ତାଙ୍କ ହାଇଟ ସିନା ଛୋଟ ହେଲେ ହାର୍ଟ ବହୁତ ବଡ, ଏତେ ଆଟିଚୁଡ ଯେ ମୋ ଆଡେ ଟିକେ ଦେଖୁ ବି ନଥିଲେ… Junior Lipun ଓ Anu ଙ୍କ ପ୍ରେମ କାହାଣୀ !

କଲେଜରେ ଏକାଠି ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଦୁହେଁ ବିବାହ କରିବାକୁ ମଧ୍ୟ ମନସ୍ଥ କରିଥିଲେ । ହେଲେ ଉଭୟଙ୍କ ପ୍ରେମ ରାସ୍ତାରେ ଅନେକ ବାଧାବିଘ୍ନ ସବୁ ଆସିଥିଲା । ସେସବୁକୁ ଖାତିର ନକରି ଶେଷରେ ସେମାନେ ପରସ୍ପର ହାତ ଧରିଥିଲେ । ଏବେ ବାହାଘରକୁ ପ୍ରାୟ 6 ମାସ ବିତି ସାରିଥିବା ବେଳେ ଉଭୟ ବେଶ ଖୁସିରେ ସଂସାର କରୁଛନ୍ତି । ଆମେ କହୁଛୁ ଜୁନିୟର ଲିପୁନଙ୍କ କଥା ଯାହାଙ୍କୁ ଆପଣ ୟୁଟ୍ଯୁବ ଏବଂ ଇନଷ୍ଟାଗ୍ରାମ ଆଦିରେ ନିଶ୍ଚୟ ଦେଖିଥିବେ ।

ଏବେ ତାଙ୍କ ସହ ଧର୍ମପତ୍ନୀ ଅନୁ ମଧ୍ୟ ନଜର ଆସୁଛନ୍ତି । ନିଜ ଭିଡିଓ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଥିବା ଜୁନିୟର ଲିପୁନ ଏବଂ ଅନୁ ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜ ପ୍ରେମ ଜୀବନର ଖୁଲାସା କରିଛନ୍ତି । ଲିପୁନ ନୀଳଗିରିରେ ଆରକେସିଡ଼ି ଡିପ୍ଲୋମା କଲେଜରେ ପାଠ ପଢୁଥିଲେ ଏବଂ ଅନୁ ମଧ୍ୟ ସେଠାରେ ତାଙ୍କର ଜୁନିୟର ଥିଲେ । ଲିପୁନଙ୍କ କଲେଜର ଶେଷ ବର୍ଷରେ ଆନୁଆଲ ଫଙ୍କସନ ଆୟୋଜିତ ହୋଇଥିଲା ।

ଲିପୁନ କଲେଜରେ ସିନିୟର ହିସାବରେ ଆନୁଆଲ ଫଙ୍କସନ କଥା ସବୁ ବୁଝାବୁଝି କରୁଥିଲେ । ପୂର୍ବ ବର୍ଷ ମାନଙ୍କରେ ସେ ସବୁ କଥା ବୁଝାବୁଝି କରିବା ସହ ଡ୍ୟାନ୍ସ ମଧ୍ୟ କରୁଥିଲେ । କିନ୍ତୁ ଶେଷ ବର୍ଷ ନିଜେ କୌଣସି ଡ୍ୟାନ୍ସ ପ୍ରସ୍ତୁତି କରି ନଥିଲେ । ତେଣୁ କଲେଜର ତାଙ୍କର ପ୍ରିୟ ଅଧ୍ୟାପକ ଦୁଇଜଣ ତାଙ୍କୁ ଡ୍ୟାନ୍ସ କରିବା ପାଇଁ କହିଥିଲେ । ହେଲେ ଲିପୁନ କହିଥିଲେ କି, ସବୁବେଳେ ମୁଁ ଏକୁଟିଆ ଡ୍ୟାନ୍ସ କରୁଛି ହେଲେ ଏଥର ଏକୁଟିଆ ନାଚିବିନି । ଗ୍ରୁପ ଡ୍ୟାନ୍ସ କରିବି ନହେଲେ ଡୁଏଟ ନାଚିବି ।

ଏହାପରେ ଜଣେ ଅଧ୍ୟାପକ ଅନୁଙ୍କୁ ଲିପୁନଙ୍କ ସହ ଡ୍ୟାନ୍ସ କରିବାକୁ କହିଥିଲେ । ଲିପୁନ ଅନୁଙ୍କୁ ଡ୍ୟାନ୍ସ ଶିଖାଇଥିଲେ କିନ୍ତୁ ନିଜେ ଭଲରେ ପ୍ରସ୍ତୁତି ହୋଇ ପାରି ନଥିଲେ । ଅନୁ ସେତେବେଳେ ଲିପୁନଙ୍କୁ ଭାଇ ବୋଲି ଡାକୁଥିଲେ । ଲିପୁନଙ୍କର ମଧ୍ୟ ଚିନ୍ତାଧାରା ଥିଲା କି, ସେ କଲେଜ ପାଠ ପଢିବାକୁ ଆସିଛନ୍ତି ପାଠ ପଢିବେ ଆଉ ନିଜ କାମ କରିକି ଯିବେ । ତେଣୁ କେବେ ଭଲପାଇବା ଏସବୁ କଥା ତାଙ୍କ ମୁଣ୍ଡକୁ ଆସି ନଥିଲା ।

ହେଲେ ଲିପୁନ ଫଙ୍କସନ ପରଠାରୁ ଯେତେବେଳେ ଅନୁଙ୍କ ସଂସ୍ପର୍ଶରେ ଆସିଥିଲେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ଅନୁ କୁହନ୍ତି କି, କିପୁନ ହାଇଟରେ ସିନା ଛୋଟ ହେଲେ ତାଙ୍କ ହୃଦୟ ବହୁତ ବଡ ଏବଂ ସେ ଦେଖିବାକୁ ବି ବହୁତ ସୁନ୍ଦର । ଉଭୟଙ୍କ ମଧ୍ୟରେ ଥିବା ପ୍ରେମ କ୍ୟାମେରା ଆଗରେ ଫୁଟିକି ଦିଶୁଛି ଓ ସମାଜର ସବୁ ଟାହିଟାପରାକୁ ଭୁଲି ସେମାନେ ପରସ୍ପର ସହ ବେଶ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।