ସହୀଦ ଯବାନଙ୍କ ସ୍ତ୍ରୀ’ଙ୍କୁ ମୁଣ୍ଡିଆ ମାରିଲେ ରାଜ୍ୟପାଳ, ଆଖିରୁ ଝରି ପଡୁଥିଲା ଧାର ଧାର ଲୁହ… ଦେଖନ୍ତୁ video

ସହୀଦ ଯବାନଙ୍କ ସ୍ତ୍ରୀ’ଙ୍କୁ ମୁଣ୍ଡିଆ ମାରିଲେ ରାଜ୍ୟପାଳ । ସ୍ଵାମୀ ଯେତିକି ବୀର ଓ ସାହାସୀ ସ୍ତ୍ରୀ ମଧ୍ୟ ସେତିକି ସାହାସୀ । କାରଣ ଜଣେ ଯବାନଙ୍କ ସ୍ତ୍ରୀ ହେବା ପାଇଁ ସେତିକି ଧୈର୍ଯ୍ୟ ଓ ସାମର୍ଥ୍ୟ ରହିଥିବା ଦରକାର । ସେଥିପାଇଁ ସହୀଦ ଯବାନଙ୍କ ସହ ସ୍ତ୍ରୀ’ଙ୍କୁ ମଧ୍ୟ ଏହିସବୁ ଭାବନା ନେଇ ମୁଣ୍ଡିଆ ମାରିଲେ ରାଜ୍ୟପାଳ ଗଣେଶ ଲାଲ । ଓଡିଶାର ରାଜ୍ୟପାଳ ବି ଆଜି ବୀର ଯବାନଙ୍କ ସ୍ତ୍ରୀ’ଙ୍କ ଆଗରେ ନତ ମସ୍ତକ । ମୁଣ୍ଡ ନୁଆଁଇ ହାତଯୋଡି ତାଙ୍କୁ ନମସ୍କାର କରିଛନ୍ତି ।

ରାଜ୍ୟର ବୀର ଯବାନଙ୍କୁ ହରାଇ ରାଜ୍ୟପାଳଙ୍କ ଆଖିରୁ ମଧ୍ୟ ଧାର ଧାର ଲୁହ ଝରିଯାଉଛି । କେବଳ ରାଜ୍ୟପାଳ ନୁହଁନ୍ତି ବରଂ ଭୁବନେଶ୍ବର ମେୟରଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳୁଛି । ବୀର ସ୍ତ୍ରୀଙ୍କ କାନ୍ଧରେ ହାତ ପକାଇ ତାଙ୍କ ଲୁହ ପୋଛି ବୁଝାଇ ଦେଉଛନ୍ତି ମେୟର । ତୁମ ସ୍ଵାମୀ ଦେଶର ବୀର ଯବାନ ଯିଏ ଦେଶ ମା’ ପାଇଁ ନିଜ ଜୀବନ ଦେଇଛନ୍ତି କହି ବୁଝାଇ ଦେଉଛନ୍ତି ସ୍ତ୍ରୀ’ଙ୍କୁ । ତୁମେ କାନ୍ଦନି କାରଣ ତୁମେ ବି ପ୍ରକୃତ ବୀର ।

ଜଣେ ଯବାନଙ୍କ ନାଁରେ ମଥାରେ ସିନ୍ଦୂର ଲଗାଇବା ପାଇଁ ମନକୁ ଶକ୍ତ କରିବାକୁ ପଡିଥାଏ । ସିନ୍ଦୂର ପାଇଁ ମନ ଭିତରେ ପ୍ରତି ସମୟରେ ଯୁଦ୍ଧ କରିବାକୁ ପଡିଥାଏ । ଦେଶ ପାଇଁ ସୀମାରେ ସ୍ଵାମୀ ସଂଗ୍ରାମ କରୁଥିବା ବେଳେ ସ୍ତ୍ରୀ ମଧ୍ୟ ମନ ଭିତରେ ସ୍ଵାମୀ ପାଇଁ ସଂଗ୍ରାମ ଜାରି ରଖେ ।

ପୁଞ୍ଜରେ ରାଜନାଏକ ଦେବାଶିଷ ବିଶ୍ଵାଳ ଆ-ତ-ଙ୍କ-ବା-ଦୀ-ଙ୍କ ଆ-କ୍ର-ମ-ଣ-ରେ ସହୀଦ ହୋଇଛନ୍ତି । ଶନିବାର ଦିନ ତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା । ତାଙ୍କୁ ସମ୍ମାନର ସହ ନିଜ ଘରକୁ ଅଣା ଯାଇଥିବା ବେଳେ ତାଙ୍କ ପାଇଁ ପୁରା ପରିବାର ଏବଂ ଗାଁ ଲୋକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ଯବାନ ଦେବାଶିଷ ମାତ୍ର ବର୍ଷେ ତଳେ ବିବାହ କରିଥିବା ବେଳେ ତାଙ୍କର ଦେଢ ମାସର କୁନି ଝିଅଟିଏ ଅଛି ।

କେଇ ଦିନ ପୂର୍ବରୁ ଦେବାଶିଷ ଘରକୁ ଆସିଥିଲେ ଏବଂ କୁନି ଝିଅର ଏକୋଇଶିଆ ପାଳନ କରି କାର୍ଯ୍ୟକୁ ଫେରି ଯାଇଥିଲେ । ହେଲେ ଏଥର ଘରକୁ ଫେରିଲେ ସତ କିନ୍ତୁ ସହୀଦ ହୋଇ । ନିଜ ଗାଁରେ ହିଁ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।