ଦଶମ ପରୀକ୍ଷା ଦେଉଥିଲେ ଆଉ ଖାଲି ଶେଷ ପରୀକ୍ଷା ବାକି ଥିଲା । ହେଲେ ଏମିତି କଣ ହେଲା କେଜାଣି ନିଜ ଜୀବନ ତାଙ୍କୁ ପିତା ଲାଗିଲା । ଯେଉଁଥିପାଇଁ ଜୀବନ ହାରିବା ଭଳି ବଡ ନିଷ୍ପତ୍ତି ନେଇଗଲା ଦଶମ ଶ୍ରେଣୀ ଛାତ୍ରୀ । ଆଉ ଡାକ୍ତରଖାନା ବାରଣ୍ଡାରେ ଛାତି ପିଟି କାନ୍ଦୁଛି ମା’ । ତୁ କାହିଁକି ଏମିତି କଲୁ ଲୋ ମା ? ମୁଁ ତୋର କି ଭୁଲ କରିଥିଲି କହି କହି ମା ଛାଟିପିଟି ହୋଇ କାନ୍ଦୁଛି । ଝିଅକୁ ହରେଈ ମା କାନ୍ଦି କାନ୍ଦି ଗଡୁଛି । ଆଉ ଆଜି ବୋଲ ମାନୁନି ଆଖିର ଲୁହ ।
କାରଣ ଝିଅ ଜନ୍ମ ହେବା ପରେ ଘରକୁ ଲକ୍ଷ୍ମୀ ଆସିଛି କହି ସମସ୍ତେ ବେଶ ଖୁସି ଥିଲେ । ବେଶ ଗେଲବସରରେ ଝିଅକୁ ବଡ କରିଥିଲେ । ମାଟ୍ରିକ ପରୀକ୍ଷା ପରେ ଝିଅ କଣ ପଢିବ କଣ କରିବ ନେଇ ସମସ୍ତେ ତା’ ପାଇଁ ଚିନ୍ତା କରୁଥିଲେ । ହେଲେ ଝିଅ ଆଜି ସମସ୍ତଙ୍କୁ ପର କରି କାହିଁକି ଏଭଳି ନିଷ୍ପତ୍ତି ନେଲା ତାହା ସମସ୍ତଙ୍କୁ ଅବାକ କରି ଦେଇଛି । ଘରର ଲକ୍ଷ୍ମୀ ପର ପାରିକୁ ଚାଲିଯିବା ପରେ ଘର ଲୋକେ ଅସମ୍ଭାଳ ହୋଇ କାନ୍ଦୁଛନ୍ତି ।
ଶୁଣିବାକୁ ମିଳିଛି ରଶ୍ମିବାଳା ପାଢୀ ନାମକ ଏହି ଦଶମ ଶ୍ରେଣୀ ଛାତ୍ରୀଙ୍କର ପରୀକ୍ଷା ହଲରେ ମୃତ୍ୟୁ ହୋଇଛି । ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ହିଁ ଏହି ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁ ର ଝିଅ ହେଉଛନ୍ତି ରଶ୍ମି । ସେ ଯାଜପୁର ଜିଲ୍ଲା ମ୍ଯୁନିସିପାଲିଟି ହାଇସ୍କୁଲରେ ଦଶମ ପରୀକ୍ଷା ଦେଉଥିଲେ ।
ତେବେ ଛାତ୍ରୀ ଜଣଙ୍କର ହଠାତ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନି । ଇଂରାଜୀ ପରୀକ୍ଷା ଖରାପ ହୋଇଥିଲା ବୋଲି ରଶ୍ମି କହିଥିଲେ । ଦୁଇ ଦୁଇଟା ଟ୍ୟୁସନ ହେଇକି କେମିତି ଖରାପ ହେଲା ବୋଲି ଘରଲୋକେ କହି ଦେଇଥିଲେ । ଆଉ ଆଜି ଦେଖିଲା ବେଳକୁ ରଶ୍ମି ଆଉ ନାହାନ୍ତି ।
ତେବେ ପରୀକ୍ଷା ଖରାପ ହେବା ଯୋଗୁଁ ରଶ୍ମି ଏଭଳି ନିଷ୍ପତ୍ତି ନେବାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ମା’ ନିଜକୁ ସମ୍ଭାଳି ପାରୁ ନଥିବା ବେଳେ ରଶ୍ମିଙ୍କର କାହିଁକି ମୃତ୍ୟୁ ହୋଇଛି ତଦନ୍ତ ପରେ ହିଁ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।