ଯାତ୍ରା ପେଣ୍ଡାଲ ଉପରୁ ମଉସାଙ୍କୁ ପ୍ରଥମେ ଠାରିକି କହୁଛନ୍ତି ପାଖକୁ ଆସ । ଆଉ ତା’ ପରେ ମୁଣ୍ଡ ହଲେଇ କହୁଛନ୍ତି ନା’ ତୁମର ଆଉ ଦମ୍ ନାହିଁ । ଆଉ ତା’ପରେ ମଉସାଙ୍କ ମୁଣ୍ଡରେ ହାତ ବୁଲେଇ ଦେଲେ । ଏତିକି କରୁ କରୁ ଯାହା ହେଲା ତାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯାତ୍ରା ମଣ୍ଡପ ଉପରେ ଟିଭି ଅଭିନେତ୍ରୀ ପିହୁ “ଟିକେ ନରମ ଟିକେ ଗରମ ନିଆଳି ଛେନା” ଗୀତରେ ଠୁମକା ଲଗାଉଥିଲେ ।

ଆଉ ନାଚୁ ନାଚୁ ମଉସାଙ୍କ ପାଖକୁ ଯାଇଆ ଏମିତି ଠାରିଲେ ଯେ ମଉସା ପୁରା ଅଲଗା ପ୍ରକାର ଗରମ ହୋଇଗଲେ । ସିଧା ପାଦରୁ ଚପଲ ଖୋଲି ପିହୁଙ୍କୁ କହିଲେ ସେକି ଦେବୀ । ଯାତ୍ରା ମଣ୍ଡପରେ ପୁରା ଆଗରେ ବସିଥିଲେ ଏହି ବୟସ୍କ ମଉସାଜଣକ । ଅଭିନେତ୍ରୀ ପିହୁ ନାଚି ନାଚି ଯାଇ ମଉସାଙ୍କ ଆଗରେ ବସି ପଡିଥିଲେ ଏବଂ ସେକ୍ସି ଅନ୍ଦାଜରେ ଠାରିବା ଆରମ୍ଭ କରି ଦେଇଥିଲେ । ଯାହାର ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେଉଛି ।
ପ୍ରଥମେ ସିନା ଠାରିଥିଲେ ତା’ ପରେ ଯେମିତି କହିଥିଲେ ନା’ ତୁମେ କାମକୁ ନୁହଁ ତୁମର ଜୋସ୍ ଖତମ୍ ହୋଇଯାଇଛି । ଏତିକି ଦେଖି ମଉସାଙ୍କ ରାଗ ପୁରା ଚରମ ସୀମାରେ ପହଞ୍ଚି ଯାଇଥିଲା । ପାଦରୁ ଚପଲ ଖୋଲି ଠିଆ ହୋଇଗଲେ ଆଉ ପିହୁଙ୍କୁ ଦେଖାଇ କହିଲେ ସେକି ଦେବି । ମଉସାଙ୍କୁ ଦେଖି ଜଣାପଡୁଛି କି, ପିହୁଙ୍କର ଏଭଳି ଅଶ୍ଳୀଳ ଅନ୍ଦାଜ ଓ ନାଚ ମଉସାଙ୍କୁ ବିଲକୁଲ ପସନ୍ଦ ହେଉନି ।

ଟିକେଟ କାଟି ପ୍ରଥମ ଧାଡିରେ ମଉସା ଯାତ୍ରା ଦେଖିବାକୁ ଆସିଛନ୍ତି । ହେଲେ ଯାତ୍ରା ମଣ୍ଡପରେ ଅନେକ ସମୟ ଧରି ଦେଖୁଥିବା ପିହୁଙ୍କର ଏଭଳି ଠାରକୁ ସେ ବିଲକୁଲ ସହି ପାରି ନଥିଲେ । ତେଣୁ ଶେଷରେ ଚପଲ ଉଠେଇ ଦେଇଛନ୍ତି । ମଉସାଙ୍କ ଦେଖାଦେଖି ଅନ୍ୟ କିଛି ଦର୍ଶକ ମଧ୍ୟ ରାଗି ଯାଉଛନ୍ତି । ହେଲେ ପିହୁ କାହାକୁ ଖାତିର ନକରି ମାଇକ ଧରି କହୁଛନ୍ତି ଏଠି କାହାକୁ କିଛି ଅସୁବିଧା ହେଉନି ।
ତୁମକୁ ଯଦି କିଛି ଅସୁବିଧା ହେଉଛି ତେବେ ପଛ ସିଟ୍ କୁ ପଳାଅ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁରରେ ଯାତ୍ରା ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।