ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ସୁଦାନ ଯୁ-ଦ୍ଧ । କ୍ଷମତାକୁ ନେଇ ଦୁଇ ଜେନେରାଲଙ୍କ ମଧ୍ୟରେ ଲ-ଢେ-ଇ-ର ପରିଣତି ଭୋଗୁଛି ସାରା ଦେଶ । ଯୁଆଡେ ଦେଖିବ ସିଆଡେ ଗୋ-ଳା ବା-ରୁ-ଦ ବର୍ଷଣ ହେଉଛି । ଭୟ ଏବଂ ଅନିଶ୍ଚିତତା ଭିତରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଦେଶର ନାଗରିକ । ଯେକୌଣସି ମୂହୁର୍ତ୍ତରେ ବି ଆକାଶରୁ ରକେଟ ଖସିପରେ କିମ୍ବା ଦେହରେ ଗୁ-ଳି ବାଜିପାରେ । ଦେଶର ଆର୍ମି ଓ ଅର୍ଦ୍ଧ-ସାମରିକ ବାହିନୀ ରାପିଡ଼ ସପୋର୍ଟ ଫୋର୍ସ ମଧ୍ୟରେ ଘମାଘୋଟ ଲ-ଢେ-ଇ ଥମିବାର ନାଁ ଧରୁନି ।

ଏହି ଯୁ-ଦ୍ଧ-ରେ ଏବେ ଯାଏଁ 400 ରୁ ଅଧିକ ଜୀବନ ଯାଇ ସାରିଥିବା ବେଳେ 4 ହଜାରରୁ ଅଧିକ ଲୋକ ଆ-ହ-ତ ହୋଇଛନ୍ତି । ଦୁଇ ପକ୍ଷରୁ 72 ଘଣ୍ଟାର ଯୁ-ଦ୍ଧ ବିରତି ଘୋଷଣା ସତ୍ତ୍ୱେ ଗୁ-ଳି ଫୁଟି ଚାଲିଥିଲା । ଯୁ-ଦ୍ଧ ବିଭୀଷିକା ଥମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଦେଶବ୍ୟାପୀ ଇଣ୍ଟରନେଟ ସେବା ବନ୍ଦ ହେବାସହ ଦେଶରେ ହାହାକାର ସ୍ଥିତି ଆରମ୍ଭ ହୋଇଗଲାଣି । ସେଠାରେ ଖାଦ୍ଯସଙ୍କଟ ମଧ୍ୟ ଧୀରେ ଧୀରେ ଉତ୍କଟ ରୂପ ଧାରଣ କରିବ ବୋଲି ବିଶେଷଜ୍ଞ ମାନେ ମତ ଦେଲେଣି ।
ରାଜଧାନୀ ଖାର୍ତୁନ ସହରକୁ ସଂପୂର୍ଣ୍ଣ ଭାବେ ପରିବହନ ଓ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି । ବଜାର ବନ୍ଦ ହେବାସହ ଲୋକଙ୍କ ଘରେ ମଧ୍ୟ ବିଜୁଳି ନାହିଁ । ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମେଡିକାଲରେ ପହଞ୍ଚି ପାରୁନାହାନ୍ତି । ଏଭଳି ସ୍ଥିତିରେ ସୁଦାନରୁ ନିଜ ଦେଶର ନାଗରିକଙ୍କ ଉଦ୍ଧାର ପାଇଁ ସବୁ ରାଷ୍ଟ୍ର ବ୍ୟଗ୍ରତା ପ୍ରକାଶ କରିଛି । ଆମେରିକା ଖାର୍ତୁନରେ ଥିବା ଦୂତାବାସ ବନ୍ଦ କରିବା ସହ ଦୂତାବାସ କର୍ମଚାରୀଙ୍କୁ ଏୟାରଲିଫ୍ଟ କରିଛି ଆମେରିକା ସ୍ପେଶାଲ ଫୋର୍ସ ।

ସେମାନଙ୍କ ସୁରକ୍ଷିତ ଉଦ୍ଧାର ନେଇ ରାଷ୍ଟ୍ରପତି ଜୋ’ ବାଇଡେନ ନିଜେ ସୂଚନା ଦେଇଛନ୍ତି । ଏହାସହ ଆର୍ମି ଏବଂ ଅର୍ଦ୍ଧ-ସାମରିକ ବାହିନୀ ମଧ୍ୟରେ ଚାଲିଥିବା ଏହି ଯୁ-ଦ୍ଧ-କୁ ବନ୍ଦ କରିବାକୁ ମଧ୍ୟ ଅପିଲ କରିଛନ୍ତି । ସେହିପରି ଫ୍ରାନ୍ସ ମଧ୍ୟ ଦୂତାବାସ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହାଛଡା ଅନ୍ୟ ୟୁରୋପୀୟ ଦେଶ ମଧ୍ୟ ନିଜ ନିଜ ନାଗରିକ ଓ ଦୂତାବାସ କର୍ମଚାରୀଙ୍କୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରି ସାରିଲେଣି ।
ଏହି କ୍ରମରେ ଭାରତ ମଧ୍ୟ ନିଜ ନାଗରିକଙ୍କୁ ଉଦ୍ଧାର କରି ସାଉଦି ଆରବ ଆଣିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗତକାଲି ସାଉଦି ଆରବ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ । ସୁଦାନର ବିଭିନ୍ନ ପ୍ରାନ୍ତରେ ପ୍ରାୟ 3 ହଜାର ଭାରତୀୟ ବସବାସ କରୁଛନ୍ତି ।
ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁ-ଦ୍ଧ-ରେ ଗୁ-ଳି ବାଜି ଜଣେ ଭାରତୀୟଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ରହିଥିଲା । ଆନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ୱେ କ୍ଷମତା ଯୁ-ଦ୍ଧ-ରୁ ନିବୃତ୍ତ ହେଉନାହାନ୍ତି ଦୁଇପକ୍ଷ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।