ଅସଲି ପ୍ରାର୍ଥୀ ହେଲେ ନକଲି ସାର୍ଟିଫିକେଟ, ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ମୁଣ୍ଡ ଘୁରେଇବ

ବଲାଙ୍ଗୀର ଡାକମୁଣ୍ଡିଆଳ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବାହାରିଛି 83 ବ୍ରାଞ୍ଚ । ପୋଷ୍ଟ ମାଷ୍ଟର, ABPF ଓ ଡାକ ସେବକ ପଦବୀ । ନିୟମ ଅନୁଯାୟୀ ପୋଷ୍ଟ ଅଫିସରେ ଚାକିରି ପାଇଁ କୌଣସି ପରୀକ୍ଷା ନୁହେଁ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଚୟନ କରାଯାଏ । ଫଳରେ ଅଧିକ ମାର୍କ ରଖିଥିବା ଆବଦନକାରୀଙ୍କ ସାର୍ଟିଫିକେଟ ଛାନଭିନ୍ନ ହେଉଛି ।

ଗତ କାଲି ଛାନଭିନ୍ନ ବେଳେ ରଖିଥିବା ମାର୍କ ନେଇ ସନ୍ଦେହ କରିଥିଲେ ପୋଷ୍ଟ ମାଷ୍ଟର । ପାଟଣାଗଡ ଉପଖଣ୍ଡର ବିଭିନ୍ନ ଗାଁରେ ରହୁଥିବା ଆବେଦନକାରୀ ଉତ୍ତର ପ୍ରଦେଶର ମାଟ୍ରିକ ପରୀକ୍ଷା ପାସ କରିଥିବା ସାର୍ଟିଫିକେଟ ଓ ମାର୍କ ସିଟ ଦେଇଥିଲେ । ସମସ୍ତେ ମାଟ୍ରିକ ରେ 90ରୁ ଅଧିକ ପ୍ରତିଶତ ପାସ କରିଛନ୍ତି । ତେଣୁ ସନ୍ଦେହ କରି ଡାଲିମ ରାଉତ ଓ ସୁବଳୟାକୁ ଇଂରାଜୀରେ କିଛି ଲେଖିବାକୁ କହିଥିଲେ ଅଧିକାରୀ ।

କାରଣ ଏମାନେ ଇଂରାଜୀ ରେ 99% ମାର୍କ ରଖି ପାସ କରିଛନ୍ତି । କିନ୍ତୁ ପାସ କରିଥିବା ନିଜ ଅନୁଷ୍ଠାନର ନାମ ବି ଠିକ ଭାବେ ଲେଖିପାରି ନ ଥିଲେ । ବଲାଙ୍ଗୀର ଟାଉନ ଥାନାରେ ସବୁ କାଗଜପତ୍ର ସହ ଏଫାୟାର ଦେଇଥିଲେ ବଲାଙ୍ଗୀର ଜିଲ୍ଲାପାଳ ମୁଖ୍ୟ ଡାକଘର ର ଅଧ୍ୟକ୍ଷ । ସୁବଳୟା ଭୋଇ ଙ୍କ ମାଟ୍ରିକ ମାର୍କ ସିଟ ଡାକ୍ତର ବି ଆର ଆମ୍ବେଦକର ଇଣ୍ଟର ମିଡିଟ କଲେଜ, ପ୍ରେମ ନଗର ଝାନ୍ସିରେ ପାଠ ପଢିଛନ୍ତି ସୁବଳୟା ।

ସବୁଥିରେ ପ୍ରାୟ 98ରୁ 99% ମାର୍କ ଆଣିଛନ୍ତି । ନିଜେ ପାସ କରିଥିବା କଲେଜ ର ନା ବି ଠିକ ଭାବେ ଲେଖିପାରି ନ ଥିଲେ । ଅନ୍ୟ କଣ ଲେଖିଛନ୍ତି ସେ ନିଜେ ଜାଣି ନାହାନ୍ତି । ସାର୍ଟିଫିକେଟରେ ଲେଖା ହୋଇଛି ସମାନ ସହ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଛନ୍ତି । କିନ୍ତୁ ଗ୍ରାଜ୍ୟୁଏସନରେ ଅନର୍ସ ରଖା ଯାଇଥାଏ । ଠିକ ସେମିତି ଡାଲିମ ରାଉତଙ୍କ ସାର୍ଟିଫିକେଟ ଆଉ ମାର୍କ ସିଟରେ ମଧ୍ୟ ଜାଲିଆତି କରା ଯାଇଛି ।

ଡାଲିମା ଇଂରାଜୀ ରେ 99% ମାର୍କ ଆଣି ପ୍ରଥମ ଶ୍ରେଣୀରେ ପାସ ହୋଇଛନ୍ତି । ଗତ କାଲି ଖବର ପାଇବା ପରେ ଡାକଘରକୁ ପୋଲିସ ଆସି ସୁବଳୟା ଭୋଇଉଙ୍କୁ ଥାନାକୁ ନେଇଥିଲା । କିନ୍ତୁ କଣ ହେଲା କେଜାଣି ଥାନା ରୁ ତାଙ୍କୁ ଛାଡି ଦେଲେ । ହେଲେ ଅଧ୍ୟକ୍ଷକଙ୍କ କହିବା ଅନୁଯାୟୀ ସୁବଳୟା ସାର୍ଟିଫିକେଟ କିଣିଥିବା ସ୍ଵୀକାର କରିଛନ୍ତି ।

ମୋବାଇଲ ରୁ 50 ହଜାର ଟଙ୍କା ଦେଇଥିବା ସାର୍ଟିଫିକେଟ ଲୋକଙ୍କୁ ପଇଠ କରିଥିବା ପ୍ରମାଣ ରହିଛି । ଅନ୍ୟ ପଟେ ସୁବଳୟା ଦେଇଥିବା ଠିକଣାରେ ସେ ରହୁ ନ ଥିବା ଜଣାପଡିଛି । ପ୍ରାଥମିକ ପ୍ରମାଣ ଥାଇ ବି ପୋଲିସ ମାମଲା ରୁଜୁ କରି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।