ଚିନ୍ତାରେ BCCI ! ବିଶ୍ଵକପ ପୂର୍ବରୁ BCCI ପକେଟରୁ ଖର୍ଚ୍ଚ ହେବ 500 କୋଟି ଟଙ୍କା, କେଉଁ କାମରେ ଲାଗିବ ଏତେ ଟଙ୍କା ?

ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ଵକପ ପାଇଁ ବଡ ଯୋଜନା କରୁଛି BCCI । ଅକ୍ଟୋବର, ନଭେମ୍ବର ମାସରେ ହେବାକୁ ଥିବା ଏହି ବିଶ୍ଵକପ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । 2011 ବିଶ୍ଵକପ ପରେ ଚଳିତ ବର୍ଷ ପୁଣି ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ । ତେବେ ବିଶ୍ଵକପ ପୂର୍ବରୁ ଦେଶର ପ୍ରମୁଖ ଷ୍ଟାଡିୟମ ଗୁଡିକର ଚିତ୍ର ବଦଳିବ ବୋଲି ଶୁଣାଯାଉଛି ।

ଦେଶର 5ଟି ଷ୍ଟାଡିୟମର ନବୀକରଣ ଦାବି କରିବାକୁ BCCI ମୋଟ 500 କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡିଛି । ଭାରତର ଏକାଧିକ ଷ୍ଟାଡିୟମରେ ସାଧାରଣ ସୁବିଧା ନଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ । ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଭାରତ ବନାମ ଅଷ୍ଟ୍ରେଲିଳା ଟେଷ୍ଟ ସିରିଜ ସମୟରେ ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଥିଲା । ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ସ୍ବଚ୍ଛ ଶୌଚାଳୟ ନଥିବା ନେଇ ଫ୍ୟାନ୍ସ ଅଭିଯୋଗ କରିଥିଲେ ।

ସେହିଭଳି ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡେ ଷ୍ଟାଡିୟମରେ ମଧ୍ୟ ସ୍ବଚ୍ଛତା ନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ । ତେଣୁ ଏସବୁକୁ ଦୃଷ୍ଟିରେ ରାଖୀ ଫ୍ୟାନ୍ସଙ୍କୁ ଉତ୍ତମ ସୁବିଧା ଦେବା ପାଇଁ ବଡ ଯୋଜନା କରିଛି BCCI । ବିଶ୍ଵକପ ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ବ୍ଯତୀତ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ, ମୋହାଲିର ପିସିଏ ଷ୍ଟାଡିୟମ, କଲିକତାର ଇଡେନ ଗାର୍ଡେନ ସହ ହାଇଦ୍ରାବାଦରେ ଥିବା କ୍ରିକେଟ ଷ୍ଟାଡିୟମର ମଧ୍ୟ ନବୀକରଣ କରିବ BCCI ।

ଆଉ ଏଥିପାଇଁ ମୋଟ 500 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ସେଥିମଧ୍ୟରୁ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ପାଇଁ ଆନୁମାନିକ 100 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ହାଇଦ୍ରାବାଦର ଷ୍ଟାଡିୟମ ପାଇଁ 117 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଇଡେନ ଗାର୍ଡେନ ପାଇଁ 127 କୋଟି ମୋହାଲି ପାଇଁ 79 କୋଟି ଏବଂ ୱାଙ୍ଖଡେ ଷ୍ଟାଡିୟମ ପାଇଁ 78 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଧର୍ମଶାଳା, ଗୌହାଟି, ହାଇଦ୍ରାବାଦ, କଲିକତା, ଲକ୍ଷ୍ନୌ, ରାଜକୋଟ ଏବଂ ଇନ୍ଦୋର ଆଦି ଷ୍ଟାଡିୟମରେ ବିଶ୍ଵକପ ମ୍ଯାଚ ଗୁଡିକ ଖେଳାଯିବ । 46 ଦିନ ମଧ୍ୟରେ ମୋଟ 48ଟି ବିଶ୍ଵକପ ମ୍ଯାଚ ଖେଳାଯିବ । ତେଣୁ ଏହା ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ କରି BCCI । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।