ରହ ରହ… ତୋ ଗାଡି କୁଆଡେ ଯାଉଛି ? ରାସ୍ତା ଉପରେ ଡ୍ରାଇଭର ମହାସଂଘର ଦାଦାଗିରି ଟିକେ ଦେଖନ୍ତୁ video…

ରାଜ୍ୟବ୍ୟାପୀ ଚାଲିଛି ରାଜ୍ୟ ଡ୍ରାଇଭର ମହାସଂଘଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଏହି ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ହରକତ ଏବେ ସାମ୍ନାକୁ ଆସିଛି । ଡ୍ରାଇଭର ପାଣ୍ଠି ଗଠନ, ଡ୍ରାଇଭରଙ୍କ ବୀମା ଓ ପେନସନ, ସାମାଜିକ ନିରାପତ୍ତା, ଶୌଚଳୟ ବ୍ୟବସ୍ଥା, ବିହିନ୍ନ ସ୍ଥାନରେ ବିଶ୍ରାମଗାର ଏଭଳି 10ଟି ଦାବି ନେଇ ଆନ୍ଦୋଳନର ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ ।

ତେବେ ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନାବାହନ ଯାତାୟାତରେ ବାଧା ସୃଷ୍ଟି ହେବନି ବୋଲି କହିଥିଲା ଡ୍ରାଇଭର ସଂଘ । ବର୍ତ୍ତମାନ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନି ଓ ଘରୋଇ ବସ୍ ଚଳାଚଳ ଜାରି ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଡ୍ରାଇଭର ମହାସଂଘ ଆନ୍ଦୋଳନରେ ବସିଥିବା ବେଳେ ଘରୋଇ ବସ୍ ଡ୍ରାଇଭରଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଏନେଇ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ ପୋଲିସ ଡିଜିଙ୍କ ସହାୟତା ଲୋଡିଛି । ତେବେ ଆଜି ସାରା ରାଜ୍ୟରେ ସ୍ଥାନେ ସ୍ଥାନେ ରାଜ୍ୟ ଡ୍ରାଇଭର ମହାସଂଘର ସଦସ୍ୟମାନେ ଆନ୍ଦୋଳନ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଗାଡି ସବୁ ଅଟକାଇ ପଚରାଉଚରା କରୁଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାଜ୍ୟ ଶ୍ରମିକ ମହାସଂଘ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁ ନଥିବା ସ୍ପଷ୍ଟ ଭାବେ ଜଣାଇଛି । ଆଜି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ପୋଲିସ ପ୍ରଶାସନ ମଧ୍ୟ ଆନ୍ଦୋଳନ ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତି ଉପରେ କଡା ନଜର ରଖିଛି । ଆନ୍ଦୋଳନକାରୀ ମାନେ ସ୍ଥାନେ ସ୍ଥାନେ ବସ୍ ଓ ଟ୍ରକ ଅଟକାଇ ଡ୍ରାଇଭର ଭାଇମାନଙ୍କୁ ଫୁଲମାଳ ପିନ୍ଧାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ରାସ୍ତାରେ ବାରମ୍ବାର ବଡ ବଡ ଗାଡିମାନଙ୍କୁ ଅଟକା ଯାଉଥିବାରୁ ରାଜରାସ୍ତାରେ କୃତ୍ରିମ ଭିଡ ସୃଷ୍ଟି ହେଉଛି । ତେବେ ବର୍ତ୍ତମାନ ଯାଏଁ କୌଣସି ଅଧିକ ବିଶୃଙ୍ଖଳାଜନିତ ପରିସ୍ଥିତି ସୃଷ୍ଟି ହୋଇ ନଥିବା ଖବର ରହିଛି । ତେବେ ଦେଖାଯାଉ ଆଗକୁ ଏହି ଆନ୍ଦୋଳନ କେଉଁ ରୂପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।