କାନ୍ଦି କାନ୍ଦି ବାପା ମା’ ମାଗୁଛନ୍ତି ସାହାଯ୍ୟ, “ମୋ ପିଲା ହନୁମାନ ନୁହେଁ, ତା ଜୀବନ ବିପଦରେ ଅଛି… ସାହାଯ୍ୟ କଲେ ବଞ୍ଚିଯିବ!” ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ

ମୋ ପିଲା ହନୁମାନ ନୁହେଁ । ଯଦି ହନୁମାନ ନେଇ ଜନ୍ମ ହୋଇଥାନ୍ତା ତା ହେଲେ ତା ଦେହରେ ଏତେ ଯନ୍ତ୍ରଣା କାହିଁକି ହୋଇଥାନ୍ତା । ତା ଦେହରେ ପର୍ଯ୍ୟାପ୍ତ ଶକ୍ତି ଥାନ୍ତା । କିନ୍ତୁ ମୋ ପିଲା ଏବେ ଦୁର୍ବଳ ଓ ଅସୁସ୍ଥ । ବହୁତ ଦିନ ହେଲାଣି ଏବେ ଆସିୟୁରୁ ଫେରିଛି । ହଁ ଦର୍ଶକ ବନ୍ଧୁ ଏହି କୁନି ପିଲାକୁ ଦେଖିବା ପରେ ସମସ୍ତେ ଭାବୁଛନ୍ତି ତାଙ୍କ ଘରେ କୁଆଡେ ଭଗବାନ ହନୁମାନ ଜନ୍ମ ନେଇଛନ୍ତି । ଆଉ ଏହି କଥାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।

ଯେଉଁ ପିଲାକୁ ଆପଣ ଭିଡିଓରେ ଦେଖୁଛନ୍ତି ସେ ଅସୁସ୍ଥ ଅଛି । ଗୋଟେ ରୋଗ କାରଣରୁ ତା ମୁହଁର ଆକାର ଏଭଳି ହୋଇଛି । ପ୍ରକୃତ କଥା ହେଲା ଦୁନିଆକୁ ଆସୁ ଆସୁ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁ କନ୍ୟାଟି । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନାହି । ତେବେ ନିଜ କନ୍ୟାକୁ ଚିକିତ୍ସା ନ ଦେଇପାରିବାରୁ ଦୁଖରେ ଭାଙ୍ଗି ପଡିଛନ୍ତି ବାପା-ମା । ଶିଶୁ କନ୍ୟା ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ଲଢେଇ କରୁଛି ।

ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋରା ଅଞ୍ଚଳରେ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଜଳିଧା ପଞ୍ଚାୟତ ରୁଷ ଗାଁର ସହଦେବ ସାହୁଙ୍କ 9 ମାସର ଝିଅ ଶ୍ରୀୟାନ୍ସି ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ଶ୍ରୀୟାନ୍ସି ଆଜିକୁ ଠିକ 9 ମାସ ଜୁନ ମାସରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଜନ୍ମର 7 ଦିନ ପରେ ପରିବାରରେ ଘୋଟି ଯାଇଥିଲା ଦୁଖର ବାଦଲ ।

ସେ ଜନ୍ମ ହେବାର 7 ଦିନ ପରେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବ ସହ ଖାଦ୍ୟ ନେଇପାରିଲେ ନାହି । ପରିବାର ଲୋକେ ବାଲେଶ୍ଵରର ଡାକ୍ତରଙ୍କୁ ଦେଖାଇଥିଲେ ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍ସ ମେଡିକାଲ ନେଇଥିଲେ । ସେଠାରେ ଶିଶୁ କନ୍ୟା ଜଣକ ସିଷ୍ଟିକ ହାଇଗ୍ରୋମା ରୋଗରେ ପୀଡିତ ଥିବାର ଜାଣିବାକୁ ପାଇଥିଲେ ।

ଡାକ୍ତର ତାର ଅପରେସନ କରିବାକୁ କହିଥିଲେ ଆଉ ଏହା ପରଠୁ ପରିବାର ଲୋକଙ୍କ ନିଦ ହଜି ଯାଇଥିଲା । ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଚିକିତ୍ସା ପାଇଁ ଏତେ ଟଙ୍କା ଆସିବ କେଉଁଠୁ ? ଶିଶୁ କନ୍ଯାର ଥରେ କି ଦୁଇ ଥର ନୁହେଁ 4 ଥର ଅପରେସନ ହେଲା କିନ୍ତୁ କିଛି ସୁଫଳ ହେଲା ନାହି । ବରଂ ଶିଶୁ କନ୍ୟା ଅଧିକ ଅସୁସ୍ଥ ହେବା ସହ ଜିଭ ବାହାରକୁ ବାହାରିବା ସହ ଆଉ ଖାଦ୍ୟ ଖାଇପାରୁ ନାହି ।

ତେଣୁ ଡାକ୍ତର ଶିଶୁ କନ୍ଯାର ପେଟ ଓ ବେକରେ ଏକ ଛିଦ୍ର କରିଛନ୍ତି ଯେଉଁଠି ସେ ଖାଦ୍ଯ ଓ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ପାଇପ ଲଗାଇଛନ୍ତି । ସହଦେବ ରାଜ୍ୟ ବାହାରେ ରହି କାମ କରନ୍ତି ଆଉ ଘରେ 5 ପ୍ରାଣୀ ଚଳନ୍ତି । ଏବେ ତାଙ୍କ ପାଖରେ ଟଙ୍କାଟିଏ ନାହି । କନ୍ଯାର ଚିକିତ୍ସା ପାଇଁ 5ଟି ଇଞ୍ଜେକ୍ସନ  ଲାଗିବା ଯାହାର ମୂଲ୍ୟ 2ଲକ୍ଷ ଟଙ୍କା ଆଉ ଏତେ ଟଙ୍କା ନ ଥିବାର ସହଦେବ ସରକାରଙ୍କୁ ଆର୍ଥିକ ସାହାଜ୍ଯ ଲୋଡିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।