IPL ରେ MS Dhoni ଙ୍କ ନୂଆ ରେକର୍ଡ, ଯାହା ଭାଙ୍ଗିବା ବା ଦୂରର କଥା ଆଖପାଖରେ ବି କେହି ପହଞ୍ଚି ପାରିବେନି !

ଆଇପିଏଲ ରେ ଆଉ ଏକ ରେକର୍ଡ କଲେ କ୍ଯାପଟେନ କୁଲ୍ ଧୋନୀ, ଯାହା ଭାଙ୍ଗିବା ଅତ୍ୟନ୍ତ କଷ୍ଟକର । ଧୋନୀ ଅଧିନାୟକତା କରୁଥିବା ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ମଧ୍ୟରେ ଅନ୍ଯତମ । ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଅନେକ ବିଶ୍ଵ ରେକର୍ଡ ସ୍ଥାପନ କରିଛି । ଧୋନୀଙ୍କ ନାଁରେ ଏମିତି ଅନେକ ରେକର୍ଡ ରହିଛି ଯାହା ଭାଙ୍ଗିବା ଅନ୍ୟ କୌଣସି ଅଧିନାୟକଙ୍କ ପକ୍ଷେ ଏକପ୍ରକାର ଅସମ୍ଭବ ବୋଲି କୁହାଯାଏ ।

କାରଣ ଧୋନୀ ଏବେ ପୁଣି ଥରେ ଏମିତି ଏକ ରେକର୍ଡ କରିଛନ୍ତି ଯାହାର ସମକକ୍ଷ ହେବା ଦୂରର କଥା ଏହାର ଆଖପାଖରେ ମଧ୍ୟ କେହି ପହଞ୍ଚି ନାହାନ୍ତି । ଆଇପିଏଲରେ ଚେନ୍ନାଇ ଅପେକ୍ଷା ସବୁଠୁ ଅଧିକ ଥର ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ତାଲିକାରେ ଯଥେଷ୍ଟ ପଚାରେ ଅଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ଯାଚରେ ବିଜୟୀ ହୋଇ ଧୋନୀ ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ରେକର୍ଡରେ ମାହିଙ୍କ ସପ୍ତମ ଶିକାର ପାଲଟିଛି ହାଇଦ୍ରାବାଦ । ଆଇପିଏଲ ଇତିହାସରେ 7ଟି ଦଳକୁ 15ରୁ ଅଧିକ ଥର ପରାସ୍ତ କରିବାରେ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏହି ତାଲିକାରେ ଆଗରେ ଅଛି ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କାହିଁକି ନା ଧୋନୀଙ୍କ ନେତୃତ୍ବରେ ଆରସିବି କୁ ସର୍ବାଧିକ 19 ଥର ହରେଇଛି ଚେନ୍ନାଇ । ସେହିପରି ଅଧିନାୟକ ଭାବେ ଦିଲ୍ଲୀ କ୍ୟାପିଟାଲ୍ସକୁ 18 ଥର ହରାଇଛନ୍ତି ଧୋନୀ ।

ଏହାସହ ଦଳର ନେତୃତ୍ଵ ନେଇ କଲିକତା ନାଇଟ ରାଇଡର୍ସ ବିପକ୍ଷରେ 17 ଥର ବିଜୟୀ ହୋଇଛନ୍ତି ମାହି । ସେହିପରି ପଞ୍ଜାବ କିଙ୍ଗସ୍ 16 ଥର ଚେନ୍ନାଇ ଠାରୁ ପରାଜୟ ହୋଇଥିବା ବେଳେ ମୁମ୍ବାଇ ଇନ୍ଦିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ 15 ଥର ଲେଖାଏଁ ଧୋନୀଙ୍କ ନେତୃତ୍ବରେ ମାତ୍ ଖାଇଛନ୍ତି । ଆଉ ଏହି ତାଲିକାରେ ନୂଆ କରି ଆଉ ଏକ ନାଁ ଯୋଡି ହୋଇଛି ଯାହା ହେଉଛି ସନରାଇଜର୍ସ ହାଇଦ୍ରାବାଦ ।

ଏହି ରେକର୍ଡ ତାଲିକାରେ ଧୋନୀଙ୍କ ପରେ ଅଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଦଳ । ରୋହିତ ଅଧିନାୟକ ଭାବେ କେବଳ କଲିକତାକୁ ସର୍ବାଧିକ 14 ଥର ମାତ୍ ଦେଇଛନ୍ତି । ତେଣୁ ଧୋନୀଙ୍କ ଏହି ରେକର୍ଡକୁ ଅତିକ୍ରମ କରିବା ରୋହିତଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।