ପଣା ସଂକ୍ରାନ୍ତି ଦିନ ନିଶ୍ଚୟ ଖାଇଦିଅନ୍ତୁ ଏହି ଜିନିଷ, ସବୁ ମନସ୍କାମନା ପୂରଣ ହେବ ଓ ଘରେ କେବେବି ଧନଧାନ୍ୟର କମି ହେବ ନାହିଁ

ପ୍ରତିବର୍ଷ ବୈଶାଖ ମାସରେ ମେଷ ରାଶିରେ ସୂର୍ଯ୍ୟଙ୍କ ଗୋଚର କରିବା ଦିନକୁ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଭାବେ ପାଳନ କରାଯାଏ । ହିନ୍ଦୁଧର୍ମରେ ପଣା ସଂକ୍ରାନ୍ତିର ମହତ୍ଵ ଖୁବ ବେଶୀ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ନଦୀରେ ସ୍ନାନ ଏବଂ ଦାନପୂଣ୍ୟ କରିବା ଦ୍ଵାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପଣା ସଂକ୍ରାନ୍ତି ଦିନ ଧନ ଓ ସୁଖ ସମୃଦ୍ଧି ପାଇଁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଲାଗି ଲୋକମାନେ ଅନେକ ପ୍ରକାର ଉପାୟ କରିଥାନ୍ତି ।

ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହା ପଣା ସଂକ୍ରାନ୍ତି ଦିନ କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବାସହ ଘରକୁ ଧନ ଏବଂ ସୁଖ ସମୃଦ୍ଧିର ମଧ୍ୟ ଆଗମନ ହେବ । ପଣା ସଂକ୍ରାନ୍ତି ଦିନ କେଉଁ 5ଟି ଜିନିଷ ଖାଇନେଲେ ପୁରା ବର୍ଷ ଧନ ସମ୍ପତ୍ତିର ଅଭାବ ହୁଏନାହିଁ ଆସନ୍ତୁ ଜାଣିବା । ପଣା ସଂକ୍ରାନ୍ତି ଦିନ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଝାଡୁ, ମୟୂରପଙ୍ଖ ଏବଂ ମା’ଙ୍କ ଚରଣ ପାଦୁକା ଘରକୁ ଆଣନ୍ତୁ ।

ଏହାସହ ପଦ୍ମଫୁଲ ମାଳା ମଧ୍ୟ ଆଣନ୍ତୁ ଓ ଏହାକୁ ଲାଲ ଚୁନୁରୀ ସହ ଚଢାନ୍ତୁ । ଲାଲ ସୁପାରି ଏବଂ ଇଲାଇଚି ମଧ୍ୟ ମା’ଙ୍କୁ ଚଢାନ୍ତୁ । ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ଘରେ ମିଠା ବ୍ୟଞ୍ଜନ ଅବଶ୍ୟ ପ୍ରସ୍ତୁତ କରି ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏଭଳି କିଛି ଖାସ ଜିନିଷ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରି ପ୍ରସାଦ ଭାବେ ପୁରା ପରିବାର ଗ୍ରହଣ କରିବା ଦ୍ଵାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନର ବର୍ଷା କରିଥାନ୍ତି ।

ପଣା ସଂକ୍ରାନ୍ତି ଦିନ ରାଶି ଓ ଗୁଡରେ ଲଡୁ ବନେଇ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ସହ ନିଜେ ପରିବାର ସହ ଖାଆନ୍ତୁ ଓ ସମ୍ପର୍କୀୟଙ୍କୁ ମଧ୍ୟ ବାଣ୍ଟନ୍ତୁ । ଏପରି କରିବା ଦ୍ଵାରା ଧନ ରଖୁଥିବା ସ୍ଥାନରେ ବର୍ଷସାରା ଧନର ଆଗମନ ହୋଇଥାଏ ଏବଂ ଚାକିରି ବ୍ୟବସାୟରେ ଉନ୍ନତି ଆସିଥାଏ । ପଣା ସଂକ୍ରାନ୍ତି ଦିନ ଚାଉଳ ଏବଂ ବିରିଡାଲିର ଖିଚିଡି ବନା ଯାଇଥାଏ । ଏହିଦିନ ଗରିବ ଲୋକଙ୍କୁ ଖିଚିଡି ଦାନ କରିବାକୁ ଅତ୍ୟନ୍ତ ପୂଣ୍ୟ ମାନା ଯାଇଥାଏ ।

ଭଗବାନ ସୂର୍ଯ୍ୟଙ୍କୁ ଏହି ଖିଚିଡି ଅର୍ପଣ କରିବା ସହ ନିଜେ ପରିବାର ସହ ଏହାର ସେବନ କରନ୍ତୁ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ସୂର୍ଯ୍ୟଦେବ ମଧ୍ୟ ପ୍ରସନ୍ନ ହେବାସହ ଶନିଙ୍କ ଦୋଷରୁ ମୁକ୍ତି ମିଳିଥାଏ । ଏହାସହ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଏବଂ ଅଙ୍ଗୁର ମଧ୍ୟ ନିଶ୍ଚୟ ଅର୍ପଣ କରନ୍ତୁ ଓ ପ୍ରସାଦ ସ୍ୱରୂପ ସେବନ କରନ୍ତୁ ।

ଘରର କେହି ଯଦି ଦୀର୍ଘଦିନ ଧରି ରୋଗରେ ପଡିଛନ୍ତି ତେବେ ସଂକ୍ରାନ୍ତି ଦିନ ଅଭିଜିତ ମୂହୁର୍ତ୍ତରେ ଏହି ଫଳର ପ୍ରସାଦ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏହିଦିନ ପିତୃଦେବଙ୍କୁ ମଧ୍ୟ ପ୍ରସନ୍ନ କରିବା ପାଇଁ ପୂଜା କରିବା ସହ କଦଳୀ ନିଶ୍ଚୟ ଅର୍ପଣ କରନ୍ତୁ । ପଣା ସଂକ୍ରାନ୍ତି ଦିନ ଅଭିଜିତ ମୂହୁର୍ତ୍ତରେ ଅଳ୍ପ ଟିକେ ଲୁଣ ନିଶ୍ଚୟ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବନିରହିବ ଏବଂ ଘରେ କେବେବି ଧନଧାନ୍ୟର କମି ହେବନାହିଁ ।

ଶେଷ ଜିନିଷଟି ହେଉଚି ଏହିଦିନ ମା’ ଲକ୍ଷ୍ମୀଙ୍କୁ କନ୍ଦମୂଳ ଭୋଗ ନିଶ୍ଚୟ ଲଗାନ୍ତୁ ଏବଂ ନିଜେ ମଧ୍ୟ ଖାଆନ୍ତୁ । ଏହାଦ୍ବାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଏବଂ କେବେବି ଧନ ସମ୍ପତ୍ତିରେ ଅଭାବ ଆସି ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।