କରିଛନ୍ତି । ସେ ପ୍ରଥମେ ଭାରତୀୟ ମୂଳ ବାସିନ୍ଦା ନନ୍ଦିତା କୁମାରଙ୍କୁ 2013 ରେ ପ୍ରେମ ବିବାହ କରିଥିଲେ । ହେଲେ ତାଙ୍କର ଏହି ପ୍ରେମ ଦୀର୍ଘ ସ୍ଥାୟୀ ହୋଇ ପାରି ନଥିଲା ।

ଫଳରେ ସୁନୀଲ ଓ ନନ୍ଦିତାଙ୍କର ଛାଡପତ୍ର ହୋଇ ଯାଇଥିଲା । ବେଶୀ ଦିନ ଏକା ରହି ପାରି ନଥିଲେ ସୁନୀଲ ନାରିନ । ପୁଣି ଥରେ ଆଞ୍ଜେଲିଆ ନାମ୍ନୀ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ଷ୍ଟାର ସ୍ପିନର । ଆଞ୍ଜେଲିଆ ଜଣେ ଫ୍ୟାଶନ ଡିଜାଇନର ହୋଇଥିବା ବେଳେ ତ୍ରିନିଦାଦରେ “ଦି ଫ୍ୟାଶନ ଆଟିଲିୟାନ” ନାମରେ ଏକ ବଡ କ୍ଳଦିଙ୍ଗ ଲାଇନ ରହିଛି ।

ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବା ପରେ ସେମାନେ 2020 ରେ ଆଞ୍ଜେଲିଆଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଏବେ ଏହି ଦମ୍ପତ୍ତିଙ୍କ ବୈବାହିକ ଜୀବନ ବେଶ ସୁରୁଖୁରୁରେ ଚାଲିଥିବା ବେଳେ ସେମାନେ ଗୋଟିଏ ପୁତ୍ର ସନ୍ତାନର ପିତାମାତା ମଧ୍ୟ ହୋଇ ସାରିଛନ୍ତି । IPL ରେ 155 ଟି ମ୍ଯାଚ ଖେଳି 158ଟି ୱିକେଟ ହାସଲ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସୁନୀଲ ନାରିନ । ତାଙ୍କର ଆଭରେଜ 25.55 ହୋଇଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ ହେଉଛି 22.83 ।

କୁଲ୍ ଅନ୍ଦାଜ ର ଏହି କ୍ଯାରିବିଆନ ଖେଳାଳି ପଡିଆରେ ଯେମିତି ସଫଳ ନିଜ ପ୍ରେମ ଜୀବନରେ ମଧ୍ୟ ସେମିତି ସଫଳ ହୋଇଛନ୍ତି । ପରିବାର ସହ ଖୁସିର ମୂହୁର୍ତ୍ତ ବିତାଉଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଶେୟାର କରିବାକୁ ଭୁଲନ୍ତି ନାହିଁ ସୁନୀଲ ନାରିନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।