ବିଚ୍ ରାସ୍ତାରେ ମା’ଝିଅ ମିଶି ପୋଲିସ ବାବୁଙ୍କୁ ଗୋଡେଇଲେ । ଆଉ ଏମିତି ଗୋଡେଇଲେ ଏକଦମ ଛାନିଆ ହୋଇଗଲେ ପୋଲିସ ବାବୁ । ହେଲେ ପୋଲିସ ବାବୁଙ୍କ ପିଛା ବିଲକୁଲ ଛାଡିଲେନି ମା’ ଝିଅ । ଗାଡିରେ ହର୍ଣ୍ଣ ମାରି ମାରି ପିସିଆର ବାଇକ ପଛେ ପଛେ ଗୋଡେଇବା ସହ ଭିଡିଓ ବି କଲେ । କେଇ ମିଟର ଯାଏଁ ନୁହେଁ ବରଂ ପାଖାପାଖି ଗୋଟେ କିଲୋମିଟର ଯାଏଁ ପୋଲିସ ବାବୁଙ୍କୁ ଗୋଡେଇ ଗୋଡେଇ ନାକେଦମ କରିଦେଲେ ଏହି ମା’ ଝିଅ ।
ଆପଣ ଭାବୁଥିବେ ପୋଲିସ ସିନା ଚୋରକୁ ଗୋଡାଏ ହେଲେ ଏଇ ମା’ ଝିଅ ବିଚ୍ ରାସ୍ତାରେ ପୋଲିସକୁ କାହିଁକି ଗୋଡାଉଛନ୍ତି ? ଆଉ ପୋଲିସ ଏମିତି କଣ ଭୁଲ କରିଛି ଯେ ସେ ବି ଧାଇଁବାରେ ଲାଗିଛି ? ତେବେ ଏମିତି ଗୋଡାଗୋଡି ପଛରେ ବିରାଟ କାରଣ ରହିଛି ହେଲମେଟ ଚେକିଂ । ସବୁଆଡେ ହେଲମେଟ ଚେକିଂ ଚାଲିଥିବା ବେଳେ ସବୁଆଡେ ଟ୍ରାଫିକ ପୋଲିସ ଏବଂ ପିସିଆର ପୋଲିସ ଲୋକଙ୍କ ଠାରୁ ଫାଇନ ପରେ ଫାଇନ କାଟିବାରେ ଲାଗିଛନ୍ତି ।
ଏହି ନିୟମ କେବଳ ସାଧାରଣ ଜନତାଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ । ହେଲେ ପୋଲିସ ବାବୁ ଏହି ନିୟମ କଣ ଜାଣିନାହାନ୍ତି ? ପୋଲିସ ବାବୁ ରାସ୍ତାରେ ବିନା ହେଲମେଟରେ ଯାଉଥିବା ଦେଖି ତାଙ୍କ ପଛରେ ଲାଗି ଯାଇଥିଲେ ଏହି ମା’ ଝିଅ । ଆଉ ସେଥିପାଇଁ ପୋଲିସ ବାବୁଙ୍କ ପଛେ ପଛେ ଗୋଡେଇ ଭିଡିଓ ମଧ୍ୟ କଲେ । ଗହଳି ରାସ୍ତାରେ ମଧ୍ୟ ପୋଲିସ ବାବୁଙ୍କୁ ଛାଡିଲେନି ମା’ ଝିଅ ।
ଆଉ ଏହି ଘଟଣାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ପୋଲିସ ବାବୁଙ୍କୁ ଗୋଡେଇ ଭିଡିଓ କରିବା ସହ ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରି ଚାଲିଥିଲେ ମା’ ଝିଅ । ତୁମ ହେଲମେଟ କାହିଁ ? ତୁମେ ହେଲମେଟ କାହିଁକି ପିନ୍ଧିନ ? ଏମିତି ଚିତ୍କାର କରି କରି କେତେ କଣ ପ୍ରଶ୍ନ ପଚାରୁଛନ୍ତି । ଆମେ ହେଲମେଟ ନ ପିନ୍ଧିଲେ ତୁମେ ଚାଲାଣ କାଟୁଛ ଆଉ ତୁମେ ନିଜେ ନିୟମ ଭାଙ୍ଗି ରାସ୍ତାରେ ଯାଉଛ ? ଏମିତି ମଉକା କେମିତି ହାତଛଡା କରିଥାନ୍ତେ ମା’ ଝିଅ ।
ତେଣୁ ପୋଲିସ ବାବୁ ତାଙ୍କ ହାବୁଡରେ ପଡିବା ମାତ୍ରେ ସେମାନେ ତାଙ୍କୁ ଗୋଡେଇବା ଆରମ୍ଭ କରି ଦେଇଥିଲେ । ତେବେ ମା’ ଝିଅଙ୍କ ଏହି ଭିଡିଓକୁ ଲୋକେ ବହୁଳ ମାତ୍ରାରେ ଦେଖିବା ସହ ମା’ ଝିଅଙ୍କ ସାହାସକୁ ବେଶ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।