ସବୁଦିନ ପାଇଁ ଓଡିଶା ଛାଡି ଦେଲେ Pintu Nandaଙ୍କ ସ୍ତ୍ରୀ ଓ ଦୁଇ ପୁଅ, ଦେଖନ୍ତୁ Video

ଯାଉଛି ପିଣ୍ଟୁ ସବୁ ଦିନ ପାଇଁ ଓଡିଶା ଛାଡି ଯାଉଛି । ଏଠି ରହିଲେ ତୁମ କଥା ମୋର ବାରମ୍ବାର ମନେ ପଡିବ । ଆଉ ସେଥିପାଇଁ ତୁମ ଦୁଇ ପୁଅଙ୍କୁ ନେଇ ମୁଁ ଚାଲି ଯାଉଛି । ତୁମ ବଡ ପୁଅ ସାଇ ଓ ସାନ ପୁଅ ଇଶାନ ଦୁଇ ଜଣଙ୍କୁ ନେଇ ମୁଁ ଏବେ ଚାଲି ଯାଉଛି ହିମାଚଳ ପ୍ରଦେଶ । ଏଠି ରହିଲେ ତୁମର ସ୍ମୃତି, ରୋଗ କେମିତି ଛଟପଟ ହୋଇ ଆ-ର-ପା-ରି-କୁ ଚାଲିଗଲା ସେ ସବୁ ଜିନିଷ ମୋର ବାରମ୍ବାର ମନେ ପଡିବ ।

ସେଥିପାଇଁ ଦୁଇ ପୁଅଙ୍କୁ ନେଇ ସବୁଦିନ ପାଇଁ ମୁଁ ଓଡିଶା ଛାଡିବାକୁ ନିସ୍ପତି ନେଇଛି । ହଁ ଦର୍ଶକ ବନ୍ଧୁ ଆଉ ଏମିତି କିଛି କହି ଦିଗଜ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଶିଳ୍ପା ଆଜି ଚାଲି ଯାଇଛନ୍ତି ଓଡିଶା ଛାଡି ସବୁ ଦିନ ପାଇଁ । ତାଙ୍କ ସହ ଅଛନ୍ତି ପିଣ୍ଟୁଙ୍କ ଦୁଇ ପୁଅ ସାଇ ଓ ଇଶାନ । ଯେବେ ଠାରୁ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ସେବେ ଠାରୁ ଶିଳ୍ପା ଆସି ଭୁବନେଶ୍ଵର ରେ ରହିଥିଲେ ।

ବେଳେବେଳେ ପିଣ୍ଟୁ ଙ୍କୁ ଦେଖନ୍ତି ଆଉ ବେଳେବେଳେ ଦୂରରୁ ହିଁ ତାଙ୍କୁ ଦେଖି ଚାଲି ଜାଣନ୍ତି । ଶିଳ୍ପା କେବେ ବି ତାଙ୍କର ପିଣ୍ଟୁ ଙ୍କ ସମ୍ପର୍କକୁ ଭୁଲି ପାରିବେ ନାହି । ଏମିତିକି ପିଣ୍ଟୁଙ୍କର ଅ-ନ୍ତି-ମ ସଂ-ସ୍କା-ର ସମୟରେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ ଶିଳ୍ପା । ବର୍ଷ ବର୍ଷ ଧରି ମନରେ ଚାପ ରଖିଥିବା କୋହ ସତେ ଯେମିତି ଆଗ୍ନେୟ ଉଦଗିରୀ ର ଲାଭା ହୋଇ ବାହାରି ଆସିଥିଲା ।

ଆଉ ଏହା ପରେ ପିଣ୍ଟୁ ଆନନ୍ଦ ଙ୍କ ସାଙ୍ଗ ଓ ପରିବାର ସମସ୍ତେ ଜବାବ ଦେଇ ଥକି ଯାଇଥିଲେ ଶିଳ୍ପା ଯେ କାହିଁକି ସେ ଭଲ ସ୍ତ୍ରୀ ହୋଇ ପାରିଲେ ନାହି ?  ହେଲେ ଆଜି ଭଲ ମା ଟିଏ ହେବାର ଶପଥ ନେଇ ସବୁ ଦିନ ପାଇଁ ଓଡିଶା ଛାଡି ଦେଇଛନ୍ତି ଶିଳ୍ପା ଓରଫ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ । ଗତ କାଲି ଭୁବନେଶ୍ଵର ବିମାନ ବନ୍ଦରରେ ଦୁଇ ପୁଅଙ୍କୁ ସାଥିରେ ଧରି ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ । ଯେଉଁ ଠାରୁ ଆଉ ସେ ଫେରିବେ ନାହି ।

ଏଠି କିଏ ବା ଅଛି । ସ୍ଵାମୀ ସ୍ତ୍ରୀଙ୍କ ବିଛେଦ ପାଏ ସମ୍ପର୍କ ସେତେଟା ଆଉ ଭଲ ନ ଥିଲା । ଖାଲି ଯାହା ପିଣ୍ଟୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଶେଷ ସମୟରେ ପାଖକୁ ନେଇ ଆସିଥିଲା ଶିଳ୍ପା ଙ୍କୁ । ଆଉ ଶେଷ ସମୟରେ ବି ଶିଳ୍ପା ନିଜ ସ୍ବାମୀଙ୍କୁ ଦେଖିପାରି ନ ଥିଲେ । ଏହା ଠାରୁ ବଡ ଦୁର୍ଭାଗ୍ଯର କଥା ଗୋଟେ ସ୍ତ୍ରୀ ପାଇଁ କଣ ହୋଇପାରେ । ତେବେ ଜୀବନର ଗୋଟେ ଲକ୍ଷ୍ୟ କେମିତି ଦୁଇ ପୁଅଙ୍କୁ ମଣିଷ କରିବେ । ସେଥିପାଇଁ ତ ନିଜ କର୍ମ ସ୍ଥଳୀ ହିମାଚଳ ପ୍ରଦେଶକୁ ଚାଲି ଯାଇଛନ୍ତି ଶିଳ୍ପା ଦୁଇ ପୁଅଙ୍କ ସହ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।