ଦିନେ ମୋର ଟିକେ କଷ୍ଟ ଦେଖିଲେ ତୁ ସହି ପାରୁ ନଥିଲୁ । ହେଲେ ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲୁ ତୁ ଆସିଲୁନି । ମୋର ଲିଭର ଏକଦମ ଫେଲ ହୋଇଗଲା ଜାଣିଲା ପରେ ବି ତୁ ଆସିଲୁନି । ମୁଁ ତୋତେ ମନେ ମନେ କେତେ ଖୋଜିଲି ଆଉ ଆମର ପୁରୁଣା ସ୍ମୃତିକୁ ମନେପକାଇ ହସ୍ପିଟାଲ ବେଡରେ ମୁଁ ବହୁତ କାନ୍ଦିଛି । ହେଲେ ବି ତୁ ଆସିଲୁନି । ଆଉ ଏବେ ଦେଖ ମୁଁ ଚାଲିଗଲି । ଏମିତି କିଛି ଭାବନା ନେଇ ଚିରଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଥିବେ ଅଭିନେତା ପିଣ୍ଟୁ ନନ୍ଦ ।
ହେଲେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁଖବର ଶୁଣି ଆଉ ନିଜକୁ ସମ୍ଭାଳି ପାରି ନଥିଲେ ପତ୍ନୀ ପ୍ରତିଭା ନନ୍ଦ । ସ୍ଵାମୀଙ୍କ ସହ ସ୍ଵର୍ଗଦ୍ଵାର ଯିବେ ବୋଲି ଜିଦ୍ ଧରିଥିଲେ ଆଉ ଯାଇଥିଲେ ମଧ୍ୟ । ଆଉ ସେଠାରେ ଗଡିତଡି ଯେମତି କାନ୍ଦୁଥିଲେ ଦେଖିବା ଲୋକ ବି ନିଜ କୋହ ସମ୍ଭାଳି ପାରିବେନି । ପିଣ୍ଟୁ ନନ୍ଦ ଆଖିରୁ ଲୁହ ଝରୁଥିବା ବେଳେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜୀବନସାଥି ହୋଇଥିବା ସ୍ତ୍ରୀ ତାଙ୍କ ଦୁଃଖ ବାଣ୍ଟିବାକୁ ପାଖରେ ନଥିଲେ ।
ଆଉ ଏବେ ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଆଖିବୁଜି ଦେବା ପରେ ସ୍ତ୍ରୀ ଛଟପଟ ହୋଇ କାନ୍ଦୁଛନ୍ତି । ପିଣ୍ଟୁଙ୍କ ଲିଭର ପ୍ରାୟ 80 ପ୍ରତିଶତ ଖରାପ ହୋଇ ଯାଇଥିବା ବେଳେ ମାତ୍ର 20 ପ୍ରତିଶତରେ ସେ ବଞ୍ଚିଥିଲେ । ଜୀବନର ମୂଲ୍ୟକୁ ବୁଝି ପାରୁଥିବା ଓ ମୃତ୍ୟୁକୁ ଅତି ପାଖରୁ ଦେଖି ପାରୁଥିବା ପିଣ୍ଟୁଙ୍କର ବଞ୍ଚିବା ପାଇଁ ବହୁତ ଇଚ୍ଛା ଥିଲା । ସେଥିପାଇଁ ତ ଅର୍ଥ ସଂଗ୍ରହ କରି ଭୁବନେଶ୍ବରରୁ ଦିଲ୍ଲୀ ଦୌଡି ଯାଇଥିଲେ ।
ଦୁଇ ପୁଅ ଓ ସ୍ତ୍ରୀଙ୍କ କଥା ଭାବିଲେ ତାଙ୍କ ଆଖି ଛଳଛଳ ହୋଇ ଯାଉଥିଲା । ପିଣ୍ଟୁଙ୍କ ପାଖରେ ରହି ତାଙ୍କୁ ତାଗିଦ କରୁଥିବା ଓ ଯତ୍ନ ନେଉଥିବା ସ୍ତ୍ରୀ ଏତେ କଠିନ ସମୟରେ ତାଙ୍କ ପାଖରେ ନଥିଲା । ଶୁଣିବାକୁ ମିଳୁଛି କି, ଦିଲ୍ଲୀରେ ଥିବାବେଳେ କୁଆଡେ ପିଣ୍ଟୁ ନନ୍ଦ କହୁଥିଲେ ମୁଁ ସୁସ୍ଥ ହୋଇ ଫେରିଲେ ଆଗ ଯାଇ ମୋ ସ୍ତ୍ରୀ ସହ ମିଶିବି । ଛାଡପତ୍ର ହୋଇଛି ସିନା ହେଲେ ତୁ କଣ ଏତେ ରାଗିଛୁ ଯେ ମୋର ଏତେ କଷ୍ଟଦାୟକ ସମୟରେ ବି ମୋତେ ଟିକେ ଦେଖିବାକୁ ଆସିଲୁନି ବୋଲି ତାକୁ ପଚାରିବି ।
ହେଲେ ଏଇ କେତେ ପଦ କଥା ସେ କେବେ ଆଉ ତାଙ୍କୁ କହି ପାରିବେନି । ଅନୁତାପ କରୁଥିବା ପିଣ୍ଟୁ ତ ଆଖି ବୁଜି ଦେଲେ ହେଲେ ଲୋକେ କହୁଛନ୍ତି ବଞ୍ଚିଥିବା ଯାଏଁ ଅନୁତାପର ନିଆଁରେ ଜଳିବେ ତାଙ୍କ ସ୍ତ୍ରୀ ଶିଳ୍ପା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।