ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ସୁପରହିଟ ଫିଲ୍ମ “ପୁଷ୍ପା” ର ଦ୍ଵିତୀୟ ସଂସ୍କରଣ ଶୁ-ଟି-ଙ୍ଗ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କୁହା ଯାଉଥିଲା କି, ଏହି ଅଞ୍ଚଳରେ ସୁପରହିଟ ଓଡିଆ ଫିଲ୍ମ “ଦମନ” ର ଶୁ-ଟି-ଙ୍ଗ ହେବା ପରେ ପୁଷ୍ପା-2 ଶୁ-ଟି-ଙ୍ଗ ପାଇଁ ମନ ବଳାଇଛନ୍ତି ନିର୍ଦ୍ଦେଶକ । ଆଉ ଏବେ ସତରେ ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ପୁଷ୍ପା-2 ର ଶୁ-ଟି-ଙ୍ଗ ଆରମ୍ଭ ହୋଇଯାଇଛି । ଯାହାର କିଛି ଝଲକ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଆଜ୍ଞା ହଁ, ଫିଲ୍ମ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିବା ଫିଲ୍ମ ପୁଷ୍ପାର ଦ୍ଵିତୁୟ ଭାଗ ମାଲକାନଗିରିରେ ଶୁ-ଟି-ଙ୍ଗ ହେବା ଆରମ୍ଭ ହୋଇଗଲାଣି । ପୁଷ୍ପାର ପ୍ରଥମ ଭାଗକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଆଉ ଏତିକି ବେଳେ ଏହାର ଶୁ-ଟି-ଙ୍ଗ ପାଇଁ ଓଡିଶାର ମାଲକାନଗିରି ଜିଲ୍ଲାକୁ ନିର୍ଦ୍ଦେଶଜ ଚୟନ କରିଥିବା ଖବର ଓଡିଶାବାସୀଙ୍କୁ ବେଶ ପ୍ରଫୁଲ୍ଲିତ କରୁଛି ।
ଗୋଟିଏ ସମୟରେ ମାଲକାନଗିରିରେ ଏହି ଅଞ୍ଚଳକୁ ବିଚ୍ଛିନ୍ନନ୍ନାଞ୍ଚଳ ବା ମାଓ ଅଞ୍ଚଳ ବୋଲି କୁହା ଯାଉଥିଲା । ସେଠାରେ ଲାଳବାହିନୀଙ୍କ ଲାଲ ଆତଙ୍କ ଅର୍ଥାତ କେତେବେଳେ ଲ୍ୟାଣ୍ଡ ମାଇନ ତ ଆଉ କେତେବେଳେ ଗୁଳି ବର୍ଷଣ ଦେଖିବାକୁ ମିଳେ । ଏହି ଅଞ୍ଚଳକୁ ଯିବା ପାଇଁ ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ମଧ୍ୟ ଭୟ କରନ୍ତି ।
ହେଲେ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇ ଉକ୍ତ ଅଞ୍ଚଳକୁ ସ୍ଵାଭିମାନ ଅଞ୍ଚଳ ବୋଲି ଘୋଷଣା କରାଯିବା ପରେ ଏବେ ସଂପୂର୍ଣ୍ଣ ବଦଳି ଯାଇଛି ଏହି ଅଞ୍ଚଳର ଚିତ୍ର । ସରକାର ସେଠାରେ ମାଓ ଦମନ ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ସ୍ଵାଭିମାନ ଅଞ୍ଚଳ ବିକାଶ ପଥରେ ଆଗେଇଛି । ଏବେ ଓଡିଶାର ଏହି ସୁନ୍ଦର ସ୍ଥାନକୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଫିଲ୍ମ ଶୁ-ଟି-ଙ୍ଗ ପାଇଁ ମଧ୍ୟ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ମନ ବଳାଉଛନ୍ତି ।
ଆଉ ସବୁଠାରୁ ଖୁସି ଖବର ହେଉଛି ଏବେ ଏହି ସ୍ଵାଭିମାନ ଅଞ୍ଚଳର ସୌନ୍ଦର୍ଜ୍ୟ ସାରକା ବିଶ୍ଵ ଦେଖିବ । ଫିଲ୍ମ “ପୁଷ୍ପା-2” ଜରିଆରେ ଏହି ଅଞ୍ଚଳକୁ ଏବେ ଲୋକଙ୍କ ନଜରକୁ ଅଣାଯିବ । ତେବେ ଏଠାରେ ଫିଲ୍ମ ଶୁ-ଟି-ଙ୍ଗ ଆରମ୍ଭ ହୋଇ ସାରିଥିବା ବେଳେ ଏହାର କିଛି ଝଲକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।