ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହି ତିଥି ଅତ୍ୟନ୍ତ ଶୁଭ ହେବାସହ ଏହିଦିନ ଦାନଧର୍ମ କରିବା ଅତ୍ୟନ୍ତ ପୂଣ୍ୟ ମାନାଯାଏ । ମାନାଯାଏ କି ଏହିଦିନ ଶ୍ରୀହରି ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଷୁରାମଙ୍କ ଜନ୍ମ ହୋଇଥିଲା ଏବଂ ମାତା ଗଙ୍ଗା ମଧ୍ୟ ଏହିଦିନ ଧରିତ୍ରୀରେ ପଦାର୍ପଣ କରିଥିଲେ । କୌଣସି କାର୍ଯ୍ୟର ଆରମ୍ଭ ବା ଅନୁକୂଳ ପାଇଁ ଏହିଦିନଟି ଶ୍ରେଷ୍ଠ ହୋଇଥାଏ ବୋଲି ବିଶ୍ଵାସ ରହିଛି ।
ଏହିଦିନ ମା’ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଜିନିଷ ଘରକୁ ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହିଦିନ କେଉଁ ସବୁ ଜିନିଷ ଘରକୁ ଆଣିବା ଦ୍ଵାରା ଘରେ ଧନ ଓ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ପ୍ରଥମରେ ହେଉଛି ମା’ ଲକ୍ଷ୍ମୀଙ୍କ ଚରଣ ପାଦୁକା । ଏହିଦିନ ମା’ ଲକ୍ଷ୍ମୀଙ୍କର ସୁନା କିମ୍ବା ରୂପା ତିଆରି ଚରଣ ପାଦୁକା ଘରକୁ ଅବଶ୍ୟ ଆଣନ୍ତୁ । କଉଡି ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥାଏ ।
ତେଣୁ ଏହିଦିନ କିଛି କଉଡି ଘରକୁ ଆଣି ଏହାକୁ କେଶର ଏବଂ ହଳଦୀ ଗୋଳେଇ ଘରର ପୂଜା ସ୍ଥାନରେ ରଖିନିୟମିତ ପୂଜା କରନ୍ତୁ । ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଅକ୍ଷୟ ତୃତୀୟା ଦିନ ଏକ ଆଖିଆ ନଡିଆ ଆଣି ପୂଜାସ୍ଥାନରେ ରଖି ବିଧିବିଧାନ ସହ ନିୟମିତ ପୂଜା କରନ୍ତୁ ।
ମା’ ଲକ୍ଷ୍ମୀଙ୍କ ବିଭିନ୍ନ ବାହନ ମଧ୍ୟରୁ କଇଁଛ ଅନ୍ଯତମ । ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ଧାତୁ ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ । ଏହିଦିନ ଲକ୍ଷ୍ମୀଜନ୍ତ୍ର ଘରକୁ ଆଣିବା ମଧ୍ୟ ଶୁଭ ହୋଇଥାଏ । ଘରେ ଧନ ଯୋଗର ବୃଦ୍ଧି ପାଇଁ ବା ଧନ ପ୍ରାପ୍ତି ପାଇଁ ଘରକୁ ଲକ୍ଷ୍ମୀ ଜନ୍ତ୍ର ଅବଶ୍ୟ ଆଣନ୍ତୁ ଏବଂ ନିୟମିତ ବିଧି ବିଧାନ ସହ ଏହାକୁ ପୂଜା କରନ୍ତୁ ।
ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀ ନାରାୟଣଙ୍କ ଫଟୋ କିମ୍ବା ମୂର୍ତ୍ତି ମଧ୍ୟ ଅବଶ୍ୟ ଘରକୁ ଆଣନ୍ତୁ ଏବଂ ଘରେ ଏହାର ସ୍ଥାପନା କରି ନିୟମିତ ଏହାର ପୂଜା କରନ୍ତୁ । ଦକ୍ଷିଣାବର୍ତ୍ତୀ ଶଙ୍ଖ ମଧ୍ୟ ଏହିଦିନ ନିଶ୍ଚୟ ଘରକୁ ଆଣନ୍ତୁ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଅତ୍ୟନ୍ତ ଧନଦାୟକ ବୋଲି ମାନାଯାଏ । ଅକ୍ଷୟ ତୃତୀୟା ଦିନ ଏହାକୁ ଘରକୁ ଆଣି ପୂଜାଘରେ ସ୍ଥାପନା କଲେ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।
ଆପଣ ଯଦି ଅକ୍ଷୟ ତୃତୀୟା ଦିନ ଏଥିମଧ୍ୟରୁ କୌଣସି ବି ଜିନିଷ ଘରକୁ ଆଣିବାକୁ ସକ୍ଷମ ହେଉନାହାନ୍ତି ତେବେ ଅଳ୍ପ ଗହମ ଅବଶ୍ୟ କିଣି ଆଣନ୍ତୁ । ସେଥିରୁ ଏକ ମୁଠା ଧନ ଆପଣ ଧନ ବା ଟଙ୍କା ପଇସା ରଖୁଥିବା ବାକ୍ସରେ ରଖିଦିଅନ୍ତୁ । ଆପଣ ଚାହିଁଲେ ଠାକୁର ଘରେ ବା ପୂଜା କରୁଥିବା ସ୍ଥାନରେ ମଧ୍ୟ ରଖିପାରିବେ ।
ଏହିସବୁ ଜିନିଷ ଘରକୁ ଆଣି ବିଧିବିଧାନ ସହ ଏହାର ପୂଜା କରିବା ଦ୍ଵାରା ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଏବଂ ଘର ସର୍ବଦା ଧନଧାନ୍ୟରେ ପୁରି ଉଠିଥାଏ । ଏହାସହ ସମସ୍ତ କାର୍ଯ୍ୟରେ ସଫଳତା ମିଳେ ଏବଂ ଆର୍ଥିକ ଚିନ୍ତା ଦୂର ହେବାସହ ଋଣକରଜରୁ ମଧ୍ୟ ମୁକ୍ତି ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।