ଡିପ୍ରେସନ ନେଇଗଲା କି ଆଲବମ ଅଭିନେତ୍ରୀଙ୍କ ଜୀବନ ! ଧୀରେ ଧୀରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଗୁମର, ଦେଖନ୍ତୁ video

ଓଡିଆ ଆଲବମ ଅଭିନେତ୍ରୀ ଏବଂ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆ-ତ୍ମ-ହ-ତ୍ୟା ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗୀରର ସୁଦପଦାର ଏକ ଘରୁ ଅଭିନେତ୍ରୀଙ୍କ ମୃ-ତ-ଦେ-ହ ଉଦ୍ଧାର ହେବା ପରେ ଏହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିବା ସହ ବିଭିନ୍ନ ଷ୍ଟେଜ ଶୋ’ ମଧ୍ୟ କରି ଆସୁଥିଲେ । ରୁଚିସ୍ମିତାଙ୍କ ନିଜ ଘର ବଲାଙ୍ଗୀରରେ ତାଳପାଲିପଡା ଠାରେ ।

ତେବେ ସୁଦପଡା ରୁଚିସ୍ମିତାଙ୍କ ମାମୁଁଘର ଥିଲା ବୋଲି ସୂଚନା ରହିଛି । ଗତକାଲି ରାତିରେ ଝୁ-ଲ-ନ୍ତା ଅବସ୍ଥାରେ ସୁଦପଡା ସ୍ଥିତ ଏକ ଘରୁ ରୁଚିସ୍ମିତାଙ୍କ ମୃ-ତ-ଦେ-ହ ଉଦ୍ଧାର କରା ଯାଇଥିଲା । ବର୍ତ୍ତମାନ ପୋଲିସ ଶ-ବ ଜବତ କରି ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ କରିଛି । ତେବେ ରୁଚିସ୍ମିତା ଆ-ତ୍ମ-ହ-ତ୍ୟା କରିଥିବା ନେଇ କୁହା ଯାଉଥିବା ବେଳେ ସମୟ ଗଡିବା ସହ ଏହାକୁ ନେଇ ସନ୍ଦେହ ମଧ୍ୟ ବଢିବାରେ ଲାଗିଛି ।

ଅଭିନେତ୍ରୀଙ୍କ ମୃ-ତ୍ୟୁ-ରେ ତାଙ୍କ ପରିବାରରେ କାନ୍ଦବୋବାଳି ପଡିଛି । ରୁଚିସ୍ମିତାଙ୍କ ମୃ-ତ-ଦେ-ହ ଉଦ୍ଧାର ହେବା ପରେ ପୋଲିସ ଭୀମଭୋଇ ମେଡିକାଲ କଲେଜକୁ ପଠାଇଛି । ତେବେ ରୁଚିସ୍ମିତା ସତରେ ଆ-ତ୍ମହ-ତ୍ୟା କରିଛନ୍ତି ନା ଏହା ଆଉ କିଛି ତାହା ଏ ଯାଏଁ ଜଣାପଡି ନାହିଁ । ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ଆସିବା ପରେ ମୃ-ତ୍ୟୁ-ର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ରୁଚିସ୍ମିତାଙ୍କ ମା’ ଏନେଇ ଯାହା କହିଛନ୍ତି ତାହା ଶୁଣିବା ଲୋକକୁ ବିଶ୍ବାସ ହେଉନାହିଁ ।

ମା’ ଙ୍କ କହିବା ଅନୁଯାୟୀ, ସନ୍ଧ୍ୟାବେଳେ ଆଳୁ ପରଟା ତିଆରିକୁ ନେଇ ଝିଅ ସହ ତାଙ୍କର ବଚସା ହୋଇଥିଲା । ସେ ରୁଚିସ୍ମିତାଙ୍କୁ ଆଳୁ ପରଟା ତିଆରି କରିବାକୁ କହିଥିବା ବେଳେ ରୁଚିସ୍ମିତା ଶୁଣି ନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି କଥାକୁ କେନ୍ଦ୍ର କରି ରୁଚିସ୍ମିତା ଆ-ତ୍ମ-ହ-ତ୍ୟା କରି ଥାଇପାରନ୍ତି ବୋଲି ତାଙ୍କ ମା’ କହିଛନ୍ତି । ପୂର୍ବରୁ ମଧ୍ୟ ରୁଚିସ୍ମିତା ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ତେବେ ତାଙ୍କ ବାପା କହିଛନ୍ତି କି, ରୁଚିସ୍ମିତା ଡିପ୍ରେସନରେ ଥିଲେ ଏବଂ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରୁଚିସ୍ମିତା ଅଭିନେତ୍ରୀ ହେବାକୁ ସ୍ଵପ୍ନ ଦେଖିଥିବା ବେଳେ ତାଙ୍କ କ୍ଯାରିୟରକୁ ନେଇ ସେ ଅବସାଦଗ୍ରସ୍ତ ହୋଇ ପଡିଥିଲେ । ଏହା ହିଁ ତାଙ୍କ ଆ-ତ୍ମ-ହ-ତ୍ୟାର ପ୍ରକୃତ କାରଣ ହୋଇଥାଇ ପାରେ ବୋଲି ଏବେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।