ଚାକିରି ପାଇଁ ଚାଲିଗଲା ମେଧାବୀ ଛାତ୍ରଙ୍କ ଜୀବନ, ମୃତ୍ୟୁର ପ୍ରକୃତ କାରଣ କହିଲେ ବାପା, ଭାଇ… ଦେଖନ୍ତୁ video

ଚାକିରି ନେଇଗଲା ଯୁବକଙ୍କ ଜୀବନ । ବାରମ୍ବାର ପରୀକ୍ଷାରେ ବିଫଳ ହେବା ପରେ ନିରାଶ ହୋଇ ବଡ ନିଷ୍ପତ୍ତି ନେଇଗଲେ ଯୁବକ । ରାଜ୍ୟରେ ବେକାରି ସମସ୍ଯା ଉତ୍କଟ ରୂପ ଧାରଣ କରିଥିବା ବେଳେ ଯୁବପିଢିଙ୍କ ମଧ୍ୟରେ ଆ-ତ୍ମ-ହ-ତ୍ୟା ମଧ୍ୟ ବଢିବାରେ ଲାଗିଛି । କିଏ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ରାଜ୍ୟ ବାହାରକୁ ଯାଇ କାମ କରୁଛି ତ ଆଉ କିଏ ବାରମ୍ବାର ବିଫଳ ହୋଇ ଜୀବନ ହାରିବାକୁ ପଛାଉ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଳିପେଡ ଗାଁରେ ।

ସେହି ଗାଁର ବାବାଜୀ ମଲିକଙ୍କ ପୁଅ ସରୋଜ ମଲିକ ଚାକିରି ପାଇଁ ନିରାଶ ହୋଇ ଶେଷରେ ଜୀବନ ହାରି ଦେଇଛନ୍ତି । ସରୋଜ ଜଣେ ମେଧାବୀ ଛାତ୍ର ଥିବାବେଳେ ବିଜ୍ଞାନରେ ସ୍ନାତକ ଶେଷ କରିବା ପରେ ଆର୍ମି, ନେଭି ଏବଂ ଏୟାରଫୋର୍ସ ଭଳି ବିଭିନ୍ନ ବିଭାଗରେ ଇଣ୍ଟରଭ୍ୟୁ ଦେଉଥିଲେ । ହେଲେ କୌଣସିରେ ଚାକିରି ନପାଇ ହତୋତ୍ସାହ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଲୋକେ କଥା ହେଉଛନ୍ତି ।

ଏ ସମ୍ପର୍କରେ ଘଟଣା ପାଇବା ପରେ ସୋର ପୋଲିସ ଘଟଣାସ୍ଥଳକୁ ଯାଇ ସରୋଜଙ୍କ ମୃ-ତ-ଦେ-ହ ଜବତ କରିବା ସହ ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇଛି । ସରୋଜଙ୍କ ବାପା ଓ ଭାଇ ତାଙ୍କ ମୃ-ତ୍ୟୁ-ର କାରଣ କ୍ଯାରିୟରରେ ବିଫଳତା ବୋଲି ସ୍ପଷ୍ଟ କହିଛନ୍ତି । ତେବେ ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ।

ସରୋଜ ସୋର କଲେଜରୁ ବିଜ୍ଞାନରେ ସ୍ନାତକ ପାସ କରିଥିଲେ । ସେହିପରି SN ହାଇସ୍କୁଲରୁ ଫାଷ୍ଟ କ୍ଳାସରେ ମାଟ୍ରିକ ପାସ କରିଥିଲେ । ଚାକିରି ଖଣ୍ଡେ ପାଇଁ ସେ ପଢାପଢି କରିବା ସହ ଲଗାତାର ଇଣ୍ଟରଭ୍ୟୁ ଦେଇ ଆସୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଚାକିରି ହୋଇପାରିଲା ନାହିଁ । ଯାହାଫଳରେ ତାଙ୍କ ମନ ଭାଙ୍ଗିଯିବା ସହ ସେ ଇଣ୍ଟରଭ୍ୟୁ ଦେଇ ଦେଇ ଥକି ପଡିଥିଲେ । ଯାହା ଫଳରେ ସୁଇସାଇଡ ଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ସରୋଜଙ୍କ ବାପା ।

ପୁଅର ମୃ-ତ୍ୟୁ-ରେ ବାପା, ବଡ ଭାଇ ଏବଂ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଚାକିରି ପାଇଁ ଜଣେ ଯୁବକ ଜୀବନ ଦେଇଦେବା ସତରେ କେତେ ହୃଦୟ ବିଦାରକ ଘଟଣା । ରାଜ୍ୟରେ ବେକାରି ସମସ୍ଯାର କିଛି ସମାଧାନ କରା ନଗଲେ ଏଭଳି ଅସୁବିଧା ବଢି ବଢି ଚାଲିବ ବୋଲି ଏକ୍ସପର୍ଟଙ୍କ ଆଶଙ୍କା ।