ପ୍ରତି ମାସ ଭଳି ଏପ୍ରିଲ ମାସ ଆରମ୍ଭରୁ ମଧ୍ୟ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆମ ବଜେଟ ଉପରେ ପ୍ରଭାବ ପକାଇବା ସହ ନିୟମ ଗୁଡିକ ନ ଜାଣିଲେ ଅସୁବିଧାର ସମୁଖୀନ ମଧ୍ୟ ହେବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ଏପ୍ରିଲ ମାସ ଆରମ୍ଭରୁ ବା ଆଜି ଠାରୁ କେଉଁ ସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏପ୍ରିଲ ପହିଲାରୁ ହଲମାର୍କ ନଥିବା ସୁନା ଗହଣା ବିକ୍ରି ହୋଇ ପାରିବନି ।
ହଲମାର୍କ ବାଧ୍ୟତାମୂଳକ ହୋଇଥିବାରୁ ସୁନାଗହଣା ଦର ମହଙ୍ଗା ହୋଇପାରେ ବୋଲି କୁହାଯାଉଛି । 6 ସଂଖ୍ୟା ବିଶିଷ୍ଟ ହଲମାର୍କ ୟୁନିକ ଆଇଡେଣ୍ଟିଫିକେସନ ନମ୍ବର ବାଧ୍ୟତାମୂଳକ କରାଯାଇଛି । ସେହିପରି ଏପ୍ରିଲ ପହିଲାରୁ କଞ୍ଚାମାଲ ଦର ବୃଦ୍ଧି ସହ ନୀତି ନିୟମରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ କମ୍ପାନୀର କାର୍ ଦର ମଧ୍ୟ ବୃଦ୍ଧି ହେବ । ମାରୁତି, ହୋଣ୍ଡା ଓ ଟାଟା ମୋଟର୍ସ ଭଳି ବଡ ବଡ କମ୍ପାନୀ ଦର ବୃଦ୍ଧି ନେଇ ଘୋଷଣା କରି ସାରିଛନ୍ତି ।
ଆଜିଠାରୁ ଲାଗୁ ହେବ କେନ୍ଦ୍ର ସରକାରଙ୍କ ନୂଆ ଟିକସ ରିଜିମ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବର୍ଷ ବଜେଟ ଉପସ୍ଥାପନା ବେଳେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଥିଲେ । ନୂଆ ବ୍ୟବସ୍ଥା ଅନୁଯାୟୀ ବାର୍ଷିକ 3 ଯାଏଁ ଆୟକାରୀଙ୍କୁ ଟାକ୍ସ ଦେବାକୁ ପଡିବନି । ସେହିପରି ନୂଆ ଟାକ୍ସ ରିଜିମ୍ ଚୟନ କଲେ ବାର୍ଷିକ 7 ଲକ୍ଷରୁ କମ୍ ଆୟକାରୀଙ୍କୁ ଟାକ୍ସ ଛାଡ ହେବ ।
ସେହିଭଳି ପେଟ୍ରୋଲ, ଡିଜେଲ ଏବଂ ଗ୍ଯାସ ଦରରେ ମଧ୍ୟ ବୃଦ୍ଧି ହେବ । ମାର୍ଚ୍ଚ ମାସରେ LPG ସିଲିଣ୍ଡର ଦରରେ 50 ଟଙ୍କା ବୃଦ୍ଧି ହୋଇଥିଲା ଓ ବ୍ଯବସାୟିକ ଗ୍ଯାସ ସିଲିଣ୍ଡର ଦର 350 ଟଙ୍କା ମହଙ୍ଗା ହୋଇଥିଲା । ଏପ୍ରିଲ ମାସରେ ପୁଣି ଥରେ ରନ୍ଧନ ଗ୍ଯାସ ଦର ବଢେଇ ପାରନ୍ତି ତେଲ କମ୍ପାନୀ ।
ଏହାସହ ଏପ୍ରିଲ ମାସରେ ପ୍ରାୟ 15 ଦିନ ବ୍ଯାଙ୍କ ବନ୍ଦ ରହିବ । ଦ୍ଵିତୀୟ ଓ ଚତୁର୍ଥ ଶନିବାର, ରବିବାର ଏବଂ ଅନ୍ୟ ଛୁଟି ଦିନ ଗୁଡକୁ ମିଶାଇ ସମୁଦାୟ 15 ଦିନ ବ୍ଯାଙ୍କ ଛୁଟି ରହିବ । ତେଣୁ ଜରୁରୀ କାମ ଥିଲେ ୱାର୍କିଙ୍ଗ ଡେ’ ରେ ଯାଇ ସବୁ କରେଇ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।