କୋର୍ଟରେ ବର୍ଷାଙ୍କୁ ଜେରା ! ନିଜ ପସନ୍ଦରେ ବାହା ହେଲେ ହେଲେ ସ୍ଵାମୀ ସ୍ତ୍ରୀ ଭାବେ ଏକାଠି କାହିଁକି ହେଲନି ? କଣ ଉତ୍ତର ଦେଲେ ବର୍ଷା ?

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଗତକାଲି ଜଜ୍ ବର୍ଷାଙ୍କୁ ପଚାରିଥିବା କିଛି ପ୍ରଶ୍ନକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ବର୍ଷାଙ୍କୁ ପଚରା ଯାଇଥିଲା କି, ତୁମେ ଭଲପାଇ ବିବାହ କଲ କିନ୍ତୁ କାହିଁକି ଏ ପର୍ଯ୍ୟନ୍ତ ଏକାଠି ହୋଇପାରିଲ ନାହିଁ ? ବିବାହର ଏତେ ବର୍ଷ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ କାହିଁକି ବୈବାହିକ ଜୀବନ ଆରମ୍ଭ ହୋଇପାରିଲା ନାହିଁ ? ଯାହାଫଳରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଉପୁଜିଛି ।

ସାଂସଦ ଅନୁଭବ ମହାନ୍ତିଙ୍କ ଓକିଲ ମଧ୍ୟ ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବର୍ଷାଙ୍କୁ ପଚାରି ଚାଲିଥିଲେ । ହେଲେ ବର୍ଷାଙ୍କ ଓକିଲ ଏଭଳି ପ୍ରଶ୍ନକୁ ବିରୋଧ କରିଥିଲେ । କୋର୍ଟରେ ଏଭଳି ପ୍ରଶ୍ନ ପଚାରିବା ଅପ୍ରାସଙ୍ଗିକ ବୋଲି କହିଥିଲେ ବର୍ଷାଙ୍କ ଓକିଲ । କଟକ ପରିବାର ଅଦାଲତରେ ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । କୋର୍ଟରେ ଏମିତି ଦିନ ପରେ ଦିନ ଗଡି ଚାଲିଛି ।

ହେଲେ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ଗତକାଲି କଟକ ଫ୍ୟାମିଲି କୋର୍ଟରେ ଉଭୟଙ୍କ ମାମଲାର ଶୁଣାଣି ଥିବାବେଳେ ଉଭୟ ବର୍ଷା ଓ ଅନୁଭବ କୋର୍ଟରେ ଯାଇ ପହଞ୍ଚିଥିଲେ । ଆଉ ସେଠାରେ ପ୍ରଥମେ ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ବର୍ଷାଙ୍କୁ ଜେରା କରା ଯାଇଥିଲା । ବର୍ଷା ମଧ୍ୟ ଜେରା ସମୟରେ କୋର୍ଟଙ୍କୁ ସହଯୋଗ କରିଥିଲେ ଓ ଓକିଲଙ୍କ ସବୁ ପ୍ରଶ୍ନର ଉତ୍ତର ବର୍ଷା ଠିକ ଠିକ ଭାବେ ଦେଇଥିଲେ ।

ହେଲେ ଜେରା ବେଳେ ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଅପ୍ରାସଙ୍ଗିକ ପ୍ରଶ୍ନ କରିଥିବା ନେଇ ବର୍ଷାଙ୍କ ଓକିଲ ପକ୍ଷରୁ ବିରୋଧ କରା ଯାଇଥିଲା । ହେଲେ ଅନୁଭବଙ୍କ ଓକିଲ ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ । ବର୍ଷାଙ୍କୁ ପଚରା ଯାଇଥିବା ସମସ୍ତ ପ୍ରଶ୍ନ ମାମଲା ସମ୍ପର୍କିତ ବୋଲି ସେ କହିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କ ମାମଲା ଚାଲିଥିବା ବେଳେ ଆସନ୍ତା 29 ତାରିଖକୁ ଆଉ ଏକ ଶୁଣାଣି ହେବ ।

ଅନୁଭବ ଶୀଘ୍ର ଛାଡପତ୍ର ଚାହୁଁଥିବା ବେଳେ ଏଥିରେ ବିଳମ୍ବ ହେବା ନେଇ ସେ ବ୍ୟସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ଆଗକୁ ଉଭୟଙ୍କ ମାମଲାରେ କୋର୍ଟ କଣ ରାୟ ଶୁଣାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।